ଲଜ୍ଜା ଲଜ୍ଜା ଲଜ୍ଜା…, ଭାରତର ହୋଇ ପାକିସ୍ତାନ ପାଇଁ କ୍ରିକେଟ ଖେଳନ୍ତି ଏ 3 ଖେଳାଳି! ସ୍ୱାଧୀନତା ଦିବସରେ ଜାଣନ୍ତୁ କାହିଁକି…

ଓଡ଼ିଶା ଭାସ୍କର: ୧୫ ଅଗଷ୍ଟ ୧୯୪୭ ରେ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା। ସ୍ୱାଧୀନତା ସହିତ ଭାରତ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା ।  ପାକିସ୍ତାନ  ମଧ୍ୟ ଏକ ସ୍ୱାଧୀନ ଦେଶ ଭାବରେ ପରିଗଣିତ ହୋଇଥିଲା। ସ୍ୱାଧୀନତା ସଂଗ୍ରାମ ଏବଂ ତା’ପରେ ଭାରତ-ପାକିସ୍ତାନ ବିଭାଜନରେ ଅନେକ ଲୋକ ପ୍ରାଣ ହରାଇଥିଲେ।

ଅନେକ ପରିବାର ଅଲଗା ହୋଇଯାଇଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ରହିନାହିଁ। ବର୍ତ୍ତମାନ ଉଭୟ ଦଳ କ୍ରିକେଟରେ ଦ୍ୱିପାକ୍ଷିକ ସିରିଜ୍ ମଧ୍ୟ ଖେଳନ୍ତି ନାହିଁ। କିନ୍ତୁ, ଆଜି ସ୍ୱାଧୀନତା ଦିବସ ଅବସରରେ ଆମେ ଆପଣଙ୍କୁ ସେହି ୩ ଜଣ କ୍ରିକେଟରଙ୍କ ବିଷୟରେ କହୁଛୁ ଯେଉଁମାନେ ଭାରତ ଏବଂ ପାକିସ୍ତାନ ଉଭୟ କ୍ରିକେଟ ଦଳରେ ଖେଳିଥିଲେ।

ଅବଦୁଲ ହାଫିଜ୍ କରଦାର- ଅବଦୁଲ ହାଫିଜ୍ କରଦାରଙ୍କୁ ପାକିସ୍ତାନ କ୍ରିକେଟର ପିତା କୁହାଯାଏ। ସେ ତାଙ୍କ ସମୟର ସବୁଠାରୁ ପ୍ରଭାବଶାଳୀ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ଥିଲେ। ବାମହାତୀ ବ୍ୟାଟର କରଦାର ବୋଲରମାନଙ୍କ ଉପରେ ସିଧା ଡ୍ରାଇଭ୍ ମାରିବା ପାଇଁ ଜଣାଶୁଣା ଥିଲେ, ସେ ସ୍ପିନ୍ ବୋଲିଂ ମଧ୍ୟ କରୁଥିଲେ।

କରଦାର ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ୨୩ଟି ମ୍ୟାଚ୍ ଖେଳିଥିଲେ, ଏହା ପୂର୍ବରୁ ସେ ଭାରତ ପାଇଁ ୩ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଅବଦୁଲ ହାଫିଜ୍ କରଦାର ୧୯୫୨ରେ ପାକିସ୍ତାନର ଅଧିନାୟକ ହୋଇଥିଲେ ଏବଂ ତାଙ୍କର ପ୍ରଥମ ମ୍ୟାଚ୍ ଭାରତ ବିପକ୍ଷରେ ଥିଲା।

ଅମିର ଇଲାହି- ଅମିର ଇଲାହି ତାଙ୍କ ସମୟର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ୧୧୯ଟି ମ୍ୟାଚ୍ ରେ ୫୦୬ଟି ୱିକେଟ ନେଇଥିଲେ। ସେ ମଧ୍ୟମ ଗତିର ବୋଲର ଭାବରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ପରେ ଲେଗ୍-ବ୍ରେକ୍ ବୋଲିଂକୁ ପରିବର୍ତ୍ତନ କରିଥିଲେ। ଇଲାହି ୧୯୪୭ରେ ସିଡନୀରେ ଭାରତ ପାଇଁ ଡେବ୍ୟୁ କରିଥିଲେ। କିନ୍ତୁ ଭାରତ-ପାକିସ୍ତାନ ବିଭାଜନ ପରେ ପାକିସ୍ତାନ ଦଳ ପାଇଁ ଖେଳିଥିଲେ। ସେ ୧୯୫୨-୫୩ରେ ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ୫ଟି ମ୍ୟାଚ୍ ଖେଳିଥିଲେ।

ଗୁଲ ମହମ୍ମଦ-୧୯୪୬ ମସିହା ଜୁନ୍ ୨୨ ତାରିଖରେ ଭାରତୀୟ ଦଳ ପାଇଁ ଡେବ୍ୟୁ କରିଥିବା ଗୁଲ ମହମ୍ମଦ ୧୯୫୬ ମସିହା ଅକ୍ଟୋବର ୧୧ ତାରିଖରେ ପାକିସ୍ତାନ ପାଇଁ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ବାମହାତୀ ବ୍ୟାଟର ଗୁଲ ମହମ୍ମଦ ତାଙ୍କର ବିସ୍ଫୋରକ ବ୍ୟାଟିଂ ଏବଂ ଉତ୍କୃଷ୍ଟ କ୍ଷେତ୍ରରକ୍ଷଣ ପାଇଁ ପ୍ରସିଦ୍ଧ ଥିଲେ। ଗୁଲ ମହମ୍ମଦଙ୍କ ସବୁଠାରୁ ପ୍ରସିଦ୍ଧ ଇନିଂସ ହେଉଛି ୩୧୯ ରନ, ଯାହାକୁ ସେ ୧୯୪୬/୪୭ ରଣଜୀ ଟ୍ରଫିରେ ବରୋଦା କ୍ରିକେଟ୍ ଦଳ ବିପକ୍ଷରେ ଖେଳିଥିଲେ।