ରାଜନୈତିକ ମଞ୍ଚରେ ହଟଚମଟ; ବିଜେଡି ଛାଡ଼ିଲେ ଭାସ୍କର ରାଓ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
ବିଜେଡ଼ିକୁ ଶକ୍ତ ଝଟକା । ଇସ୍ତଫା ଦେଲେ ଏନ ଭାସ୍କର ରାଓ । ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଭାସ୍କର ରାଓ ଇସ୍ତଫା ଦେଇଛନ୍ତି।
ଭୁବନେଶ୍ୱର: ବିଜେଡ଼ିକୁ ଶକ୍ତ ଝଟକା । ଇସ୍ତଫା ଦେଲେ ଏନ ଭାସ୍କର ରାଓ । ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଭାସ୍କର ରାଓ ଇସ୍ତଫା ଦେଇଛନ୍ତି। ପାର୍ଟି ଉଚ୍ଚକମାଣ୍ଡଙ୍କୁ ପତ୍ର ଲେଖି ସେ ବିଜେଡ଼ିର ପ୍ରାଥମିକ ସଦସ୍ୟତା ଛାଡ଼ିବାକୁ ଘୋଷଣା କରିଛନ୍ତି।
ଭାସ୍କର ରାଓ, ଯିଏ ୨୦୧୯ରେ ବିଜେଡ଼ି ରାଜନୀତିରେ ପ୍ରବେଶ କରିଥିଲେ, ସେ ପୂର୍ବରୁ ପୁଲିସ ଅଧିକାରୀ ଭାବେ ସେବା କରିଥିଲେ। ତାଙ୍କର ହଠାତ୍ ପଦତ୍ୟାଗକୁ ନେଇ ବିଜେଡ଼ି ଶିବିରରେ ଚର୍ଚ୍ଚା ଜୋର ଧରିଛି ।
ଏହା ଭିତରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜୁ ସ୍ବାଭାବିକ ମଞ୍ଚ ଗଠନ ନେଇ ସୂଚନା ଦେଲେ ଏନ ଭାସ୍କର ରାଓ ।
ସେପଟେ ଲାଲବିହାରୀ ହିମିରିକା ବି ଦେଲେ ଇସ୍ତଫା ।