ନୂଆଦିଲ୍ଲୀ: ସିପିଏସଇ (SI)ର ୨୦୨୪ର ତୃତୀୟ ପେପର ପାରକ୍ଷା ସୂଚୀ ବଦଳିଲା । ସିପିଏସଇ ହେଉଛି କମ୍ବାଇଣ୍ଡ ପୋଲିସ ସର୍ଭିସ ଏଗଜାମିନେସନ୍ ।
ଅକ୍ଟୋବର ୪ର ତୃତୀୟ ପେପର ପରୀକ୍ଷା ଅକ୍ଟୋବର ୬କୁ ଘୁଞ୍ଚିଲା । ତୃତୀୟ ପେପରରେ ଥିବା ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ ତାରିଖରେ କରାଯିବ ।
ଅକ୍ଟୋବର ୬ ତାରିଖ ଦିନ ସକାଳ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି ।
ପୂଜା ଭସାଣୀକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀ ବଦଳାଯାଇଥିବା ଓପିଆରବି ପକ୍ଷରୁ ସୂଚନା ଜାରି କରାଯାଇଛି । ମାତ୍ର ଅକ୍ଟୋବର ୫ର ୨ଟି ପେପର ପରୀକ୍ଷା ପୂର୍ବ ସୂଚୀରେ ହେବ ।