ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହି 2 ରାଶିଙ୍କ ଭାଗ୍ୟ; ଏହି ରାଶି ରୁହନ୍ତୁ ସତର୍କ, ଜାଣନ୍ତୁ ଆଜିର ରାଶିଫଳ

ଆଜି ରବିବାର, ଭାଦ୍ରପଦ କୃଷ୍ଣ ପକ୍ଷର ନବମୀ ତିଥି। ନବମୀ ତିଥି ଆଜି ସନ୍ଧ୍ୟା ୭:୨୫ ପର୍ଯ୍ୟନ୍ତ ରହିବ। ଚାଲନ୍ତୁ ଜାଣିବା ଆଜି ସମସ୍ତ ୧୨ଟି ରାଶି କିପରି ଫଳ ପାଇବେ। ଏହା ସହିତ ସେମାନଙ୍କର ଶୁଭ ସଂଖ୍ୟା ଓ ଶୁଭ ରଙ୍ଗ କଣ ରହିବ ।

ଓଡ଼ିଶା ଭାସ୍କର: ଆଜି ରବିବାର, ଭାଦ୍ରପଦ କୃଷ୍ଣ ପକ୍ଷର ନବମୀ ତିଥି। ନବମୀ ତିଥି ଆଜି ସନ୍ଧ୍ୟା ୭:୨୫ ପର୍ଯ୍ୟନ୍ତ ରହିବ। ୟାୟୀଜୟ ଯୋଗ ଆଜି ସନ୍ଧ୍ୟା ୭:୨୫ ପର୍ଯ୍ୟନ୍ତ ରହିବ। ଏହା ସହିତ, ରୋହିଣୀ ନକ୍ଷତ୍ର ଆଜି ବିଳମ୍ବିତ ରାତି ୩:୧୮ ପର୍ଯ୍ୟନ୍ତ ରହିବ। ଏହା ବ୍ୟତୀତ, ଆଜି ଶ୍ରୀ ଗୋଗା ନବମୀ। ଆସନ୍ତୁ ଏବେ ଆଚାର୍ଯ୍ୟ ଇନ୍ଦୁ ପ୍ରକାଶଙ୍କଠାରୁ ଜାଣିବା ଆଜି ସମସ୍ତ ୧୨ଟି ରାଶି କିପରି ଫଳ ପାଇବେ। ଏହା ସହିତ ସେମାନଙ୍କର ଶୁଭ ସଂଖ୍ୟା ଓ ଶୁଭ ରଙ୍ଗ କଣ ରହିବ ।

ମେଷ

ଆଜି ପ୍ରତ୍ୟେକ ସ୍ତରରେ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ବ୍ୟବସାୟରେ ଟେନ୍‍ସନ୍‍ ରହିଲେ ମଧ୍ୟ କ୍ଷତିର ପ୍ରଶ୍ନ ଉଠୁନାହିଁ। ପାଖ ଲୋକଟି ଅନ୍ୟର ନିର୍ଦ୍ଦେଶରେ କାମ କରିବା ଫଳରେ ସନ୍ଦେହଜନକ ସ୍ଥିତି ଉତ୍ପନ୍ନ ହୋଇପାରେ। ବନ୍ଧୁଗହଣରେ ବାକ୍‍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ।

ଶୁଭ ସଂଖ୍ୟା-ପିଙ୍କ୍ ବା ଗୋଲାପି

ଶିଭ ରଙ୍ଗ-6

ବୃଷ

ଆଜି ପରିବାରର ସାହାଯ୍ୟ ସମର୍ଥନ ଆପଣଙ୍କ କାର୍ଯ୍ୟ ହାସଲରେ ସାହାଯ୍ୟ କରିବ । ଏହା ସାଙ୍ଗକୁ ଖର୍ଚ୍ଚ ପରିମାଣ ବୃଦ୍ଧି ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବାର ସୂଚନା ରହିଛି। ଅବହେଳିତ କାମ ପାଇଁ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି।

ଶୁଭ ସଂଖ୍ୟା-ନୀଳ

ଶିଭ ରଙ୍ଗ-1

ମିଥୁନ

କର୍ମକ୍ଷେତ୍ରରେ ସହକର୍ମୀଙ୍କ ନିକଟରୁ ଭରସା ପାଇ ବିଚଳିତ ମନରେ ସାମୟିକ ସ୍ଥିରତା ଆସିବ। ବନ୍ଧୁଙ୍କ ଜରିଆରେ ବହୁ ପ୍ରତୀକ୍ଷିତ ଖବର ଆଜି ପାଇପାରନ୍ତି। ବାକି ପଡ଼ିଥିବା ଅର୍ଥ ଆଦାୟ କରିବା ପାଇଁ ଯୁକ୍ତିତର୍କ ଓ କଳହର ସ୍ଥିତି ଉପୁଜିବ। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ ହେବ।

ଶୁଭ ସଂଖ୍ୟା-ମେଜେଣ୍ଟା

ଶିଭ ରଙ୍ଗ-6

କର୍କଟ
ବାରମ୍ବାର ଚେଷ୍ଟା କରି ଅଟକି ରହିଯାଉଥିବା ଅପୂରଣୀୟ ଆଶା ମନରେ ଦୁଃଖ ଦେବ। ଭଲ ସମ୍ପର୍କ ନ ଥିବା ଆମତ୍ମୀୟମାନେ ହଠାତ୍‍ ବିରୋଧାଭାବ ପୋଷଣ କରିପାରନ୍ତି। କର୍ମକ୍ଷେତ୍ରରେ ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ, ସହାନୁଭୂତିରୁ ଆଶ୍ୱସ୍ତି ମିଳିବ। ବନ୍ଧୁଙ୍କ ପରାମର୍ଶରେ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିପାରେ।

