ମସ୍ତବଡ଼ ଭୁଲ କରିଦେଲେ ରାଜ୍ୟ ସରକାର! ଏମିତି ହୋଇଥିଲେ ଲିଟର ପିଛା ୩୫ ଟଙ୍କା କମିଥା’ନ୍ତା ପେଟ୍ରୋଲ ଡିଜେଲ ଦର…

ସେ କହିଛନ୍ତି ଯେ ଜିଏସ୍‌ଟି ଆଣିବା ସମୟରେ ମଧ୍ୟ ଆମେ ପେଟ୍ରୋଲ ଏବଂ ଡିଜେଲକୁ ଏହି ବର୍ଗରେ ରଖିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ରାଜ୍ୟଗୁଡ଼ିକ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ବର୍ତ୍ତମାନ ଜିଏସ୍‌ଟି ପରିସରଭୁକ୍ତ କରାଯିବନାହିଁ।

ଓଡ଼ିଶା ଭାସ୍କର: କେନ୍ଦ୍ର ସରକାରଙ୍କ ଦ୍ବାରା ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ହାରରେ ବଡ଼ ସଂସ୍କାର ଘୋଷଣା ପରେ ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀଗୁଡିକର ଦର ମହୁ ମାତ୍ରାରେ ହ୍ରାସ ଘଟିବ ବୋଲି କୁହାଯାଉଛି। ହେଲେ ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦର ସହ ଯୁଝୁଥିବା ସାଧାରଣ ଖାଉଟିଙ୍କୁ ଏଥିରୁ କୌଣସି ପ୍ରକାର ଆଶ୍ବସ୍ତି ମିଳିପାରିନାହିଁ। କାରଣ ପେଟ୍ରୋଲ ଏବଂ ଡିଜେଲ ଏ ପର୍ଯ୍ୟନ୍ତ ଜିଏସ୍‌ଟି ପରିସରଭୁକ୍ତ ହୋଇପାରିନାହିଁ।

ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ଏ ପର୍ଯ୍ୟନ୍ତ ସହମତି ହୋଇପାରିନାହିଁ। ଯଦି ପେଟ୍ରୋଲ ଏବଂ ଡିଜେଲ ଜିଏସ୍‌ଟି ପରିସରକୁ ଆସିଯାଏ ତେବେ ଲିଟର ପିଛା ୧୦୦ ଟଙ୍କା ମୂଲ୍ୟରେ ପେଟ୍ରୋଲ ଏବଂ ଡିଜେଲ କିଣୁଥିବା ଗ୍ରାହକ ତାହାକୁ ଲିଟର ୬୮ ଟଙ୍କାରେ ପାଇବେ।

ପଢ଼ନ୍ତୁ ଅଧିକ ଖବର…ନିଜର ପ୍ରିୟ ଖେଳ କ୍ରିକେଟକୁ ବାଧ୍ୟ ହେଲେ ଛାଡ଼ିବାକୁ, ଏବେ ପୁଅରୁ ଝିଅ ହୋଇଥିବା ଏ ସୁନ୍ଦରୀ ସାଜିଲେଣି ସୁପରଷ୍ଟାର….

ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କାହିଁକି କରାଯାଉନାହିଁ ସେ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସରକାର ଆଜି ମଧ୍ୟ ଏହାକୁ ଜିଏସ୍‌ଟି ପରିସରରେ ରଖିପାରିବେ, କିନ୍ତୁ ଏହା ଜିଏସ୍‌ଟି ପ୍ରସ୍ତାବରେ ନ ଥିଲା।

କମି ଥାଆନ୍ତା ଦର

ସେ କହିଛନ୍ତି ଯେ ଜିଏସ୍‌ଟି ଆଣିବା ସମୟରେ ମଧ୍ୟ ଆମେ ପେଟ୍ରୋଲ ଏବଂ ଡିଜେଲକୁ ଏହି ବର୍ଗରେ ରଖିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ରାଜ୍ୟଗୁଡ଼ିକ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ବର୍ତ୍ତମାନ ଜିଏସ୍‌ଟି ପରିସରଭୁକ୍ତ କରାଯିବନାହିଁ। ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ଦାବି ବହୁତ ଦିନ ଧରି ଚାଲିଛି।

