ରାଜଧାନୀରେ ଚାଞ୍ଚଲ୍ୟ, ଟ୍ରେନ୍ ଟଏଲେଟରୁ ମିଳିଲା ଯୁବକଙ୍କ ମୃତଦେହ
ଯୁବକଙ୍କୁ କିଏ ମାରି ଟ୍ରେନ୍ ଟଏଲେଟରେ ଫୋପାଡ଼ି ଦେଇଛି!
ଭୁବନେଶ୍ୱର: ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଟ୍ରେନ ଟଏଲେଟରୁ ମିଳିଲା ମୃତଦେହ। ଦିଲ୍ଲୀ-ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।
ସତ୍ୟନଗର ଓ୍ୱାସିଂ ଲାଇନ୍ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଯୁବକ ଜଣକ ଟ୍ରେନ ଟଏଲେଟକୁ କିପରି ଆସିଲେ ଏବଂ ତାଙ୍କର ମୃତ୍ୟୁ କିପରି ହେଲା ତାହା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଟ୍ରେନ୍ ଟଏଲେଟରେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଜିଆରପି। ମୃତ ଯୁବକ ଜଣକ ଉତ୍ତରପ୍ରଦେଶର ଶିବ କୁମାର ବୋଲି ସୂଚନା ମିଳିଛି। ଏହାମଧ୍ୟ କୁହାଯାଉଛି ଯେ ଯୁବକଙ୍କର ମୃତ୍ୟୁକୁ ଦୁଇ ତିନି ଦିନ ହୋଇଗଲାଣି। କାରଣ ଶବ ପଚିବା ଆରମ୍ଭ କଲାଣି। ହେଲେ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି।