ବିସିସିଆଇ କେବଳ ଏହି ୨ କ୍ରିକେଟରଙ୍କୁ ଦିଏ ରୋହିତ-କୋହଲିଙ୍କ ପାଖାପାଖି ଦରମା, ଜାଣନ୍ତୁ କିଏ 

ଏହି ଖେଳାଳି ବିସିସିଆଇଠାରୁ ପାଆନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଦରମା

ନୂଆଦିଲ୍ଲୀ: ରୋହିତ ଶର୍ମା ଏବଂ ବିରାଟ କୋହଲି ଦୁହେଁ ଟେଷ୍ଟ ଏବଂ ଟି୨୦ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ବର୍ତ୍ତମାନ କେବଳ ଦିନିକିଆ ଖେଳୁଥିବା ରୋହିତ ଏବଂ କୋହଲି ବିସିସିଆଇରୁ ଅଧିକ ଦରମା ନେଉଛନ୍ତି।

ବିସିସିଆଇର ଦରମା ସିଷ୍ଟମ କିଛି ଏମିତି ଯେ, ଖେଳାଳିଙ୍କୁ ଚାରୋଟି ଭାଗରେ ବଣ୍ଟା ଯାଇଥାଏ। ଭାରତୀୟ କ୍ରିକେଟରେ କେବଳ ଦୁଇଜଣ ଖେଳାଳି ଏମିତି ଅଛନ୍ତି ଯେଉଁମାନେ ରୋହିତ ଏବଂ ବିରାଟଙ୍କ ପାଖାପାଖି ଦରମା ପାଆନ୍ତି।

ବିରାଟ ଏବଂ ରୋହିତଙ୍କୁ କେତେ ମିଳେ ଦରମା: ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟରେ ଖେଳାଳିମାନଙ୍କୁ ଚାରୋଟି ଗ୍ରେଡରେ ବିଭକ୍ତ କରାଯାଇଛି। ଗ୍ରେଡ୍ A+ର କ୍ରିକେଟରଙ୍କୁ ବାର୍ଷିକ ୭ କୋଟି, ଗ୍ରେଡ୍ Aଙ୍କୁ ୫ କୋଟି, ଗ୍ରେଡ୍ ବି ଖେଳାଳିଙ୍କୁ ୩ କୋଟି ଏବଂ ଗ୍ରେଡ ସି ଖେଳାଳିଙ୍କୁ ଏକ ବର୍ଷରେ ୧ କୋଟି ଟଙ୍କା ଦିଆଯାଇଥାଏ।

କେବଳ ଏହି ଖେଳାଳିଙ୍କୁ ମିଳେ ୭ ଖେଳାଳି: ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବ୍ୟତୀତ ଗ୍ରେଡ୍‌ A+ରେ କେବଳ ଜସପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜା ଅଛନ୍ତି। ଏଥିପାଇଁ ବିରାଟ ଏବଂ ରୋହିତଙ୍କ ସହ କେବଳ ବୁମରା ଏବଂ ଜାଡେଜାଙ୍କୁ ବିସିସିଆଇ ବାର୍ଷିକ ୭ କୋଟି ଟଙ୍କାର ଦରମା ଦେଇଥାଏ।