ବର୍ତ୍ତମାନ, ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ (କେନ୍ଦ୍ର ସରକାର) ଏବଂ ଭାଟ୍ (ରାଜ୍ୟ ସରକାର) ଲାଗୁ କରାଯାଏ। ବିଭିନ୍ନ ରାଜ୍ୟରେ ଟିକସ ହାର ଭିନ୍ନ, ଯାହା କାରଣରୁ ମୂଲ୍ୟ ମଧ୍ୟ ଭିନ୍ନ ରହିଛି। ଯଦି ଏହାକୁ ଜିଏସ୍‌ଟି ରେ ସାମିଲ କରାଯାଏ ତେବେ ସାରା ଦେଶରେ ଜିଏସ୍‌ଟି ହାର ସମାନ ହେବ। ବର୍ତ୍ତମାନ, ପେଟ୍ରୋଲ ଏବଂ ଡିଜେଲ ଉପରେ ମୋଟ ଟିକସ ୫୦ ପ୍ରତିଶତରେ ପହଞ୍ଚିଛି, କିନ୍ତୁ ଜିଏସ୍‌ଟିର ସର୍ବୋଚ୍ଚ ହାର ୧୮ ପ୍ରତିଶତ (ସେପ୍ଟେମ୍ବର ୨୨ ରୁ)।

ରାଜ୍ୟ ମନା କରି ନଥିଲେ

ଏପରି ପରିସ୍ଥିତିରେ, ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରି ଗ୍ରାହକମାନେ ଅତି କମରେ ୩୨ ପ୍ରତିଶତ ଅର୍ଥ ସଞ୍ଚୟ କରିପାରିବେ। ସରଳ ଭାଷାରେ, ଯଦି ପେଟ୍ରୋଲ ଏବଂ ଡିଜେଲ ଉପରେ ୧୮ ପ୍ରତିଶତ ହାରରେ ଜିଏସ୍‌ଟି ଲଗାଯାଏ, ତେବେ ଗ୍ରାହକ ୧୦୦ ଟଙ୍କା ମୂଲ୍ୟର ପେଟ୍ରୋଲ ଏବଂ ଡିଜେଲକୁ ଲିଟର ପିଛା ୬୮ ଟଙ୍କାରେ ପାଇପାରିବେ। ଯାହା ଫଳରେ ତେଲ ଲିଟର ପିଛା ପ୍ରାୟ ୩୫ ଟଙ୍କା କମିପାରିଥାଆନ୍ତା।

ଅପରପକ୍ଷେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ଅଧୀନରେ ଆଣିବା ପାଇଁ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ସମ୍ମତି ଆବଶ୍ୟକ। ପେଟ୍ରୋଲ ଏବଂ ଡିଜେଲ ଉପରେ ଆଦାୟ କରାଯାଉଥିବା ଭାଟ୍‌ ରାଜ୍ୟଗୁଡ଼ିକ ପାଇଁ ରାଜସ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଜିଏସ୍‌ଟି ଲାଗୁ ହେଲେ ଭାଯ୍‌ ହଟାଇ ଦିଆଯିବ, ଯାହା ରାଜ୍ୟଗୁଡ଼ିକୁ ରାଜସ୍ୱ କ୍ଷତି ପହଞ୍ଚାଇବ। ସେଥିପାଇଁ ଅନେକ ରାଜ୍ୟ ଏଥିପାଇଁ ପ୍ରସ୍ତୁତ ନାହାଁନ୍ତି।

ଯେତେବେଳେ ରାଜ୍ୟଗୁଡ଼ି ଟିକସ ହାର ସହିତ ପ୍ରସ୍ତୁତ ହେବେ , ସେତେବେଳେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସର ମଧ୍ୟକୁ ଅଣାଯାଇପାରିବ। ତଥାପି, ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ଏହାବାଦ୍‌ ଜିଏସ୍‌ଟି ସଂସ୍କାର ଘୋଷଣା ପରେ ମଧ୍ୟ ଷ୍ଟକ୍ ବଜାର କାହିଁକି ଉପରମୁହଁା ହେଉନାହିଁ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବଜାର କେବେବି ଗୋଟିଏ କାରଣ ଉପରେ କାମ କରେ ନାହିଁ। ଏହା କାମ ନ କରିବାର ବିଭିନ୍ନ କାରଣ ହୋଇପାରେ। ଜିଏସ୍‌ଟି ହାରରେ ହ୍ରାସ ସାଧାରଣ କମ୍ପାନୀଗୁଡ଼ିକ ପାଇଁ ନୁହେଁ, ଜନସାଧାରଣଙ୍କ ପାଇଁ ଟିକସ ହ୍ରାସ କରାଯାଇଛି।