ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଲୋକଙ୍କୁ ସଚେତନ କରିବା ପାଇଁ ସ୍ପଟକୁ ଗଲେ ବିଡିଓ ମ୍ୟାଡାମ୍ ।
ସୋମବାର ସିନାପାଲି ବ୍ଲକରେ ପ୍ରଶାସନିକ କାର୍ଯ୍ୟକ୍ରମ ଚାଲିଥିଲା । ଅଫିସରମାନଙ୍କୁ ଲୋକମାନେ ସେମାନଙ୍କ ଅସୁବିଧା ସମ୍ପର୍କରେ ଜଣାଇଥିଲେ ।
ବିଡିଓ ମ୍ୟାଡାମଙ୍କ ପାଖକୁ କିଛି ଲୋକ ଯାଇ ନର୍ଦ୍ଦମା ସମସ୍ୟା ସମ୍ପର୍କରେ କହିଥିଲେ । ଅଭିଯୋଗ ଶୁଣି ବିଡିଓ ମ୍ୟାଡାମ୍ ନିଜେ ନାଳ ସଫା କରିବାକୁ ବାହାରିପଡ଼ିଥିଲେ ।
ଅବଶ୍ୟ ସେଠାରେ ଉପସ୍ଥିତ ଲୋକ ତାଙ୍କୁ ଅଟକାଇ ଥିଲେ । ହେଲେ ବିଡିଓ ମ୍ୟାଡାମ ନାଳରେ ଅଳିଆ ଗୋଟାଇ ଅଲଗା କରିଥିଲେ ।
ଅଫିସରଙ୍କ ଏ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଅନେକ ଲୋକ । ଲୋକଙ୍କୁ ସଚେତନ କରିବାର ଏହା ଏକ ବାର୍ତ୍ତା ଥିଲାବୋଲି ଅନେକ ଲୋକ କହିଛନ୍ତି ।
ତେବେ ବିଡିଓ ମ୍ୟାଡାମଙ୍କ ଏ ପ୍ରକାର କାର୍ଯ୍ୟ ପାଇଁ ଲୋକ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।