NDA ପାଖରେ ବହୁମତ, ପୁଣି ବିରୋଧୀ କାହା ଦମରେ କରୁଛି ବିଜୟର ଦାବି? ଜାଣନ୍ତୁ ଡିଟେଲ୍ସ
କାହା ଦମରେ ଉପରାଷ୍ଟ୍ରପତି ନିର୍ବାଚନରେ ଜିତିବ ବୋଲି କହୁଛି ବିରୋଧୀ, ଜାଣନ୍ତୁ
ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଆଜି ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହେବ। ଏନଡିଏ ମେଣ୍ଟ ସିପି ରାଧାକୃଷ୍ଣ ଏବଂ ଇଣ୍ଡିଆ ମେଣ୍ଟ ବି ସୁଦର୍ଶନଙ୍କୁ ପ୍ରାର୍ଥୀ ଭାବେ ଠିଆ କରିଛନ୍ତି। ଏମିତିରେ ଏହି ନିର୍ବାଚନରେ ଏନଡିଏର ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି।
କିନ୍ତୁ ଅନ୍ୟପକ୍ଷରେ ବିରୋଧୀ ଦଳ ମଧ୍ୟ ବିଜୟ ପାଇଁ ଦାବି କରୁଛନ୍ତି। ୬ ସେପ୍ଟେମ୍ବରରେ ବିରୋଧୀ ଦଳର ପ୍ରାର୍ଥୀ ରେଡ୍ଡୀ ଏକ କାର୍ଯ୍ୟକ୍ରମରେ ୧୦୦ ପ୍ରତିଶତ ଜିତିବାର ଦାବି କରିଥିଲେ।
ବର୍ତ୍ତମାନ ଲୋକସଭାରେ ୫୪୨ ଏବଂ ରାଜ୍ୟସଭାରେ ୨୪୦ ଜଣ ସାଂସଦ ଅଛନ୍ତି। ଅର୍ଥାତ ସମୁଦାୟ ୭୮୨ ଜଣ ସଦସ୍ୟ। ଉପରାଷ୍ଟ୍ରପତି ନିର୍ବାଚନରେ ବହୁମତ ପାଇଁ ୩୯୨ ଭୋଟ ଆବଶ୍ୟକ।
ଏନଡିଏ ୪୦୫ ସଦସ୍ୟଙ୍କ ସମର୍ଥନର ଦାବି କରିଛି। ଏଥିରେ ଲୋକସଭାର ୨୯୩ ଏବଂ ରାଜ୍ୟସଭାର ୧୧୨ ଜଣ ସଦସ୍ୟ ଅଛନ୍ତି। ସେହିପରି ବିରୋଧୀଙ୍କ କଥା କହିବାକୁ ଗଲେ ଲୋକସଭା ଏବଂ ରାଜ୍ୟସଭାକୁ ମିଶାଇ ୩୫୫ ସାଂସସଙ୍କ ସମର୍ଥନର ଦାବି କରାଯାଇଛି। ବିରୋଧୀ ବହୁମତ ପାଇବା ପାଇଁ ତା’ ପାଖେ ୩୭ ସାଂସଦ ଅଭାବ ପଡୁଛନ୍ତି।
ରିପୋର୍ଟ ମୁତାବକ, ଶାସକ ଦଳ, ବିରୋଧୀ ଦଳ ଏବଂ ଛୋଟ ଦଳଗୁଡ଼ିକର ହାରାହାରି ୧୦୦ ଜଣ ସାଂସଦ ଏପରି ଅଛନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ଉପରାଷ୍ଟ୍ରପତି ପାଇଁ ନିଜ ପସନ୍ଦ ବିଷୟରେ ଖୁଲାସା କରିନାହାନ୍ତି। କୁହାଯାଉଛି ଯେ, କଂଗ୍ରେସ ୧୦୦ଜଣ ସାଂସଦଙ୍କ ମଧ୍ୟରୁ ନିଜର ବହୁମତ ପୂରଣ କରିବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରିବ। କଂଗ୍ରେସର ଆତ୍ମବିଶ୍ୱାସ ରହିଛି ଯେ, ସେ ଏହି ନିର୍ବାଚନରେ ବିୟୟଲାଭ କରିବ।