ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ପଦକ୍ଷେପ, ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ କରାଯିବ ସେଫ୍‌ କ୍ୟାମ୍ପେନ୍‌

ଶକ୍ତିଶ୍ରୀ ସ୍କିମ୍‌ ଜରିଆରେ ସେଫ୍‌ କ୍ୟାମ୍ପେନ୍‌ କାର୍ଯ୍ୟକ୍ରମ କରାଯିବ ।

 ଭୁବନେଶ୍ବର: ସେଫ୍‌ କ୍ୟାମ୍ପେନ୍‌ କରିବ ଉଚ୍ଚ ଶିକ୍ଷା ବିଭାଗ । ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ତେବେ ଗତ କିଛି ଦିନ ହେବ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ପଦକ୍ଷେପ ନିଆଯିବ ।

ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ସେଫ୍‌ କ୍ୟାମ୍ପେନ୍‌ କରାଯିବ । ଶକ୍ତିଶ୍ରୀ ସ୍କିମ୍‌ ଜରିଆରେ ସେଫ୍‌ କ୍ୟାମ୍ପେନ୍‌ କାର୍ଯ୍ୟକ୍ରମ କରାଯିବ ।

ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ୍‌ ରହିବ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ପ୍ରକାଶଥାଉକି, ବାଲେଶ୍ବର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହୁତି ମାମଲା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଓ ଶୈକ୍ଷିକ ବାତାବରଣ ନିର୍ମାଣ କରିବା ଲକ୍ଷ୍ୟରେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ, ସଚେତନତା ଓ ସଶକ୍ତିକରଣ ବିଷୟରେ ଶିକ୍ଷା ଦିଆଯିବା ନେଇ କୁହାଯାଇଥିଲା ।