(Video) ଅନ୍ଧାର ରାତିରେ ୧୧ କିମି ପହଁରି ପହଁରି କୂଳରେ ପହଞ୍ଚିଲେ ବ୍ୟକ୍ତି, ଦେଖନ୍ତୁ କେମିତି ବଞ୍ଚିଲା ଜୀବନ

୧୧ କିମି ପହଁରିବା ପରେ ଅନ୍ଧାର ରାତିରେ ଏମିତି ବଞ୍ଚିଲା ବ୍ୟକ୍ତିଙ୍କ ଜୀବନ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପଞ୍ଜାବକୁ ବନ୍ୟା ପ୍ରଭାବିତ ରାଜ୍ୟ ଭାବେ ଘୋଷଣା କରାଯାଇଛି। ଏଠାରେ ଦୀର୍ଘ ୩୭ ବର୍ଷ ପରେ ଏମିତି ବନ୍ୟା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେ, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ।

ଜଣେ ବ୍ୟକ୍ତି ବନ୍ୟା ପାଣିରେ ୧୧ କିମି ପର୍ଯ୍ୟନ୍ତ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଲୋକେ ଏହି ବ୍ୟକ୍ତିଙ୍କର ପ୍ରଶଂସା କରୁଛନ୍ତି।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ: ଏହି ଭିଡିଓ ଏକ୍ସରେ ଡିପି ସିଂହ ନାମକ ଆଇଡିରୁ ସେୟାର କରାଯାଇଛି। ଏହି ଭିଡିଓରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଲୋକେ ଜଣେ ବ୍ୟକ୍ତିଙ୍କୁ ବନ୍ୟା ପାଣିରୁ ବାହାରକୁ ଟାଣୁଥିବା ଦେଖିବାକୁ ମିଳିଛି।

ସେହି ବ୍ୟକ୍ତି ବହୁ ସମୟରୁ ପାଣିରେ ପହଁରି ପହଁରି ଥକି ଯାଇଥିଲେ। ବ୍ୟକ୍ତିଜଣଙ୍କ ନିଶ୍ୱାସ ଅଟକି ରହିଥିଲା। କିନ୍ତୁ ଲୋକେ ତାଙ୍କ ଭିତରୁ ପାଣି ବାହାର କରିବା ଲାଗି ତାଙ୍କ ଛାତିକୁ ଚାପି ପାଣି ବାହାର କରିବାକୁ ପ୍ରୟାସ କରିଥିଲେ। କିଛି ସମୟ ପରେ ବ୍ୟକ୍ତିଜଣକ ସାଧାରଣ ପରିସ୍ଥିତିକୁ ଆସିଥିଲେ। ଲୋକେ ଏହାକୁ ପ୍ରକୃତିର ଚମତ୍କାର ବୋଲି କହୁଛନ୍ତି।

ପଞ୍ଜାବକୁ ବନ୍ୟା ପ୍ରଭାବିତ ରାଜ୍ୟ ଭାବେ ଘୋଷଣା କରାଯାଇଛି। ଏଠାରେ ଏହି ସମୟରେ ୨୩ ଜିଲ୍ଲାର ୧୯୦୨ଟି ଗାଁ ପାଣିରେ ବୁଡ଼ିଯାଇଛି। ଏଥିରେ ହାରାହାରି ୪ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି।