1000 ବର୍ଷ ପର୍ଯ୍ୟନ୍ତ କେମିତି ସମ୍ଭୋଗ କରିଥିଲେ ଏ ଅପସରା ଓ ଋଷି, କେମିତି ଏ ସମ୍ଭୋଗ ସମ୍ଭବ, ଜାଣନ୍ତୁ ଏ ରିପୋର୍ଟରେ…
ବେଦ ପୁରାଣ ରେ ଲେଖା ଅଛି କି ଇନ୍ଦ୍ର ଦେବ ସ୍ଵର୍ଗ ର ଦେବତା ଥିଲେ । ଇନ୍ଦ୍ର ଦେବ ନିଜର କାମନା ହାସଲ କରିବା ପାଇଁ ଛଳ କପଟ ର ସାହାରା ନେଇଥାନ୍ତି । ଥରେ ଏମିତି ହିଁ ହୋଇଥିଲା । ଯେବେ ରୁଷି ଗଣଙ୍କ ଶ୍ରେଷ୍ଠ ଋଷିକଣ୍ଡୁ ନଦୀ କୂଳରେ ଘୋର ତପସ୍ୟା ରେ ଲୀନ ଥିଲେ । ସେହି ସମୟରେ ଇନ୍ଦ୍ର ଦେବ ଙ୍କୁ ଭୟ ଲାଗିଲା କି ତପସ୍ୟାର ବରଦାନରେ ଋଷିକଣ୍ଡୁ ସ୍ଵର୍ଗ ନ ମାଗି ନିଅନ୍ତୁ ।
ଓଡ଼ିଶା ଭାସ୍କର: ଋଷିକଣ୍ଡୁ ଯିଏ କି ସ୍ଵର୍ଗ ର ଅପସରା ପ୍ରମୋଲୋଚା ଙ୍କ ଆକର୍ଷଣ ରେ ଆସି ପ୍ରାୟ 1000 ବର୍ଷ ସମ୍ଭୋଗ କରିଥିଲେ । ତେବେ ଏହି କଥା ଟି ଶୁଣିବା ପରେ ନିଶ୍ଚୟ ପ୍ରଶ୍ନ ଆସିବ କି ଲଗାତାର 1000 ବର୍ଷ କିପରି ସମ୍ଭୋଗ କରିବା ସମ୍ଭବ ? ମାତ୍ର ଏହା ବାସ୍ତବ ସତ୍ୟ । ଋଷିକଣ୍ଡୁ ଙ୍କୁ କେଉଁ କାରଣ ପାଇଁ 1000 ବର୍ଷ ଯାଏଁ ସମ୍ଭୋଗ କରିବାକୁ ପଡିଥିଲା ଜାଣିବା ସେ ବିଷୟରେ…
କହିରଖୁ, ପୁରାଣ ଅନୁଯାୟୀ ଯେଉଁଠି ବି ଅପ୍ସରା ମାନଙ୍କର ନାଁ ଆସିଥାଏ ସେଠାରେ ଇନ୍ଦ୍ର ଦେବ ଙ୍କ ନାମ ମଧ୍ୟ ଆସିଥାଏ ।
ବେଦ ପୁରାଣ ରେ ଲେଖା ଅଛି କି ଇନ୍ଦ୍ର ଦେବ ସ୍ଵର୍ଗ ର ଦେବତା ଥିଲେ । ଇନ୍ଦ୍ର ଦେବ ନିଜର କାମନା ହାସଲ କରିବା ପାଇଁ ଛଳ କପଟ ର ସାହାରା ନେଇଥାନ୍ତି । ଥରେ ଏମିତି ହିଁ ହୋଇଥିଲା । ଯେବେ ରୁଷି ଗଣଙ୍କ ଶ୍ରେଷ୍ଠ ଋଷିକଣ୍ଡୁ ନଦୀ କୂଳରେ ଘୋର ତପସ୍ୟା ରେ ଲୀନ ଥିଲେ । ସେହି ସମୟରେ ଇନ୍ଦ୍ର ଦେବ ଙ୍କୁ ଭୟ ଲାଗିଲା କି ତପସ୍ୟାର ବରଦାନରେ ଋଷିକଣ୍ଡୁ ସ୍ଵର୍ଗ ନ ମାଗି ନିଅନ୍ତୁ ।
ତେବେ ସେହି ସମୟରେ ଋଷିକଣ୍ଡୁ ଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ଦେବରାଜ ଇନ୍ଦ୍ର ସ୍ଵର୍ଗ ର ଅପ୍ସରା ପ୍ରମୋଲୋଚା କୁ ତାଙ୍କ ନିକଟକୁ ପଠାଇଥିଲେ । ଏହା ପରେ ପ୍ରମୋଲୋଚା ନିଜର ନୟନ ମାଧ୍ୟମରେ ଋଷିକଣ୍ଡୁ ଙ୍କୁ ସମୋହିତ କରି ନେଲେ । ଏହା ପରେ ଋଷିକଣ୍ଡୁ ପୂଜା ପାଠ ଓ ତପସ୍ୟା କୁ ଭୁଲି ଯାଇ ପ୍ରେମ ସାଧନାରେ ଲୀନ ହୋଇଗଲେ ।
ପଢନ୍ତୁ ଅଧିକ ଖବର…‘ମୋତେ ହତ୍ୟା କରାଗଲେ ଅଖିଳେଶ ଯାଦବ ହିଁ ଦାୟୀ’- ସମାଜବାଦୀରୁ ବହିଷ୍କୃତ ବିଧାୟିକାଙ୍କ ବଡ଼ ବୟାନ, କାହିଁକି କହିଲେ ଏମିତି….
