ବାଘ-କୁକୁର ଲଢ଼େଇ (Video) ଚିତାବାଘକୁ ଦରମରା କଲା ବୁଲା କୁକୁର, ବାଘକୁ ୩୦୦ ମିଟର ବାଟ ଘୋଷାଡ଼ି ନେଇ କଲା ଘାଇଲା

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ବାଘ କୁକୁର ଲଢ଼େଇରେ ବାଘ ହେଲା ଆହତ ।

ନାଶିକ: ମହାରାଷ୍ଟ୍ର ନାଶିକରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଯାହା ସାଧାରଣରେ ବିଶ୍ୱାସ କରିବା ଆଦୌ ସମ୍ଭବପର ନୁହେଁ ।

ନାଶିକର ଏକ ଜାଗାରେ ବୁଲା କୁକୁର ଓ ଚିତା ବାଘ ମଧ୍ୟରେ ଲଢ଼େଇ ହୋଇଛି । ଯେଉଁଥିରେ ବାଘ ହାର ମାନିଯାଉଛି । ସାମାନ୍ୟ ବୁଲା କୁକୁର ବାଘକୁ ନାକେଦମ୍ କରି ୩୦୦ ମିଟର ଘୋଷାଡ଼ି ନେଉଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ଚିତା ବାଘ ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଶଣରେ ବୁଲୁଥିବାବେଳେ ସେଠାରେ ଥିବା ବୁଲା କୁକୁର ତାକୁ ଆକ୍ରମଣ କରିଥିଲା । କୁକୁରଟି ବାଘଟିୁ ଝୁଣି ପକାଇଥିବାବେଳେ ଚିତା ଏହାର ମୁକାବିଲା କରିବାରେ ଫେଲ୍ ମାରିଲା ।

ଯାହାପରେ କୁକୁରଟି ପାଖାପାଖି ୩୦୦ ମିଟର ପର୍ଯ୍ୟନ୍ତ ବାଘକୁ ଘୋଷାରି ନେଇଯାଇଥିବା ଘଟଣା ସମୟରେ ଉପସ୍ଥିତ ଥିବା ଲୋକ କହିଛନ୍ତି ।

ଘଟଣାରେ ଆଖପାଖ ଲୋକଙ୍କୁ କୌଣସି ପ୍ରକାର ଅସୁବିଧା ହୋଇ ନ ଥିବାବେଳେ ବାଘଟି ଘାଇଲା ଅବସ୍ଥାରେ ପାଖ ବଣକୁ ଚାଲିଯାଇଥିଲା । କୁକୁର ଆକ୍ରମଣରେ ବାଘଟି ଶୋଚନୀୟ ଭାବେ ଆହତ ହୋଇଥିବାବେଳେ ଜଙ୍ଗଲ ବିଭାଗ ପକ୍ଷରୁ ବାଘକୁ କୌଣସି ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ନଥିବା ଜଣାପଡ଼ିଛି ।