ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍ ଇଣ୍ଡିଆର ଏସିଆ କପ ଅଭିଯାନ ଆରମ୍ଭ, ସଣ୍ଡେରେ ସୁପର ଫାଇଟ୍…
ମ୍ୟାଚରେ ସ୍ପିନର କୁଲଦୀପ ଯାଦବଙ୍କୁ 'ପ୍ଲେୟାର ଅଫଦି ମ୍ୟାଚ' ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଓଡ଼ିଶା ଭାସ୍କର: ଭାରତ-ୟୁଏଇ ମଧ୍ଯରେ ଖେଳାଯାଇଥିବା ଏସିଆ କପ ମୁକାବିଲାକୁ ଭାରତ ଗୋଟିଏ ୱିକେଟ ହରାଇ ଦମଦାର ପ୍ରଦର୍ଶନ କରି ଜିତି ନେଇଛି । ଭାରତ ପକ୍ଷରୁ ପ୍ରାରମ୍ଭିକ ଦୁର୍ଦ୍ଦଶ ଓପନର ଅଭିଶେଷ ଶର୍ମା ଓ ଶୁଭମନ ଗିଲଙ୍କ ବିସ୍ଫୋଟକ ପାଳି ୟୁଏଇକୁ ଧୋଇ ଦେଇଥିଲା । ଟିମ୍ ଇଣ୍ଡିଆ ମାତ୍ର 4.3 ଓଭରରେ ମ୍ୟାଚ ଜିତି ନେଇଛି । ଦୁର୍ଦ୍ଦଶ ବାମହାତୀ ବ୍ୟାଟର ଅଭିଷେକ ଶର୍ମା 18 ବଲରେ 30 ରନର ବିଧ୍ୱଂସକାରୀ ଇନିଂସ ଖେଳିଥିଲେ । ଏହାବାଦ ଉପ-ଅଧିନାୟକ ପ୍ରିନ୍ସ ଶୁଭମନ ଗିଲ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଯଥାକ୍ରମେ 20 ଓ 7 ରନ କରି ମ୍ୟାଚରେ ଅପରାଜିତ ଥିଲେ । ମ୍ୟାଚରେ ସ୍ପିନର କୁଲଦୀପ ଯାଦବଙ୍କୁ ‘ପ୍ଲେୟାର ଅଫଦି ମ୍ୟାଚ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଭାରତ ନିଜର ଆଗାମୀ ମ୍ୟାଚ ପାକିସ୍ତାନ ବିପକ୍ଷରେ 14 ସେପ୍ଟେମ୍ୱରରେ ଖେଳିବ । ସୁପର ସଣ୍ଡେରେ ଫ୍ଯାନ୍ସ ଦେଖିବେ ସୁପର ମୁକାବିଲା ।
ମ୍ୟାଚ ସାଂରାଶ:
ଭାରତ- ୟୁଏଇ ମଧ୍ଯରେ ଖେଳାଯାଉଥିବା ଏସିଆ କପର ଏହି ମୁକାବିଲାରେ ମାତ୍ର 57 ରନରେ ୟୁଏଇ ଦଳ ନିଜର ସମସ୍ତ ୱିକେଟ ହରାଇଥିଲା । ଦଳ 13.1 ଓଭର ମାତ୍ର ଖେଳି ପାରିଥିଲା। ଭାରତକୁ ଏହି ମ୍ୟାଚ ଜିତିବା ପାଇଁ 58 ରନର ଲକ୍ଷ୍ଯ ରହିଥିଲା । ଯାହା ବେଶ୍ ସହଜ ମନେ ହେଉଥିଲା ।
ମ୍ୟାଚରେ ଟସ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୟୁଏଇକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ୟୁଏଇ ଓପନର ଆଲିସାନ ସାରାଫୁ 22 ରନ ଓ ଅଧିନାୟକ ମହମ୍ମଦ ୱାସିମ 19 ରନ କରିଛନ୍ତି । ଅନ୍ୟ କୌଣସି ବ୍ୟାଟର 2 ଅଙ୍କ ମଧ୍ଯ ଛୁଇଁ ପାରି ନଥିଲେ । ବ୍ୟାଟର ରାହୁଲ ଚୋପ୍ରା 3, ଆସିଫ ଖାନ2,ହର୍ଷିତ କୌଶିକ 2, ଧ୍ରୁବ ପରାଶର, ସିମରନଜିତ ସିଂ ଓ ହାଇଦର ଅଲି ଗୋଟିଏ ଲେଖାଏଁ ରନ କରି ପ୍ଯାଭିଲିୟନ ଫେରିଛନ୍ତି । ଦଳକୁ ଦେଖି ଲାଗୁଥିଲା କି ଗାଁ କ୍ରିକେଟଠୁ ବି ଏ ଦଳ ହୀନ କ୍ରିକେଟ ଖେଳୁଛି ।
ପ୍ରାକଶଥାଉ ଯେ, ଭାରତ ପକ୍ଷରୁ ସ୍ପିନର କୁଲଦୀପ ଯାଦବ 4, ଶିଭମ ଦୁବେ 3 ଓ ବରୁଣ ଚକ୍ରବର୍ତ୍ତୀ, ବୁମରା, ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ଦାଖଲ କରିଛନ୍ତି ।
ଭାରତୀୟ ଟିମ୍: ଅଭିଷେକ ଶର୍ମା, ଶୁବମନ ଗିଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ (ୱିକେଟ୍ରକ୍ଷକ), ହାର୍ଦିକ ପାଣ୍ଡ୍ୟା( ବ୍ୟାଟିଂ ଅଲରାଉଣ୍ଡର), ଅକ୍ଷର ପଟେଲ ବୋଲିଂ (ଅଲରାଉଣ୍ଡର), (ବ୍ୟାଟିଂ ଅଲରାଉଣ୍ଡର), ଶିଭମ ଦୁବେ (ବ୍ୟାଟିଂ ଅଲରାଉଣ୍ଡର), କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ।
ୟୁଏଇ ଟିମ୍: ମହମ୍ମଦ ୱାସିମ (ଅଧିନାୟକ), ଆଲିସାନ ସାଫୁ, ରାହୁଲ ଚୋପ୍ରା (ୱିକେଟ୍ରକ୍ଷକ), ଆସିଫ ଖାନ୍, ମହମ୍ମଦ ଫାରୁକ୍, ହର୍ଷିତ କୌଶିକ, ମହମ୍ମଦ ଜୋହେବ, ମହମ୍ମଦ ଜୱାଦୁଲ୍ଲା, ହାଇଦର ଅଲୀ, ଜୁନୈଦ ସିଦ୍ଦିକି, ମହମ୍ମଦ ରୋହିଦ।