ଗାଁ ଓ ଗଲି କ୍ରିକେଟଠୁ ବି ହୀନ, ୟୁଏଇ ମାତ୍ର 57 ରନରେ ଅଲଆଉଟ, ଗୋଟିଏ ମ୍ୟାଚରେ ଟିମ୍ ଇଣ୍ଡିଆ କଲା ହଜାରେ ରେକର୍ଡ…
ଭାରତକୁ ଏହି ମ୍ୟାଚ ଜିତିବା ପାଇଁ 58 ରନ କରିବାକୁ ପଡ଼ିବ ।
ଓଡ଼ିଶା ଭାସ୍କର: ଭାରତ- ୟୁଏଇ ମଧ୍ଯରେ ଖେଳାଯାଉଥିବା ଏସିଆ କପର ପ୍ରଥମ ମୁକାବିଲାରେ ମାତ୍ର 57 ରନରେ ୟୁଏଇ ଦଳ ନିଜର ସମସ୍ତ ୱିକେଟ ହରାଇଛି । ଦଳ 13.1 ଓଭର ମାତ୍ର ଖେଳି ପାରିଛି । ଭାରତକୁ ଏହି ମ୍ୟାଚ ଜିତିବା ପାଇଁ 58 ରନ କରିବାକୁ ପଡ଼ିବ । ଯାହା ବେଶ୍ ସହଜ ମନେ ହେଉଛି ।
ମ୍ୟାଚରେ ଟସ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୟୁଏଇକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ୟୁଏଇ ଓପନର ଆଲିସାନ ସାରାଫୁ 22 ରନ ଓ ଅଧିନାୟକ ମହମ୍ମଦ ୱାସିମ 19 ରନ କରିଛନ୍ତି ।ଅନ୍ୟ କୌଣସି ବ୍ୟାଟର 2 ଅଙ୍କ ମଧ୍ଯ ଛୁଇଁ ପାରି ନାହାନ୍ତି । ବ୍ୟାଟର ରାହୁଲ ଚୋପ୍ରା 3, ଆସିଫ ଖାନ2,ହର୍ଷିତ କୌଶିକ 2, ଧ୍ରୁବ ପରାଶର, ସିମରନଜିତ ସିଂ ଓ ହାଇଦର ଅଲି ଗୋଟିଏ ଲେଖାଏଁ ରନ କରି ପ୍ଯାଭିଲିୟନ ଫେରିଛନ୍ତି । ଦଳକୁ ଦେଖି ଲାଗୁଥିଲା କି ଗାଁ କ୍ରିକେଟଠୁ ବି ଏ ଦଳ ହୀନ କ୍ରିକେଟ ଖେଳୁଛି ।
ପ୍ରାକଶଥାଉ ଯେ, ଭାରତ ପକ୍ଷରୁ ସ୍ପିନର କୁଲଦୀପ ଯାଦବ 4, ଶିଭମ ଦୁବେ 3 ଓ ବରୁଣ ଚକ୍ରବର୍ତ୍ତୀ, ବୁମରା, ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ଦାଖଲ କରିଛନ୍ତି ।
ଭାରତୀୟ ଟିମ୍: ଅଭିଷେକ ଶର୍ମା, ଶୁବମନ ଗିଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ (ୱିକେଟ୍ରକ୍ଷକ), ହାର୍ଦିକ ପାଣ୍ଡ୍ୟା( ବ୍ୟାଟିଂ ଅଲରାଉଣ୍ଡର), ଅକ୍ଷର ପଟେଲ ବୋଲିଂ (ଅଲରାଉଣ୍ଡର), (ବ୍ୟାଟିଂ ଅଲରାଉଣ୍ଡର), ଶିଭମ ଦୁବେ (ବ୍ୟାଟିଂ ଅଲରାଉଣ୍ଡର), କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ।
ୟୁଏଇ ଟିମ୍: ମହମ୍ମଦ ୱାସିମ (ଅଧିନାୟକ), ଆଲିସାନ ସାଫୁ, ରାହୁଲ ଚୋପ୍ରା (ୱିକେଟ୍ରକ୍ଷକ), ଆସିଫ ଖାନ୍, ମହମ୍ମଦ ଫାରୁକ୍, ହର୍ଷିତ କୌଶିକ, ମହମ୍ମଦ ଜୋହେବ, ମହମ୍ମଦ ଜୱାଦୁଲ୍ଲା, ହାଇଦର ଅଲୀ, ଜୁନୈଦ ସିଦ୍ଦିକି, ମହମ୍ମଦ ରୋହିଦ।