ବୁଲାଇବା ବାହାନାରେ ଡାକି ପ୍ରେମିକାର ତଣ୍ଟି ଚିପି ହତ୍ୟା କଲା ପ୍ରେମିକ, ୮ ମାସ ପରେ ସତ ଜଣାପଡ଼ିଲା ଏମିତି..

ପ୍ରେମିକାର କଙ୍କାଳ ଖୋଲିଦେଲା ପ୍ରେମିକର ରହସ୍ୟ

ଭୁବନେଶ୍ୱର: ହତ୍ୟା ମାମଲା ପ୍ରତିଦିନ ଆସୁଥିବା ବେଳେ ବର୍ତ୍ତମାନ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସନ୍ଦେହ କରି ଜଣେ ପ୍ରେମିକ ନିଜ ପ୍ରେମିକାର ଜୀବନ ନେଇଛି। ପୁଣି ଏହି ଘଟଣାର ରହସ୍ୟ ୮ ମାସ ପରେ ଖୁଲାସା ହୋଇଛି।

ସୂଚନାନୁଯାୟୀ, ପ୍ରେମିକାଙ୍କ କଙ୍କାଳ ଉଦ୍ଧାର ପରେ। ତାକୁ ନେଇ ତଦନ୍ତ କରାଯାଇଥିଲା। ଏହାପରେ ସମସ୍ତ ସତ ଗୋଟି ଗୋଟି ହୋଇ ପଦାକୁ ଆସିଲା। ଜାନୁଆରୀ ମାସରୁ ଏହି ଯୁବତୀ ଭରତପୁରରୁ ନିଖୋଜ ଥିଲେ। ଏହି ସମସ୍ତ ସତ ପ୍ରେମିକ ଦେବାଶିଷ ବିଷୋଇ ପୋଲିସ ଆଗରେ ଉଗାରିଥିଲା।

ପ୍ରେମିକ କହିଥିଲା ଯେ, ସେ ତାଙ୍କ ପ୍ରେମିକାଙ୍କୁ ସନ୍ଦେହ କରିଥିଲେ। ଏହାପରେ ପ୍ରେମିକାକୁ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ ଅଭିଯୁକ୍ତ। ଏହାପରେ ଦିନେ ଯୁବତୀଙ୍କୁ ଲଭର୍ସ ପଏଣ୍ଟ ବାହାନାରେ ତାପଙ୍ଗ ନେଇଥିଲା ପ୍ରେମିକ।

ସୁଯୋଗ ଉଣ୍ଡି ଯୁବତୀଙ୍କର ତଣ୍ଟି ଚିପି ହତ୍ୟା କରିଥିଲା ପ୍ରେମିକ। ଏହାପରେ ମୃତଦେହକୁ ଫୋପାଡି ଚାଲିଆସିଥିଲା। ଯାହାପରେ ପୋଲିସ ଅନେକ ତଦନ୍ତ ପରେ ଯୁବତୀଙ୍କ ମୃତଦେହ ପାଇଥିଲା। କିନ୍ତୁ ତାହା କଙ୍କାଳ ପାଲଟିଯାଇଥିଲା।

ଏହାପରେ ତଦନ୍ତ କରାଯାଇଥିଲା, ଯେଉଁଥିରୁ ସବୁ ସତ ଧରାପଡ଼ିଛି ଏବଂ ଅଭିଯୁକ୍ତ ନିଜ ବୟାନ ଜାରି କରିଛନ୍ତି। ଏନେଇ ପ୍ରେସମିଟ କରି ପୋଲିସ କମିସନରଙ୍କ ନିଜେ ସୂଚନା ଦେଇଛନ୍ତି।