ରାଜଧାନୀର ଛାତି ଉପରେ ଟ୍ରିପଲ ମର୍ଡର, ବାପା,ମା’ ଓ ଭାଇକୁ ଛୁରୀ ଭସି ହତ୍ୟା କରି ପୁଅ ଫେରାର

ନୂଆଦିଲ୍ଲୀ: ରାଜଧାନୀର ଛାତି ଉପରେ ଟ୍ରିପଲ ମର୍ଡର। ତାହା ପୁଣି ବାପା, ମାଆ ଏବଂ ପୁଅକୁ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ହତ୍ୟା କାଣ୍ଡ ଘଟଣାଇଛି ମୃତ ବ୍ୟକ୍ତିଙ୍କ ପୁଅ।

ହଁ ଆପଣମାନେ ଠିକ୍ ଶୁଣିଛନ୍ତି ଗୋଟିଏ ଘରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ଏହି ଘଟଣାଟି ଦକ୍ଷିଣ ଦିଲ୍ଲୀର ମୈଦାନଗଡ଼ୀ ଅଞ୍ଚଳରେ ଘଟିଛି।

ପୁରା ମହଲାରେ ରକ୍ତର ଛିଟା ପଡିଥିବା ଦେଖିବାକୁ ମିଳିଛି।  ପଡ଼ୋଶୀମାନେ ମୃତଦେହର ଦୁର୍ଗନ୍ଧ ପାଇବା ପରେ ପୋଲିସକୁ ଘଟଣା ବିଷୟରେ ଜଣାଇଥିଲେ।  ତାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।

ପୂରା ଘଟଣା କ’ଣ: ଦକ୍ଷିଣ ଦିଲ୍ଲୀର ମୈଦାନଗଡ଼ୀରେ ଜଣେ ପୁଅ ତାଙ୍କ ବାପା, ମାଆ ଏବଂ ଭାଇଙ୍କୁ ଛୁରୀ ଭୁସି ହତ୍ୟା କରି ଫେରାର ହୋଇଯାଇଛି।

ସୂଚନାନୁସାରେ ବାପ, ପୁଅଙ୍କ ମୃତଦେହ ଘରର ପ୍ରଥମ ମହଲାର ଚଟାଣରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ, ମାଆଙ୍କ ମୃତଦେହ ଘରର ଉପର ମହଲାରେ ପଡିଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକମାନଙ୍କୁ ଚିହ୍ନଟ କରିଛି। ମୃତ ପ୍ରେମ ସିଂହଙ୍କ ବୟସ ୪୫ ରୁ ୫୦ ବର୍ଷ। ମୃତ ରଜନୀଙ୍କ ବୟସ ୪୦ ରୁ ୪୫ ବର୍ଷ। ମୃତ ଋତିକଙ୍କ ବୟସ ୨୪ ବର୍ଷ। FSL ଏବଂ ସାଇଣ୍ଟିଫିକ୍ ଟିମ୍ ଅପରାଦ ଘଟିଥିବା ସ୍ଥାନର ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛନ୍ତି।

ହତ୍ୟା କରି ପୁଅ ନିଖୋଜ: ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଘରର ସାନ ପୁଅ ସିଦ୍ଧାର୍ଥ ଯାହାର ବୟସ ୨୨ ରୁ ୨୩ ବର୍ଷ ହୋବ, ସେ ହତ୍ୟା ପରଠାରୁ ନିଖୋଜ ଅଛି।

ଆଖପାଖର ତଦନ୍ତ ପରେ ଜଣାପଡିଲା ଯେ ସିଦ୍ଧାର୍ଥ ମାନସିକ ଚିକିତ୍ସାରେ ଥିଲେ। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ଫେରାର ସିଦ୍ଧାର୍ଥଙ୍କୁ ଖୋଜା ଚାଲିଛି। ଘରେ କୌଣସି ଡକାୟତି ହୋଇଥିବାର କିଛି ରିପୋର୍ଟ ନାହିଁ। ହେଲେ ତିନି ଜଣଙ୍କ ହତ୍ୟା ଘଟଣା ଅଞ୍ଚଳରେ ଆତଙ୍କ  ସୃଷ୍ଟି କରିଛି।