ଯୋଜନା ଅନୁଯାୟୀ ଇନ୍ଦ୍ର ଓ ପ୍ରମୋଲୋଚା ଙ୍କ କାମ ହୋଇ ଯାଇଥିଲା । ତେଣୁ ସ୍ଵର୍ଗର ଅପ୍ସରା ପ୍ରମୋଲୋଚା ପୁଣି ଥରେ ନିଜ ସ୍ଥାନ ସ୍ଵର୍ଗ କୁ ଫେରିବାକୁ ଚାହୁଁ ଥିଲେ । କିନ୍ତୁ ଋଷିକଣ୍ଡୁ ପ୍ରମୋଲୋଚା ଙ୍କ ସମ୍ଭୋଗରେ ଏତେ ବୁଡି ଯାଇଥିଲେ ଯେ ସେ ତାଙ୍କ ନିକଟରୁ ପ୍ରମୋଲୋଚା ଙ୍କୁ ଯିବାକୁ ଦେବାକୁ ଚାହୁଁ ନ ଥିଲେ । କିନ୍ତୁ, ପ୍ରମୋଚନା କୌଣସି ବି ପ୍ରକାରରେ ସ୍ଵର୍ଗ କୁ ଫେରିବାକୁ ଚାହୁଁ ଥିଲେ ।
କିନ୍ତୁ ଋଷିକଣ୍ଡୁ ଙ୍କ ଅଭିଶାପ କୁ ନେଇ ମଧ୍ୟ ପ୍ରମୋଲୋଚା ଭୟ କରୁଥିଲେ । ସେ ଚାହିଁ ମଧ୍ୟ ଫେରି ପାଇଲେ ନାହିଁ । ଗୋଟେ ଦିନ ଋଷିକଣ୍ଡୁ ସମ୍ଭୋଗ ରୁ ମୁକ୍ତ ହୋଇ ନିଜର ତପସ୍ୟା କଥା ମନେ ପକାଇଲେ । ଏହା ପରେ ନିଜ କୁଡିଆ ରୁ ବାହାରକୁ ଆସିଲେ ଓ ପ୍ରମୋଲୋଚା ଙ୍କୁ କହିଲେ ମୁଁ ତପସ୍ୟା କରିବାକୁ ଯାଉଛି । ଏହା ପରେ ପ୍ରମୋଲୋଚା କହିଲେ ଏତେ ବର୍ଷ ହେବା ପରେ ଆପଣଙ୍କୁ ନିଜ ତପସ୍ୟା କଥା ମନେ ପଡିଲା ।
ତେବେ ଋଷିକଣ୍ଡୁ କହିଲେ ତୁମେ ସକାଳୁ ଆସିଛ ଆଉ ମୋର ସାଧନା ଓ ତପସ୍ୟା ବିଷୟରେ କହୁଛ ? ଏହାପରେ ପ୍ରମୋଲୋଚା ଇନ୍ଦ୍ରଦେବଙ୍କ ଯୋଜନା ଋଷିକଣ୍ଡୁଙ୍କୁ କହିଲେ ଓ ତାଙ୍କର ଆସିବାର 1000 ବର୍ଷ ହୋଇଯାଇଛି । ଏହା ଜାଣି ଋଷିକଣ୍ଡୁ ପ୍ରମୋଲୋଚାଙ୍କୁ ତ୍ୟାଗ କରି ତପସ୍ୟାରେ ଲୀନ ହୋଇଗଲେ ।
Disclaimer: ଉପରୋକ୍ତ ଆଲେଖ୍ୟ ସାଧାରଣ ସୂଚନାକୁ ଭିତ୍ତି କରି ଲିଖିତ । କୌଣସି ଧାର୍ମିକ ଭାବନାକୁ ଆଘାତ ଦେବା ଏହାର ଉଦ୍ଦେଶ୍ଯ ନୁହେଁ । ଓଡ଼ିଶା ଭାସ୍କର ମଧ୍ଯ ଏହାର କୌଣସି ପ୍ରକାରର ପୁଷ୍ଟି କରେ ନାହିଁ ।