‘ଭାରତ ସହ ସମ୍ପର୍କକୁ ଦୁର୍ବଳ କରିବା ପଛରେ ପାକିସ୍ତାନ…’, ଟ୍ରମ୍ପଙ୍କୁ ଦୋଷ ଦେଲେ ଆମେରିକାର ପୂର୍ବତନ NSA

ଆମେରିକାର ପୂର୍ବତନ ଏନଏସଏ ଜାକ ସୁଲିଭାନ ଟ୍ରମ୍ପଙ୍କ ଉପରେ ଲଗାଇଲେ ବଡ଼ ଅଭିଯୋଗ, ଜାଣନ୍ତୁ ଆମେରିକା-ଭାରତ ସମ୍ପର୍କକୁ ନେଇ କଣ କହିଲେ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଓକିଲ ଜାକ ସୁଲିଭାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସୁଲିଭାନଙ୍କ କହିବାନୁଯାୟୀ, ଟ୍ରମ୍ପ ପାକିସ୍ତାନରେ ନିଜ ପରିବାରର ବ୍ୟବସାୟ ଯୋଗୁଁ ଭାରତ-ଆମେରିକା ସମ୍ପର୍କକୁ ଦୁର୍ବଳ କରିଛନ୍ତି।

ସୁଲିଭାନ୍ ବାଇଡେନ ପ୍ରଶାସନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିସାରିଛନ୍ତି। ସେ ଏହାକୁ ଆମେରିକାର ବଡ଼ ରଣନୀତିକ ଚାଲ୍ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଭାରତ ଦୁନିଆର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶ ଏବଂ ଆମେରିକା ଦଶନ୍ଧି ଧରି ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା ପାଇଁ କାମ କରିଛି।

ସୁଲିବାନ MeidasTouch ୟୁଟ୍ୟୁବ ଚ୍ୟାନେଲରେ କଥା ହେଲା ବେଳେ କହିଛନ୍ତି ଯେ, ଏହା ଟ୍ରମ୍ପଙ୍କ ବୈଦେଶିକ ନୀତି। ପାକିସ୍ତାନ ସହ ଟ୍ରମ୍ପ ପାରିବାରିକ ବ୍ୟବସାୟ କରିବା କାରଣରୁ ଭାରତ ସହ ସମ୍ପର୍କକୁ ଦୁର୍ବଳ କରିଛନ୍ତି। ଏହା ଆମେରିକା ପାଇଁ କ୍ଷତିକାରକ।

ସେ ଆହୁରି କହିଛନ୍ତି ଯେ, ଭାରତ-ଆମେରିକା ସମ୍ପର୍କ ଦୁର୍ବଳକୁ ନେଇ ଜାପାନ, ଜର୍ମାନୀ ଏବଂ କାନାଡା ଭଳି ଦେଶ ଏହା ଭାବିବାକୁ ବାଧ୍ୟ ହେବେ ଯେ, ଆମେରିକା ଉପରେ ଭରସା କରାଯାଇ ପାରିବ ନାହିଁ।

ଟ୍ରମ୍ପଙ୍କ ପରିବାର ପାକିସ୍ତାନ ସହ ବିଟକଏନ ବ୍ୟବସାୟ ଏବଂ ଭାରତରେ ଟିମ କୁକର ଆପ୍ପଲ ପ୍ୟାକ୍ଟ୍ରିଗୁଡ଼ିକର ବ୍ୟବସାୟ ଅଛି ବୋଲି ଦାବି କରିଛନ୍ତି ଆମେରିକାର ପୂର୍ବତନ ଏନଏସଏ ଜାକ ସୁଲିଭାନ।