Big Breaking: ଟ୍ରଲର ଭିତରୁ ୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ଟ୍ରଲର ଭିତରେ ୨ ମତ୍ସ୍ୟଜୀବୀଙ୍କ ମୃତଦେହ

ବାଲେଶ୍ୱର: ଟ୍ରଲର ଭିତରୁ ୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଳରାମଗାଡ଼ିରେ ଏକ ଟ୍ରଲରରୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟ ମେଡିକାଲରେ ଏହି ୨ ମତ୍ସ୍ୟଜୀବୀଙ୍କ ମୃତଦେହକୁ ରଖାଯାଇଛି।

ସୂଚନା ମୁତାବକ, ଏହି ୨ ମୃତ ମତ୍ସ୍ୟଜୀବୀ ସ୍ଥାନୀୟ ଅଞ୍ଚଳର। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏହି ମତ୍ସ୍ୟଜୀବୀଙ୍କର କେମିତି ମୃତ୍ୟୁ ଘଟିଲା ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

କୋରାପୁଟ ଡୁଡୁମା ଜଳପ୍ରପାତରେ ଆଉ ଏକ ଅଘଟଣ ଆଜି ଘଟିଛି। ଏଠାରେ ଭିଡିଓ ସୁଟ୍ କରୁଥିବା ବେଳେ ୟ୍ୟୁଟୁବର ବ୍ଲଗର ଭାସିଯାଇଛନ୍ତି। ସେଠାରେ ଭିଡିଓ ସୁଟ କରୁଥିଲେ, ବ୍ରହ୍ମପୁରର ସାଗର ଟୁଡୁ, କଟକର ଅଭିଜିତ ବେହେରା।

ପାଣି ମାଡ଼ି ଆସିଥିବା ଦେଖି ବାହାରି ଆସିଲେ ଅଭିଜିତ। ୫୫୦ ଫୁଟ ତଳକୁ ଖସିପଡ଼ିଲେ ସାଗର। ଜଳପ୍ରପାତରେ ଡ୍ରୋନରେ ଭିଡିଓ ଉତ୍ତୋଳନ କରୁଥିଲେ।