ଟ୍ରମ୍ପଙ୍କ ଟାରିଫ ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ, ଆମେରିକା ପାଇଁ ବନ୍ଦ କଲା ପୋଷ୍ଟାଲ ସର୍ଭିସ
ଆମେରିକା ପାଇଁ ଭାରତ ବନ୍ଦ କଲା ପୋଷ୍ଟା ସେବା
ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଏବେ ଭାରତ ଆକ୍ସନ ମୋଡରେ। ୨୫ ଅଗଷ୍ଟଠାରୁ ଆମେରିକା ପାଇଁ ଡାକ ସେବାଗୁଡ଼ିକୁ ନିଲମ୍ବିତ କରିଛି। ଭାରତୀୟ ଡାକ ବିଭାଗ ଶନିବାର ଏହାର ଘୋଷଣା କରିଛି।
ଭାରତ ଆମେରିକା କଷ୍ଟମ ରୁଲ୍ସରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି। କାର୍ଯ୍ୟକାରୀ ନିର୍ଦ୍ଦେଶ ଅନୁଯାୟୀ, ଅନ୍ତର୍ଜାତୀୟ ଡାକ ନେଟୱର୍କ ମାଧ୍ୟମରେ ସାମଗ୍ରୀ ବିତରଣ କରୁଥିବା ପରିବହନ ବାହକମାନଙ୍କୁ ଡାକ ଶୁକ୍ଳ ସଂଗ୍ରହ ଏବଂ ପ୍ରଦାନ କରିବା ବାଧ୍ୟତାମୂଳକ।
୨୯ ଅଗଷ୍ଟରୁ ଲାଗିବ କଷ୍ଟମ ଡ୍ୟୁଟି: ଟ୍ରମ୍ପ ପ୍ରଶାସନ ନିର୍ଦ୍ଦେଶ ଜାରି କରିଥିଲା। ଏହା ଅନୁଯାୟୀ, ୮୦୦ ଡଲାର ପର୍ଯ୍ୟନ୍ତ ଜିନିଷ ଉପରେ ଲାଗିଥିବା ସୀମା ଶୁକ୍ଳର ରିହାତି ଶେଷ କରିଦିଆଯାଇଛି। କମ ମୂଲ୍ୟର ଜିନିଷ ପୂର୍ବରୁ ବିନା ସୀମା ଶୁଳ୍କରେ ଆମେରିକା ପହଞ୍ଚୁଥିଲା।
ହେବେ ବର୍ତ୍ତମାନ ଏମିତି ହେବନି। ଆମେରିକା ପଠାଯାଉଥିବା ସବୁ ମୂଲ୍ୟର ଜିନିଷ ଉପରେ ୨୯ ଅଗଷ୍ଟରୁ କଷ୍ଟମ ଡ୍ୟୁଟି ଲାଗିବ। ଡକ୍ୟୁମେଣ୍ଟ ଏବଂ ୧୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ମୂଲ୍ୟର ଉପହାର ଆଇଟମ ଉପରେ ରିହାତି ରହିବ।
ନୂଆ ନିୟମ: ଏହି ନୂତନ ନିୟମ ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୀତି କ୍ଷମତା ଆଇନ (IEEPA) ଅଧୀନରେ କାର୍ଯ୍ୟକାରୀ ହେବ। ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷା (CBP) ଅଗଷ୍ଟ 15, 2025 ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲା ଯେ, ପରିବହନ ବାହକ ଏବଂ ଯୋଗ୍ୟ ପକ୍ଷମାନଙ୍କୁ ଅନ୍ତର୍ଜାତୀୟ ଡାକ ପଠାଣ ଉପରେ ଶୁଳ୍କ ଜମା କରିବାକୁ ପଡିବ।
ଯେଉଁ ଗ୍ରାହକମାନେ ପୂର୍ବରୁ ଏହି ପରିସ୍ଥିତି ଯୋଗୁଁ ଆମେରିକାକୁ ପଠାଯାଇ ପାରୁନଥିବା ସାମଗ୍ରୀ ବୁକ୍ କରିଛନ୍ତି ସେମାନେ ଡାକ ଫେରସ୍ତ ପାଇଁ ଆବେଦନ କରିପାରିବେ।
ଡାକ ବିଭାଗ କହିଛି ଯେ, ଯଥାଶୀଘ୍ର ଆମେରିକାକୁ ପୂର୍ଣ୍ଣ ସେବା ପୁନଃସ୍ଥାପିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି। ଡାକ ବିଭାଗ କହିଛି ଯେ, ଏହା PIB ମାଧ୍ୟମରେ ସମୟ ସମୟରେ ସୂଚନା ଦେବା ଜାରି ରଖିବ ଏବଂ CBP-USPS ରୁ ନିର୍ଦ୍ଦେଶ ମିଳିବା ମାତ୍ରେ କାର୍ଯ୍ୟ ପୁନଃସ୍ଥାପିତ କରିବା ପାଇଁ ପଦକ୍ଷେପ ନିଆଯିବ।