(video) ଟଙ୍କା ସହ ଘର ନେଇଗଲେ, ମାଡ଼ ମାରି ମତେ ଦର ମରା କଲେ, ଗାୟିକା ଆଣିଲେ ବଡ଼ ଅଭିଯୋଗ

ମଙ୍ଗେତରଙ୍କ ଉପରେ ଆକ୍ରମଣର ଅଭିଯୋଗ

ମୁମ୍ବାଇ: ଗାୟିକା ଏବଂ ପୂର୍ବତନ ରେଡିଓ ଜକି ସୁଚିତ୍ରା ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ମଙ୍ଗେତରଙ୍କ ତାଙ୍କୁ ମାର ପିଟ୍ କରିବା ସହ ଶାରେରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ଆଣିଛନ୍ତି ଅଭିଯୋଗ।

ଭିଡିଓରେ ସୁଚିତ୍ରା କହୁଛନ୍ତି ଯେ କିପରି ଚେନ୍ନାଇ ହାଇକୋର୍ଟର ଓକିଲ ଶୁନମୁଗରାଜ ତାଙ୍କୁ କେବଳ ଆକ୍ରମଣ କରିନଥିଲେ, ବରଂ ତାଙ୍କ ସହିତ ଆର୍ଥିକ ଠକେଇ ମଧ୍ୟ କରିଥିଲେ ଏବଂ ତାଙ୍କ ଚେନ୍ନାଇ ଘର ମଧ୍ୟ ନେଇ ଯାଇଥିଲେ।

ମଙ୍ଗେତରଙ୍କ ଉପରେ ଆକ୍ରମଣର ଅଭିଯୋଗ

ଏହି ଭିଡିଓରେ ସୁଚିତ୍ରା ତାଙ୍କ ମଙ୍ଗେତରଙ୍କ ଉପରେ ଅନେକ ଗମ୍ଭୀର ଅଭିଯୋଗ କରୁଥିବାର ଦେଖାଯାଇଛି। ସେ କହିଛନ୍ତି ଯେ ତାଙ୍କ ମଙ୍ଗେତର ତାଙ୍କୁ ଜୋତାରେ ମଲ୍ଲଯୋଦ୍ଧା ପରି ପିଟୁଥିଲେ। ଆଉ ଘରର ଏକ କୋଣରେ ବସି ମୁଁ କାନ୍ଦୁଥିଲି। ଏହି ଭିଡିଓ ସେୟାର କରିବା ସମୟରେ, ସେ ଏକ ଲମ୍ବା କ୍ୟାପସନ ମଧ୍ୟ ଲେଖିଛନ୍ତି, ଯେଉଁଥିରେ ସେ ସମସ୍ତ ପରିସ୍ଥିତିକୁ ବର୍ଣ୍ଣନା କରିଛନ୍ତି।

ସେ କହିଥିଲେ ଯେ ଏହି ସମ୍ପର୍କରେ ତାଙ୍କୁ ସବୁବେଳେ ହଇରାଣ କରାଯାଉଛି, ସେ ତାଙ୍କ ମଙ୍ଗେତର ଶୁନମୁଗରାଜଙ୍କୁ ଅନେକ ସୁଯୋଗ ଦେଇଥିଲେ। କିନ୍ତୁ ସେ ତାଙ୍କୁ ନିର୍ଯାତନ ଏବଂ ମାରପିଟ କରିବାରରେ କୌଣସି ସୁଯୋଗ ହାତଛଡ଼ା କରୁନଥିଲେ।

ସେ କୁହନ୍ତି ଯେ ସେ ବହୁତ କଷ୍ଟ ଭୋଗିଛନ୍ତି, ଯାହା ହେତୁ ସେ ଏବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଶୁନମୁଗରାଜଙ୍କୁ ୫ ବର୍ଷ ଧରି ଜାଣିଥିଲେ ଏବଂ ତାଙ୍କ ସହିତ ନିର୍ବନ୍ଧ କରିଥିଲେ। ହେଲେ ଏହା ବଦଳରେ ତାଙ୍କୁ ମିଳିଛି କଷ୍ଟ।

 

View this post on Instagram

 

A post shared by Suchi (@suchislife_official)

ମୁଁ ହାର ମାନିବି ନାହିଁ – ସୁଚିତ୍ରା

ଭିଡିଓ ସେୟାର କରିବା ସମୟରେ ସୁଚିତ୍ରା କ୍ୟାପସନରେ ଲେଖିଛନ୍ତି – ‘ଏହି କର୍ମ ଯାହା ହେଉନା କାହିଁକି, ମୁଁ ଜଣେ ମହିଳା ଭାବରେ ହାର ମାନିବି ନାହିଁ। ଏହି ଶୁନମୁଗରାଜ ମୋର କଠିନ ପରିଶ୍ରମର ଟଙ୍କା ଚୋରି କରିଛନ୍ତି।

ଯାହାକୁ ମୁଁ ଗୀତ ଗାଇ ବହୁତ କଷ୍ଟରେ ରୋଜଗାର କରିଥିଲି। ଗୀତ ଗାଇବା କଷ୍ଟକର ନଥିଲା। କଷ୍ଟ ଥିଲା ଏକ ବୃତ୍ତିଗତ ମନୋଭାବ ବଜାୟ ରଖିବା, ନିର୍ଯାତନା ଅଣଦେଖା କରିବା।

ଜଣେ ହିଂସାତ୍ମକ ପୁରୁଷ କେବଳ ସେତେବେଳେ ଭୟଙ୍କର ଦେଖାଯାଏ ଯେତେବେଳେ ସେ ଶାରୀରିକ ଭାବରେ ନିକଟତର ଥାଏ। ଏବେ ମୁଁ ଶୁନମୁଗରାଜଙ୍କ ଶାରୀରିକ କ୍ରୋଧରୁ ଦୂରରେ ଅଛି।

ମୁଁ ତାଙ୍କୁ ତଳକୁ ଆଣିବା ପାଇଁ ମୋ କ୍ଷମତାରେ ଥିବା ପ୍ରତ୍ୟେକ ଡିଜିଟାଲ୍ ଉପକରଣ ବ୍ୟବହାର କରିପାରିବି ଏବଂ କରିବି। ମୁଁ ନିଜେ ଏସବୁ ନକହିଲେ ତୁମେ ଏହା ଜାଣିପାରିବ ନାହିଁ।

କିନ୍ତୁ ଆଜି ମୁଁ ଅନୁଭବ କଲି ଯେ ମୁଁ ମୋର ପ୍ରତ୍ୟେକ ଗୀତକୁ ଶୁନମୁଗରାଜଙ୍କ ଅପେକ୍ଷା ଅଧିକ ଭଲ ପାଇଛି ଏବଂ ଭଲ ପାଉଛି। ସେ ପ୍ରତ୍ୟେକ ଟଙ୍କା ଫେରସ୍ତ ନ କରିବା ପର୍ଯ୍ୟନ୍ତ ମୁଁ ତାଙ୍କୁ ଛାଡ଼ିବି ନାହିଁ। ଚେନ୍ନାଇ ହାଇକୋର୍ଟର ଜଣେ ବେକାର ଏବଂ ଅଳସୁଆ ଓକିଲ ଶୁନମୁଗରାଜ।