fbpx

ଦିନ ଅନୁସାରେ ପରିଧାନ କରନ୍ତୁ ଏହି ରଙ୍ଗର ବସ୍ତ୍ର, ଚୁଟକିରେ ବଦଳିଯିବ ଭାଗ୍ୟ!

ସମସ୍ତେ ତାଙ୍କ ଜୀବନରେ ବିଳାସପୂର୍ଣ୍ଣ ଓ ଶାନ୍ତିମୟ ଜୀବନଯାପନ କରିବାକୁ ଚାହିଁଥାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ରଙ୍କ କହିବା ଅନୁସାରେ ସମୟ ଖରାପ ଚାଲିଥିଲେ କୌଣସି କାର୍ଯ୍ୟରେ ଆପଣ ସଫଳ ହୋଇପାରିବେ ନାହିଁ । ଏହାସହ ଶତ୍ରୁ ବଢ଼ିଲେ ଏବଂ ସମୟ ଖରାପ ଚାଲିଲେ ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । କିନ୍ତୁ ଦିନ ଅନୁସାରେ ଏହିପରି କାର୍ଯ୍ୟ ଓ ପଦକ୍ଷେପ ଗ୍ରହଣ କରିଲେ ସବୁ କାର୍ଯ୍ୟରେ ଆପଣ ସଫଳତା ହାସଲ କରିପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ କାର୍ଯ୍ୟ କରିବା ।

ସୋମବାର: ସୋମବାର ଦିନ ଚେକ ସାର୍ଟ କିମ୍ବା କମଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ଏହାସହ ଅଳ୍ପ ଟିକେ ଦହି ଖାଇ ଗ୍ଲାସରେ ମୁହଁ ଦେଖି ବାହାରକୁ ବାହାରନ୍ତୁ ।
ମଙ୍ଗଳବାର: ମଙ୍ଗଳବାର ଦିନ ନାଲି କିମ୍ବା ଗୋଲାପୀ ରଙ୍ଗର ପୋଷାକ ପରିଧାନ କରନ୍ତୁ । ଏହାସହ ଅଳ୍ପଟିକେ ଗୁଡ଼ ଖାଇ ବାହାରକୁ ଯାଆନ୍ତୁ ।
ବୁଧବାର: ବୁଧବାର ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହାସହ ଘରୁ ବାହାରିବା ସମୟରେ କୂଳଦେବୀଙ୍କୁ ମୁଣ୍ଡିଆ ମାରିବା ସହ କିଛି ଧନିଆ ପତ୍ର ଖାଇ ବାହାରକୁ ବାହାରନ୍ତୁ ।
ଗୁରୁବାର: ଗୁରୁବାର ଦିନ ଧଳା କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଘରୁ ବାହାରିବା ସମୟରେ ଜିରା ଓ ଟିକେ ଲୁଣ ଖାଇ ବାହାରୁକ ବାହାରନ୍ତୁ ।୍ର
ଶୁକ୍ରବାର: ଶୁକ୍ରବାର ଦିନ ଧଳା କିମ୍ବା ହାଲୁକା ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହାସହ ଦହି ଓ ଚିନି ଖାଇ ବାହାରକୁ ଯାଆନ୍ତୁ । ଚଉରା ମୂଳର ମାଟି ଆଣି ମସ୍ତକରେ ଲଗାନ୍ତୁ ।
ଶନିବାର: ଶନିବାର ଦିନ ଗୋଲାପୀ ରଙ୍ଗର ଡ୍ରେସ ପିନ୍ଧନ୍ତୁ । ଘରୁ ବାହାରକୁ ଗଲା ବେଳେ ଅଦା ଖାଇ ବାହାରକୁ ବାହାରନ୍ତୁ ।
ରବିବାର: ସପ୍ତାହର ଶେଷ ଦିନ ରବିବାର ଦିନ ନାରଙ୍ଗୀ ପୋଷାକ ପରିଧାନ କରନ୍ତୁ । ରବିବାର ଦିନ ଅଫିସ, କଲେଜ ଅନ୍ୟାନ୍ୟ ସବୁ ବନ୍ଦ ରହିଥାଏ ଯଦି ବି ବାହାରକୁ ଯିବାକୁ ପଡ଼େ ତେବେ ଟିକେ ଘିଅ ଖାଇ ବାହାରକୁ ପାଦ କାଢ଼ନ୍ତୁ ।

Get real time updates directly on you device, subscribe now.