ଉର୍ଫୀଙ୍କୁ ରାମ୍ପିଦେଲା ବିଲେଇ, ଆଖି ତଳୁ ବାହାରିଲା ରକ୍ତ, କହିଲେ- ଅଚାନକ..
ଉର୍ଫୀଙ୍କୁ ରାମ୍ପୁଡ଼ି ଦେଲା ବିଲେଇ, ଅଭିନେତ୍ରୀ ନିଜେ ପୋଷ୍ଟ କରି କହିଲେ ଏହି କଥା
ନୂଆଦିଲ୍ଲୀ: ନିଜର ଅଜବ ଫ୍ୟାଶନ ପାଇଁ ଲାଇମଲାଇଟରେ ରୁହନ୍ତି ଉର୍ଫୀ ଜାଭେଦ। ବିଗତ ଦିନରେ ସେ କରଣ ଜୋହରଙ୍କ ଶୋ ‘ଦ ଟ୍ରେଟର୍ସ’ରେ ବିଜେତା ହୋଇଥିଲେ।
ଏହି ଶୋରେ ଜିତିବା ପରେ ସେ ନିଜର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ ଫ୍ୟାଶନ ଲୁକ୍ରେ ଦେଖିବାକୁ ମିଳିଥିଲା। କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀଙ୍କୁ ବିଲେଇ ରାମ୍ପୁଡ଼ି ଦେଇଛି। ଏଥିରେ ଅବିନେତ୍ରୀଙ୍କ ଅଖି ତଳୁ ରକ୍ତ ବହିବାର ଦେଖିବାକୁ ମିଳୁଛି।
ଭିଡିଓ ସେୟାର କରି ଉର୍ଫୀ ଜାଭେଦ କହିଛନ୍ତି ଯେ, ତାଙ୍କ ବିଲେଇ ଅଚାନକ ତାଙ୍କ ଉପରକୁ ଡିଆଁ ମାରିଥିଲା। ଯେଉଁ କାରଣରୁ ତାଙ୍କ ମୁହଁ ଖଣ୍ଡିଆ ହୋଇଯାଇଥିଲା ଏବଂ ରକ୍ତ ବାହାରିଥିଲା। ସେ ନିଜ ଆହତ ହେବାର ଫଟୋ ଇନଷ୍ଟାଗ୍ରାମରେ ଷ୍ଟୋରୀ ଦେଇଥିଲେ।
ଫଟୋ ସେୟାର କରି ସେ ଫ୍ୟାନ୍ସଙ୍କୁ କହିଥିଲେ ଯେ, କ୍ୟାଟ୍ ଫ୍ୟାରେଣ୍ଟସ, କଣ ଆପଣ ଏହାକୁ ରିଲେଟ କରିପାରିବେ? ମୁଁ ସୋଫା ଉପରେ ବସିଥିଲି, ମୋ ବିଲେଇ ଅଚାନକ ଆସିଲା ଏବଂ ଆକ୍ରମଣ କରିଦେଲା।
ଏକ ଅନ୍ୟ ପୋଷ୍ଟର କ୍ୟାପସନରେ ସେ ଲେଖିଥିଲେ ଯେ, ଆଖି ଫୁଲିଯାଇଛି ଏବଂ ଏପର୍ଯ୍ୟନ୍ତ ରକ୍ତ ବୋହିବା ବନ୍ଦ ହୋଇନାହିଁ।