ଘରୋଇ ଉପାୟରେ ଚମକିବ ମୁହଁ, ଚୁଟ୍କିରେ ହେବ ମୁହଁରୁ କଳା ଦାଗ ଗାଏବ, ଜାଣନ୍ତୁ ଟିପ୍ସ
ଲୋକଙ୍କ ଟିପ୍ପଣୀ ନଶୁଣି ବ୍ୟବହାର କରନ୍ତୁ ଏହି ଫେସ୍ ପ୍ୟାକ୍
ଓଡ଼ିଶାଭାସ୍କର: ଆଜିକାଲି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ତ୍ୱାଚା ପ୍ରତି ଯତ୍ନ ନେବାକୁ ସମସ୍ତେ ଭୁଲି ଯାଆନ୍ତି। ଦିନ ତମାତର କାମ ଭିତରେ ମୁହଁର ଯତ୍ନ ନେବାକୁ ଯେପରି ସମୟ ଅଭାବ ହୁଏ।
ଯାହା ପାଇଁ ଅଳ୍ପ ବୟସରୁ ମୁହଁରେ ନାନା ପ୍ରକାରର ସମସ୍ୟା ଦେଖାଯାଏ। ଆପଣଙ୍କ ସୁନ୍ଦର ତ୍ୱାଚା କଳାଦାଗ, ସନ୍ ଟ୍ୟାନ୍, ଫେସ୍ ଡଲ ହୋଇଯିବା ଏଭଳି ଅନେକ ସମସ୍ୟା ଦେଖାଯାଏ।
ଯାହା କର୍ମକ୍ଷେତ୍ର ହେଉ କି ଘରେ ଆପଣଙ୍କ ମୁହଁକୁ ଅସୁନ୍ଦର କରିବା ସହ ଆତ୍ମବିଶ୍ୱାସକୁ ମଧ୍ୟ ପ୍ରଭାବିତ କରେ। କେଉଁଆଡ଼େ ଯିବାକୁ ତ୍ୱାଚା ପାଇଁ ଇଛା ହୁଏନି। ସମସ୍ତେ ଆପଣଙ୍କ ମୁହଁକୁ ନେଇ କିଛି ନା କିଛି ଟିପ୍ପଣୀ ଦିଅନ୍ତି।
ସବୁ ଝିଅଙ୍କର ଇଛା ତାଙ୍କ ତ୍ୱାଚା ବା ମୁହଁ ସୁନ୍ଦର ଦିଶୁ, ମୁହଁରେ କୌଣସି ବ୍ରଣ ନହେଉ କି କଳା ଦାଗ ନପଡ଼ୁ। ଏଭଳି ତ୍ୱାଚାର ଅନେକ ସମସ୍ୟା ପାଇଁ ମହିଳା ଠୁ ଆରମ୍ଭ କରି ଯୁବତୀମାନେ ମୁହଁରେ ଦାମୀ ଦାମୀ ପ୍ରଡକ୍ଟ ଲଗାଉଛନ୍ତି। ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି।
ହେଲେ ଅନେକ ଥର ଏହା ମୁହଁରେ ପ୍ରଭାବ ପକାଏନି ଏବଂ ସାଇଡ୍ ଇଫେକ୍ଟ କରେ ଯାହା ଦ୍ୱାରା ମୁହଁର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଏ। ସ୍ୱାଭାବିକ ଅବସ୍ଥାକୁ ମୁହଁକୁ ଆସିବାକୁ ଅନେକ ସମୟ ଲାଗେ।
ଏଥି ସବୁରୁ ମୁକ୍ତି ପାଇବା ପାଇଁ ଯଦି ଆପଣ ଶସ୍ତା ଏବଂ ପ୍ରଭାବକାରୀ ପ୍ରାକୃତିକ ଉପାୟ ଆପଣାଇବାକୁ ଚାହୁଁଛନ୍ତି ତେବେ ଆପଣ ଘରେ ଏହାକୁ ବ୍ୟବହାର କରି ଆପଣଙ୍କ ତ୍ୱାଚାକୁ ସୁନ୍ଦର କରିପାରିବେ।
