କ’ଣ କାକୁଡ଼ି ଖାଇବା ଦ୍ୱାରା ଓଜନ ହ୍ରାସ ହୁଏ? ଯଦି ହଁ, ତେବେ ଏହାକୁ କେଉଁ ସମୟରେ ଖାଇବା ଉଚିତ? ଜାଣନ୍ତୁ…

କ’ଣ କାକୁଡ଼ି ଖାଇବା ଦ୍ୱାରା ଓଜନ ହ୍ରାସ ହୁଏ? ଯଦି ହଁ, ତେବେ ଏହାକୁ କେଉଁ ସମୟରେ ଖାଇବା ଉଚିତ?

ଓଡିଶାଭାସ୍କର: ଖରାଦିନେ ପ୍ରଚୁର ପରିମାଣରେ କାକୁଡ଼ି ଖିଆଯାଏ। କାରଣ ଏଥିରେ ବହୁତ ପାଣି ଥାଏ। ଯାହା ଖରାଦିନେ ଶରୀରକୁ ଥଣ୍ଡା ପ୍ରଦାନ କରେ। ତା ସହିତ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ତେବେ ଏହାକୁ ଖାଦ୍ୟ ଖାଇବା ପୂର୍ବରୁ ଖାଇଲେ ଅଧିକ ଲାଭ ହୋଇଥାଏ ନା ଖାଇବା ପରେ ଆସନ୍ତୁ ଜାଣିବା।

କାକୁଡ଼ିରେ ପ୍ରାୟ 95 ପ୍ରତିଶତ ପାଣି ଥାଏ। ଏଥିରେ ଭିଟାମିନ୍ K, ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ୍, ପୋଟାସିୟମ ଥାଏ, ଯାହା ଯାହା ଦେହ ପାଇଁ ବହୁତ ଭଲ ହୋଇଥାଏ। ଯେତେବେଳେ ଆପଣ କାକୁଡ଼ି ଖାଆନ୍ତି, ଏହା ଶରୀରକୁ ହାଇଡ୍ରେଟ୍ ରଖେ, ହଜମ କରାଏ।

ଖାଦ୍ୟ ଖାଇବା ପୂର୍ବରୁ କାକୁଡି ଖାଇଲେ କଣ ହୁଏ? ଖାଦ୍ୟ ଖାଇବା ପୂର୍ବରୁ କାକୁଡି ଖାଇଲେ ଏହା ଭୋକକୁ ମାରିଦିଏ। ଯେହେତୁ ଏଥିରେ ପାଣି ଏବଂ ଫାଇବର ଅଧିକ ଥାଏ, ସେଥିପାଇଁ ପେଟ ସବୁବେଳେ ଫୁଲ ଥିଲା ଭଳି ଲାଗେ। ତେଣୁ ଯଦି ଆପଣ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ସର୍ବଦା ଖାଦ୍ୟ ପୂର୍ବରୁ ହିଁ କାକୁଡି ଖାଆନ୍ତୁ।

ଖାଦ୍ୟ ପରେ କାକୁଡି ଖାଇଲେ କଣ ହୁଏ? ଖାଦ୍ୟ ପରେ କାକୁଡି ଖାଇବା ମଧ୍ୟ ବେଶ ଲାଭଦାୟକ। ଏହା ପାଚନ ପ୍ରକ୍ରିୟାକୁ ଉନ୍ନତ କରେ। ଆପଣ ଯାହା ଖାଇଛନ୍ତି, ତାହା ଭଲଭାବେ ହଜମ ହୋଇଯାଏ। ତା ସହିତ ଭଜା କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇବା ପରେ ଏହାକୁ ଖାଇବା ଦ୍ୱାରା ମୁହଁ ଗ୍ଲୋ କରିଥାଏ।

ଦିନକୁ କେତେ କାକୁଡି ଖାଇବା ଉଚିତ?

ଦିନକୁ ୧ ରୁ ୨ଟି କାକୁଡି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଭଲ ବୋଲି ବିବେଚନା କରାଯାଏ। ଏଥିରୁ ଆପଣଙ୍କୁ ପ୍ରଚୁର ପରିମାଣର ଭିଟାମିନ୍, ଖଣିଜ ପଦାର୍ଥ ମିଳିଥାଏ। ଏହା ସହିତ, ଶରୀର ହାଇଡ୍ରେଟେଡ୍ ରହିଥାଏ। ଯେଉଁମାନଙ୍କର ଷ୍ଟୋନ କିମ୍ବା କିଡନୀ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ପରେ ଏହାକୁ ଖାଇବା ଉଚିତ।