jioର ୮୪ ଦିନିଆ ସବୁଠାରୁ ଶସ୍ତା ପ୍ଲାନ୍, ଅନଲିମିଟେଡ୍ କଲିଂ ସହ ମିଳିବ ଅନେକ କିଛି ସୁବିଧା
jio ଗ୍ରାହକଙ୍କ ପାଇଁ ଖୁସି ଖବର।
ନୂଆଦିଲ୍ଲୀ: jio ଗ୍ରାହକଙ୍କ ପାଇଁ ଖୁସି ଖବର। କାରଣ ଜିଓ ତାର ୪୮ କୋଟିରୁ ଅଧିକ ଉପଭୋକ୍ତାଙ୍କ ପାଇଁ ଅନେକ ଶସ୍ତା ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀର ୮୪ ଦିନିଆ ବୈଧତା ସହିତ ଅନେକ ଶସ୍ତା ପ୍ଲାନ୍ ମଧ୍ୟ ରହିଛି। ଯାହା ଅନଲିମିଟେଡ୍ କଲିଂ ସହିତ ଡାଟା ଏବଂ ଅନେକ ସୁବିଧା ଦେଉଛି।
ତେବେ ଅନ୍ୟପଟେ ଯଦି ଆମେ ଦୀର୍ଘ ବୈଧତା ସହିତ ଯୋଜନା ବିଷୟରେ କଥା ହେବା ତେବେ jioର ମଧ୍ୟ ୩୬୫ ଦିନିଆ ପ୍ଲାନ୍ ରହିଛି। ଯଦି ଆପଣ ୮୪ ଦିନର ବୈଧତା ସହିତ ସବୁଠାରୁ ଶସ୍ତା ପ୍ଲାନ୍ ଖୋଜୁଛନ୍ତି ତେବେ ଆପଣ jioର ଏହି ଦୁଇଟି ପ୍ଲାନ୍ ନେଇପାରିବେ।
୮୪ ଦିନର ସବୁଠାରୁ ଶସ୍ତା ପ୍ଲାନ୍: ଜିଓର ଏହି ପ୍ଲାନ୍ ୭୯୯ ଟଙ୍କାରେ ଉପଲବ୍ଧ। ଏଥିରେ ୟୁଜର୍ସଙ୍କୁ ୮୪ ଦିନର ବୈଧତା ମିଳିଥାଏ। ଏହି ପ୍ଲାନ୍ରେ ୟୁଜର୍ସଙ୍କୁ ସାରା ଭାରତରେ ମାଗଣା ନ୍ୟାସନାଲ ରୋମିଂ ଏବଂ ଅନଲିମିଟେଡ୍ କଲିଂର ସୁବିଧା ମିଳୁଛି।
ଏହା ବ୍ୟତୀତ ୟୁଜର୍ସଙ୍କୁ ଦୈନିକ ୧.୫ ଜିବି ହାଇ ସ୍ପିଡ୍ ଡାଟା ଏବଂ ଦୈନିକ ୧୦୦ଟି ମାଗଣା SMSର ସୁବିଧା ଦିଆଯାଉଛି। ଏହି ପ୍ଲାନ୍ରେ ୟୁଜର୍ସଙ୍କୁ ଜିଓ ଟିଭି ଏବଂ ଜିଓ ଏଆଇ କ୍ଲାଉଡ୍ର ସବସ୍କ୍ରିପସନ୍ ମଧ୍ୟ ମିଳିଥାଏ।
ଏହା ବ୍ୟତୀତ ଜିଓର ଆଉ ଏକ ଶସ୍ତା ପ୍ଲାନ୍ ଅଛି ଯାହାର ବୈଧତା ୮୪ ଦିନର। ଏଥିରେ ୟୁଜର୍ସଙ୍କୁ OTT ଆପ୍ର ସବସ୍କ୍ରିପସନ୍ ମଧ୍ୟ ମିଳିବ।
ଜିଓର ଏହି ପ୍ଲାନ୍ ୮୮୯ ଟଙ୍କାରେ ଉପଲବ୍ଧ। ଜିଓର ୱେବସାଇଟ୍ ଅନୁଯାୟୀ, ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୮୪ ଦିନର ବୈଧତା ମିଳିଥାଏ।
ଜିଓର ଏହି ପ୍ରିପେଡ୍ ପ୍ଲାନରେ ୟୁଜର୍ସଙ୍କୁ ସାରା ଭାରତରେ ଯେକୌଣସି ନେଟୱାର୍କରେ ଅନଲିମିଟେଡ୍ କଲିଂର ସୁବିଧା ମିଳିବ। ଏହା ବ୍ୟତୀତ ୟୁଜର୍ସଙ୍କୁ ମାଗଣା ନ୍ୟାସନାଲ ରୋମିଂର ସୁବିଧା ମଧ୍ୟ ଦିଆଯିବ।
ଜିଓ ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତାମାନଙ୍କୁ ଦୈନିକ ୧.୫GB ଡାଟା ପ୍ରଦାନ କରୁଛି। ଏହା ସହିତ ଏଥିରେ ଉପଭୋକ୍ତାମାନଙ୍କୁ ୧୦୦ଟି ମାଗଣା SMS ର ସୁବିଧା ଦିଆଯାଉଛି।
କମ୍ପାନୀର ଏହି ପ୍ଲାନରେ JioSaavn Pro ସବସ୍କ୍ରିପସନ ମଧ୍ୟ ଉପଲବ୍ଧ। ଏହା ବ୍ୟତୀତ ଉପଭୋକ୍ତାମାନେ ଏଥିରେ Jio TV ଏବଂ JioAI କ୍ଲାଉଡ୍ ର ଆକ୍ସେସ୍ ମଧ୍ୟ ପାଇବେ।