‘ପିଲାଙ୍କ ସହ ମିଶି ଶିକ୍ଷକମାନେ ଖାଆନ୍ତୁ ମଧ୍ୟାହ୍ନ ଭୋଜନ’, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଗୁରୁ ଦିବସରେ ଶିକ୍ଷକଙ୍କୁ ସରକାରଙ୍କ ଉପହାର, ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ ଶିକ୍ଷକ

ନୂଆଦିଲ୍ଲୀ: ସରକାରୀ ସ୍କୁଲର ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ହାଇଦ୍ରାବାଦରେ ଶିକ୍ଷକ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି।

ରେଡ୍ଡୀ କହିଛନ୍ତି ଯେ, ସରକାରୀ ସ୍କୁଲରେ ଖାଦ୍ୟ ଖରାପ ହେବାର ଅନେକ ଘଟଣା ଘଟେ। ସରକାର ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପାଇଁ ପାଣ୍ଠି ବୃଦ୍ଧି କରୁଛନ୍ତି। କିନ୍ତୁ ଏହିଭଳି ଘଟଣାରେ ସେ ଦୁଃଖିତ ହୁଅନ୍ତି।

ରେଡ୍ଡି କହିଛନ୍ତି ଯେ, ସେ ସ୍କୁଲ ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଖାଦ୍ୟ ଖାଇବେ। ସେ କହିଛନ୍ତି, ‘ଯଦି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ସହିତ ଖାଦ୍ୟ ଖାଇବେ, ତେବେ ଏହା ଖାଦ୍ୟ ପ୍ରସ୍ତୁତିର ଉପଯୁକ୍ତ ମାନ ବଜାୟ ରଖିବାରେ ସାହାଯ୍ୟ କରିବ।’

ସରକାରୀ ଶିକ୍ଷକମାନଙ୍କୁ ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ପଠାଯିବ: ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧାର ଗୁଣବତ୍ତା ଉନ୍ନତ କରିବା ପାଇଁ ଆବଶ୍ୟକତା ବିଷୟରେ ସରକାରଙ୍କୁ ଜଣାଇବାକୁ କହିଥିଲେ।

ରେଡ୍ଡି କହିଛନ୍ତି ଯେ, ତାଙ୍କ ସରକାର ପ୍ରତିବର୍ଷ ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ଭଳି ଦେଶକୁ ଶିକ୍ଷା କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଅଧ୍ୟୟନ କରିବା ପାଇଁ ପ୍ରାୟ 200 ଶିକ୍ଷକ ପଠାଇବାକୁ ଯୋଜନା କରୁଛି।