ଟ୍ରାଫିକ୍ ପୋଲିସର ବଡ଼ ଆକ୍ସନ, ସିଜ୍ ହେଲା ଷ୍ଟାରଙ୍କ ଗାଡ଼ି, କ’ଣ ଥିଲା କାରରେ?
ଟ୍ରାଫିକ୍ ପୋଲିସ ପକ୍ଷରୁ କୁହାଯାଇଛି କି ଆଇନ ସମସ୍ତଙ୍କ ପାଇଁ ସମାନ।
ଜମ୍ମୁକାଶ୍ମୀର: ଅଭିନେତାଙ୍କ ଗାଡ଼ିକୁ ଧରିଲା ପୋଲିସ। ଗାଡ଼ି ଜବତ କରିବା ସହ ସିଜ କରିଛି ପୋଲିସ। ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଗାଡ଼ି ସିଜ୍। କାହିଁକି ଗାଡ଼ି ସିଜ୍ କରିଛି ପୋଲିସ। କାରଣ କ’ଣ?
ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ରେଞ୍ଜ ରୋବର କାରକୁ ସିଜ୍ କରାଯାଇଥିବା ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ଅକ୍ଷୟ କୁମାରଙ୍କ ରେଞ୍ଜ ରୋବର କାର ଜମ୍ମୁ- କାଶ୍ମୀରର ଏକ ଉଦଘାଟନ ସମାରୋହରେ ସାମିଲ ହେବାକୁ ପହଞ୍ଚିଥିଲା।
ସେହି ସମୟରେ ଜମ୍ମୁ କାଶ୍ମୀର ପୋଲିସ ତାଙ୍କ କାରକୁ ଯାଞ୍ଚ କରିବା ପାଇଁ ଅଟକାଇଥିଲେ। କାରର ୱିଣ୍ଡୋରେ କଳା ଗ୍ଲାସ ଥିବାର ୁ ପୋଲିସ ତାଙ୍କ ଗାଡ଼ି ସିଜ୍ କରିଛି।
କାରରେ ଲାଗିଥିଲା କଳା ଗ୍ଲାସ
ଅକ୍ଷୟ କୁମାର ମଙ୍ଗଳବାର ଦିନ ନିଜ ରେଞ୍ଜ ରୋବର କାର ଦ୍ୱାର ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜମ୍ମୁ-କାଶ୍ମୀରରେ ପହଞ୍ଚିଥିଲେ।
ଏହି ସମୟରେ ପୋଲିସ ବାହନ ଚେକି ପାଇଁ ତାଙ୍କ ଗାଡ଼ିକୁ ଅଟକାଇଥିଲା ପୋଲିସ। ପୋଲିସ ମଟର ଯାନ ନିୟମ ତୁଳନାରେ ଷ୍ଟାରଙ୍କ ଗାଡ଼ିକୁ ସିଜ୍ କରିଥିଲେ।
ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଥିଲା କି କାରର ଗ୍ଲାସ ବ୍ଲାକ୍ ଥିଲା। ଯାହା ନିୟମ ଉଲ୍ଲଘଂନ ଥିଲା । ଏହା ପୂର୍ବରୁ ଅକ୍ଷୟ କୁମାର ଅନ୍ୟ ଏକ ଗାଡ଼ିରେ ବସି ସେଠାରୁ ଫେରିଆସିଥିଲେ।
ଆଇନ୍ ସମସ୍ତଙ୍କ ପାଇଁ ସମାନ
ଏହି ମାମଲାକୁ ନେଇ ଟ୍ରାଫିକ୍ ପୋଲିସ ପକ୍ଷରୁ କୁହାଯାଇଛି କି ଆଇନ ସମସ୍ତଙ୍କ ପାଇଁ ସମାନ। ସାଧାରଣ ନାଗରିକଙ୍କ ପାଇଁ ଯେଉଁ ଆଉନ ଲାଗୁ କରାଯାଉଛି ସେହି ଆଇନ ମଧ୍ୟ ସେଲିବ୍ରେଟିଙ୍କ ପାଇଁ ଲାଗୁ ହେବ।
ଯିଏ କେହି ଆଇନ ନିୟମ ଉଲ୍ଲଘଂନ କରିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ଅକ୍ଷୟ
ରେଞ୍ଜ ରୋବର କାର ସିଜ ମାମଲାରେ ଏପର୍ଯ୍ୟନ୍ତ ଖିଲାଡ଼ି ଷ୍ଟାରଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି।
କିନ୍ତୁ ଖବର ରହିଛି କି ଅକ୍ଷୟଙ୍କ ମ୍ୟାନେଜର ସମସ୍ତ ଆଉନ ନିୟମ ଅନୁସାରେ କାରକୁ ପୋଲିସ ପାଖରୁ ମୁକ୍ତ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।