ଶୁଭ ସଂଖ୍ୟା-ନୀଳ

ଶିଭ ରଙ୍ଗ-5

ସି˚ହ

କର୍ମକ୍ଷେତ୍ରରେ ପାରସ୍ପରିକ ବୁଝାମଣା ମାଧ୍ୟମରେ କାର୍ଯ୍ୟସାଧନ କରିବାରେ ସଫଳ ହେବେ। ପାରିବାରିକ ସ୍ତରରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା ଉପକୃତ ହୋଇପାରନ୍ତି। ସାମାଜିକ ସ୍ତରରେ ବୁଦ୍ଧିଜୀବୀଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଅବହେଳାରୁ ପ୍ରାପ୍ୟଧନରେ ବାଧା ସୃଷ୍ଟି ହୋଇପାରେ।

ଶୁଭ ସଂଖ୍ୟା-ଗ୍ରେ ବା ଘୂଷର

ଶିଭ ରଙ୍ଗ-4

କନ୍ୟା

ପାରିବାରିକ କ୍ଷେତ୍ରରେ ମନ ମୁତାବକ କାମ ନ ହେବା ଯୋଗୁ କ୍ଷୁବ୍ଧ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଦ୍ୱାରା ସହଜରେ କାମ ହାସଲ ହେବା କଷ୍ଟକର ହେବ। ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ବଢ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ସତ୍ୟରେ ପରିଣତ ହେବାରୁ ଖୁସି ଅନୁଭବ କରିବେ।

ଶୁଭ ସଂଖ୍ୟା-ସିଲ୍ଭର

ଶିଭ ରଙ୍ଗ-9

ତୁଳା

ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ସାଙ୍ଗକୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ। ଆକସ୍ମିକ ଭାବେ ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ସାଧାରଣ କଥାରେ ତର୍କ ବିତର୍କଜନିତ ସ୍ତ୍ରୀଙ୍କ ସହ ମନୋମାଳିନ୍ୟର ଆଶଙ୍କା ରହିଛି ।

ଶୁଭ ସଂଖ୍ୟା-ହଳଦିଆ

ଶିଭ ରଙ୍ଗ-1

ବିଛା
ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ସାଙ୍ଗକୁ ବନ୍ଧୁମିଳନ ଜନିତ ଆନନ୍ଦ ଅନୁଭବ କରିପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ସମାଧାନ ଯୋଗୁ ମାନସିକ ସ୍ତରରେ ପରିବର୍ତ୍ତନ ଅନୁଭବ କରିବେ। ଅବହେଳାରୁ ଅଟକି ଥିବା କାମ ସକାଶେ ଅଭିଯୋଗ ଆସିପାରେ। ଅନ୍ୟମାନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ।

ଶୁଭ ସଂଖ୍ୟା-ବାଇଗେଣୀ

ଶିଭ ରଙ୍ଗ-7

ଧନୁ
ପରିସ୍ଥିତି ପ୍ରତି ସଜାଗ ରହି କାମ କରିପାରିଲେ ଲକ୍ଷ୍ୟ ପୂରଣ ହେବାରେ ପ୍ରତିବନ୍ଧକ ରହିବ ନାହିଁ ା ଶତ୍ରୁ ଆପଣଙ୍କ ପଛରେ ଛାଇଭଳି ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। ବ୍ୟବସାୟ ଓ ପରିବହନରେ ଲାଭାଂଶ ବୃଦ୍ଧି ପାଇବ। ଚାକ୍ଷୁଷ ପ୍ରମାଣ ବ୍ୟତୀତ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ଶୁଭ ସଂଖ୍ୟା-ସବୁଜ

ଶିଭ ରଙ୍ଗ-2

ମକର

ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବ୍ୟବସାୟରେ ସଫଳତା ହାସଲ କଲେ ମଧ୍ୟ ଋଣ ପରିଶୋଧ କରିପାରିବେ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି କାରଣରୁ ସାମୟିକ ମାନସିକ ଶାନ୍ତି ମିଳିବ। ମାନସିକ ଦ୍ୱନ୍ଦ୍ୱ ଲାଗି ରହୁଥିବାରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।

ଶୁଭ ସଂଖ୍ୟା-ନାଲି

ଶିଭ ରଙ୍ଗ-2

କୁମ୍ଭ

ଅଧିକାଂଶ ସମୟ ସ୍ନାୟବିକ ଦୁର୍ବଳତା ଅନୁଭବ କରିବା କାରଣରୁ କାର୍ଯ୍ୟଦକ୍ଷତା କମିକମି ଯିବ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଏବଂ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅବଶ୍ୟ ସଫଳତା ମିଳିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି।

ଶୁଭ ସଂଖ୍ୟା-ଗୋଲ୍ଡେନ

ଶିଭ ରଙ୍ଗ-7

ମୀନ

ସ୍ଥଗିତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଅଫିସିଆଲି କାମରେ ଟେନସନ୍‍ ବଢ଼ିପାରେ। ଆପଣଙ୍କ ପାରିବାରିକ ଉକତ୍ର୍ଷତା ପ୍ରତି ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ସାମାଜିକ ସ୍ତରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। କଚେରି ମାମଲା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବାର ଆଶା ରହିଛି।

ଶୁଭ ସଂଖ୍ୟା-ନୀଳ

ଶିଭ ରଙ୍ଗ-6