ଆପଣଙ୍କ ମୁହଁରେ ଚନ୍ଦନରେ ଏକ ଖାସ୍ ଉପାୟ କରି ଏକ ବଢ଼ିଆ କ୍ରିମ ପ୍ରସ୍ତୁତ କରି ଆପଣ ମୁହଁରେ ଲଗାଇପାରିବେ।ଏହା ଆପଣଙ୍କ ଦୈନଦିନ ଲାଇଭରେ ବ୍ୟବହାର କରି ମୁହଁ ସୁନ୍ଦର କରି ଚମକାଇପାରିବେ। ଯଦି ଆପଣ ସପ୍ତାହରେ ଏହାକୁ ଦୁଇ ଦିନ ବ୍ୟବହାର କରିପାରିବେ ଆପଣଙ୍କ ତ୍ୱାଚାରେ ଏକଦମ୍ ସୁନ୍ଦର ହୋଇଯିବ। କଳା ଦାଗ ମୁହଁରୁ ଏକ ଦମ୍ ଗାଏବ ହୋଇଯିବ।
ଚନ୍ଦନ ଏବଂ ଗୋଲାପ ଜଳର ଯାଦୁକରୀ ଫେସ୍ ପ୍ୟାକ୍:
ଏହି ପ୍ୟାକ୍ ତିଆରି କରିବା ବହୁତ ସହଜ:
୧ ଚାମଚ ଚନ୍ଦନ ପାଉଡର
୨ ଚାମଚ ଗୋଲାପ ଜଳ
ଉଭୟକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଏବଂ ମୁହଁରେ ଲଗାନ୍ତୁ। ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଗୋଲାପ ଜଳ ଚର୍ମକୁ ଟୋନ୍ କରିଥାଏ ଏବଂ ଚନ୍ଦନ ଥଣ୍ଡା କରିଥାଏ ଏବଂ ଦାଗକୁ ହାଲୁକା କରିଥାଏ।
ଚନ୍ଦନ ଏବଂ ହଳଦୀର ଆଣ୍ଟି-ବ୍ୟାକ୍ଟେରିଆଲ୍ ପ୍ୟାକ୍-
୧ ଚାମଚ ଚନ୍ଦନ ପାଉଡର
ଅଧା ଚାମଚ ହଳଦୀ
୧ ଚାମଚ କ୍ଷୀର
ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ୧୫ ମିନିଟ୍ ପାଇଁ ରଖନ୍ତୁ। ହଳଦୀରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ବ୍ରଣ ହ୍ରାସ କରେ ଏବଂ ଚନ୍ଦନ ଚର୍ମକୁ ସଫା କରେ।
ଚନ୍ଦନ, ଲେମ୍ବୁ ଏବଂ ମହୁ ଉଜ୍ଜ୍ୱଳ କରିବା ପାଇଁ ପ୍ୟାକ୍:
୧ ଚାମଚ ଚନ୍ଦନ
ଅଧା ଚାମଚ ଲେମ୍ବୁ ରସ
୧ ଚାମଚ ମହୁ
ଏହି ପ୍ୟାକ୍ ମୁହଁରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପରେ ଧୋଇଦିଅନ୍ତୁ। ଲେମ୍ବୁରେ ଭିଟାମିନ୍-ସି ଥାଏ ଯାହା ଚର୍ମକୁ ଉଜ୍ଜ୍ୱଳ କରିଥାଏ ଏବଂ ମହୁ ଚର୍ମକୁ ମଇଶ୍ଚରାଇଜ୍ କରିଥାଏ। ଏହାକୁ ସପ୍ତାହରେ ଦୁଇଥର ଲଗାନ୍ତୁ, ନିଜେ ପାର୍ଥକ୍ୟ ଦେଖନ୍ତୁ।
ସପ୍ତାହରେ ଦୁଇଥର ଏହି ଫେସ୍ ପ୍ୟାକ୍ ବ୍ୟବହାର କରିବାର ଲାଭ କ’ଣ:
ମୁଖର ରଙ୍ଗ ଉଜ୍ଜଳ ଆସେ
ଦାଗ ହାଲୁକା ହୁଏ
ଦାଗ କମିଯାଏ
ଚର୍ମ ଚମକିବାକୁ ଲାଗେ
ସବୁଠାରୁ ଭଲ କଥା ହେଉଛି ଏସବୁ ଜିନିଷ ଘରେ ସହଜରେ ଉପଲବ୍ଧ ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।