ଏସିଙ୍କ ନିଷ୍ପତିକୁ ବିରୋଧ କଲେ ରୋହିଙ୍କ ପତ୍ନୀ, କହିଲେ ଏଭଳି ନିଷ୍ପତି ନୁହେଁ ସମସ୍ୟାର ସମାଧାନ

ବୁଲା କୁକୁରଙ୍କୁ ଏଭଳି ବନ୍ଦ କରିବା ସମସ୍ୟାର ସମାଧାନ ନୁହେଁ ।

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ବୁଲା କୁକୁରଙ୍କ ଧରି ସେଲଟର ହୋମ୍ ଛାଡ଼ିବାକୁ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗକୁ ନେଇ ଲାଗି ରହିଛି ତର୍କ- ବିତର୍କ।

ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ଏହି ପ୍ରସଙ୍ଗରେ ରଖିଛନ୍ତି ନିଜ ମତ। ସେ କହିଛନ୍ତି ଏହି ନିଷ୍ପତି ବିଲକୁଲ ଭୁଲ। ବୁଲା କୁକୁରଙ୍କୁ ଏଭଳି ବନ୍ଦ କରିବା ସମସ୍ୟାର ସମାଧାନ ନୁହେଁ ।

ରିତିକା ସୋସିଆଲ ମିଡିଆରେ କହିଲେ କ’ଣ?

ରିତିକା ତାଙ୍କ ଇଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତିକୁ ବିରୋଧ କରିଛନ୍ତି । ସେ ଲେଖିଛନ୍ତି ବୁଲା କୁକୁର କେବଳ ରାସ୍ତାରେ ବୁଲିବା ପଶୁ ନୁହଁନ୍ତି। ସେ ସହରର ହୃଦୟ ।

ଏମାନେ ସେହି ପଶୁ ଯିଏ ଚା ଦୋକାନରେ ଖଣ୍ଡେ ବିସ୍କୁଟ କିଏ ଦେବା ପାଇଁ ଅପେକ୍ଷା କରିଥିବେ। ସମସ୍ତଙ୍କ ପାଇଁ ରାତିରେ ଏମାନେ ଚୌକିଦାର ହୁଅନ୍ତି । ପିଲା ସ୍କୁଲରୁ ଆସୁଥିବା ଦେଖି ଖୁସିରେ ସେମାନେ ତାଙ୍କ ଲାଙ୍ଗୁଡ଼ ହଲାନ୍ତି । ସେମାନଙ୍କ ଉପସ୍ଥିତିି କିଛି ଭିନ୍ନ ଥାଏ ।

ତାଙ୍କ କହିବା ଅନୁସାରେ ବୁଲା କୁକୁରଙ୍କ ହଠାତ ସେଲଟର ହୋମରେ ଛାଡ଼ିବା ତାଙ୍କ ଠାରୁ ତାଙ୍କ ସ୍ୱତନ୍ତ୍ର ଏବଂ ଜୀବନ ଛଡ଼ାଇନେବା ଭଳି।

ଏଭଳି କଠୋର ଏବଂ ନୃଶଂସ ନିଷ୍ପତି ଅପେକ୍ଷା ସେମାନଙ୍କ ସଠିକ୍ ସମୟରେ ଟିକାକରଣ, ସେମାନଙ୍କ ପାଇଁ ଖାଦ୍ୟ ଖାଇବା ଫିଡିଙ୍ଗ ସେଣ୍ଟର, ସେମାନଙ୍କୁ ଘରକୁ ନେବା ପାଇଁ କିଛି କାର୍ଯ୍ୟକ୍ରମ କରିବା ନିହାତି ଆବଶ୍ୟକ।

ରିତିକା ତାଙ୍କ ପୋଷ୍ଟ ଶେଷର କହିଛନ୍ତି ଏକ ସମାଜ କଥା କହିପାରୁନଥିବା ପ୍ରାଣୀଙ୍କ ରକ୍ଷା କରିପାରୁନାହିଁ। ଧୀରେ ଧୀରେ ଏମ।।ନେ ମଣିଷ ପ୍ରଣିଆ ହରାଉଛନ୍ତି । ଆଜି କୁକୁର କାଲି ଆଉ କିଏ ହେବ।

ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ:

ସୁପ୍ରିମକୋର୍ଟଙ୍କ ବେଞ୍ଚ ଯେଉଁଥିରେ ଜଷ୍ଟିସ ଜେବି ପାରଦିବାଲା ଏବଂ ଜଷ୍ଟିସ ଆର ମହାଦେବନ ସାମିଲ ଥିଲେ। ଏହି ନିର୍ଦ୍ଦେଶ ଦେଇଥିଲେ କି ଦିଲ୍ଲୀ ଏନସିଆର ସମସ୍ତ ଅଞ୍ଚଳରୁ ବୁଲା କୁକୁରକୁ ହଟାଇ ଦିଆଯାଉ।

କୋର୍ଟ ପକ୍ଷରୁ ଏଭଳି ନିଷ୍ପତି ଥିଲା କି ଥରେ ବୁଲା କୁକୁରଙ୍କୁ ଧରିବା ପରେ ସେମାନଙ୍କୁ ଆଉ ରାସ୍ତାରେ ଛଡ଼ାଯିବନି। ଯିଏ କେହି ଏହି ପ୍ରକ୍ରିୟାରେ ବାଧା ଦେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ବିବାଦ ଆଉ ତର୍କ
ଯେଉଁଠି ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ସମର୍ଥନ କରି ଲୋକ ନାଗରିକ ସୁରକ୍ଷା ପାଇଁ ଏହା ଜରୁରୀ ବୋଲି କହିଛନ୍ତି। ସେହିପରି ଅନ୍ୟପକ୍ଷରେ ପଶୁ ପ୍ରେମୀ କହିଛନ୍ତି ଏହା ପଶୁ ମାନଙ୍କ ବିରୋଧରେ ହେଉଛି ଅନ୍ୟାୟ।

ରିତିକା ସଜଦେହ ୟଙ୍କ ଏଭଳି ବୟାନ ଘଟଣାକୁ ଆହୁରି ସଙ୍ଗୀନ କରିବ। ସାଧାରଣତଃ ସୋସିଆଲ ମିଡିଆରେ ଯେଉଁଠି ଏହି ମୁର୍ଦ୍ଦାକୁ ନେଇ ଚାଲିଛି ତର୍କ।