ଭୋଜପୁରୀ ହିରୋଇନ ବାଣ୍ଟିଲେ ନମ୍ବର, କହିଲେ ମତେ କଲ କରି ବୁକ କର !
ଇନଷ୍ଟାଗ୍ରାମରେ ଭାଇରାଲ ହେଲା ଭୋଜପୁରୀ ହିରୋଇନଙ୍କ ନମ୍ବର
ବିହାର: ଭୋଜପୁରୀ ହିରୋଇନ ଆମ୍ରପାଲି ଦୁବେ ସେୟାର କଲେ ଦୁଇଟି ମୋବାଇଲ ନମ୍ବର, ଯାହା ପରେ ସୃଷ୍ଟି ହୋଇଛି ହଇଚଇ। ପ୍ରସିଦ୍ଧ ଭୋଜପୁରୀ ଅଭିନେତ୍ରୀ ଆମ୍ରପାଲି ଦୁବେ ଏବେ ତାଙ୍କ ପରିବାର ସହିତ ଛୁଟିକୁ ଉପଭୋଗ କରୁଥିବାବେଳେ ଇନଷ୍ଟାଗ୍ରାମରେ ଦୁଇଟି ମୋବାଇଲ ନମ୍ବର ସେୟାର କରିଛନ୍ତି।
ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଅନେକ ଲୋକ ତାଙ୍କୁ ଫୋନ୍ ମଧ୍ୟ କରିଥିଲେ।
ପ୍ରକୃତରେ, ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଆମ୍ରପାଲି ଦୁବେ କହିଛନ୍ତି ଯେ, ମୁଁ ଆଜିକାଲି ପରିବାର ସହିତ ସମୟ ବିତାଉଛି।
ସେଥିପାଇଁ ମୁଁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଇମେଲ୍ରେ ଆସୁଥିବା ମେସେଜ୍ର ଉତ୍ତର ଦେଇପାରୁନାହିଁ। ତେଣୁ ଯଦି ଆପଣ ମୋତେ କୌଣସି କାର୍ଯ୍ୟକ୍ରମ, ଶୋ ପାଇଁ ବୁକ୍ କରିବାକୁ ଚାହାଁନ୍ତି, ତେବେ ଆପଣ ମୋ ସହ ଏହି ନମ୍ବର 7021836750 ଏବଂ 9869216802 ରେ ଯୋଗାଯୋଗ କରିପାରିବେ।