୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ ଟିମ୍ କୁ ଫେରିଲେ, ଆସୁ ଆସୁ ସଚ୍ଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇଦେଲେ

ସଚ୍ଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ଏହି ଭାରତୀୟ ଖେଳାଳି।

ଓଡିଶାଭାସ୍କର: ଏସିଆ କପ୍ ୨୦୨୫ରେ ଭାରତୀୟ ବୋଲରମାନେ ଏକ ମହାନ ଆରମ୍ଭ କରିଛନ୍ତି। ସବୁ ବୋଲରମାନେ UAE ଦଳ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ତଥାପି ଷ୍ଟାର ସ୍ପିନର୍ କୁଲଦୀପ ଯାଦବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ। ତାଙ୍କୁ ୧ ବର୍ଷରୁ ଅଧିକ ସମୟ ପରେ ଭାରତ ପାଇଁ ଟି-୨୦ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା।

ସେ ଏହି ସୁଯୋଗର ପୂର୍ଣ୍ଣ ଫାଇଦା ଉଠାଇ କେବଳ ୧ ଓଭରରେ UAE  ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଯାହା ତାଙ୍କ କ୍ୟାରିୟରରେ ଏକ ନୂଆ କଥା ଯୋଡ଼ା ହୋଇଗଲା।

ଗୋଟିଏ ଓଭରରେ ବିପର୍ଯ୍ୟୟ: କୁଲଦୀପ ଯାଦବଙ୍କ ଟି-୨୦ରେ ପ୍ରତ୍ୟାବର୍ତ୍ତନ ବହୁତ ଚମତ୍କାର ଥିଲା। ସେ ପୂର୍ବରୁ ଜୁନ୍ ୨୦୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟି-୨୦ ମ୍ୟାଚ୍ ଖେଳିଥିଲେ।

କୁଲଦୀପ ଯାଦବ UAE  ବିପକ୍ଷରେ ତାଙ୍କର ପ୍ରଥମ ଓଭରରେ ବହୁତ ଭଲ ବୋଲିଂ କରିଥିଲେ। ଏହାସହ ମାତ୍ର ୪ ରନ୍ ଦେଇଥିଲେ। ଏହାପରେ ସେ ତାଙ୍କର ଦ୍ୱିତୀୟ ଓଭରର ପ୍ରଥମ ବଲରେ ରାହୁଲ ଚୋପ୍ରାଙ୍କ ଓ୍ୱିକେଟ୍ ନେଇଥିଲେ। ରାହୁଲ ଚୋପ୍ରା ଏକ ବଡ଼ ସଟ୍ ଖେଳି ଶୁଭମନ ଗିଲ୍ ଙ୍କ ହାତରେ କ୍ୟାଚ୍ ହୋଇଥିଲେ।

ଏହାପରେ କୁଲଦୀପ ଯାଦବ ଓଭରର ଦ୍ୱିତୀୟ ବଲରେ ୧ ରନ୍ ଦେଇଥିଲେ ଏବଂ ତୃତୀୟ ବଲରେ ଏକ ଡଟ୍ ବଲ୍ ପକାଇଥିଲେ। ଚତୁର୍ଥ ବଲ୍ ରେ ସେ UAE ଅଧିନାୟକ ମହମ୍ମଦ ୱାସିମଙ୍କୁ ନିଜର ଶିକାର କରିବାରେ ସଫଳ ହୋଇଥିଲେ। କୁଲଦୀପ ତାଙ୍କୁ LBW ଆଉଟ୍ କରିଥିଲେ।

କୁଲଦୀପ ଏଠାରେ ଅଟକି ନଥିଲେ ଏବଂ ଓଭରର ଶେଷ ବଲ୍ ରେ ହର୍ଷିତ କୌଶିକଙ୍କୁ ମଧ୍ୟ ପ୍ୟାଭିଲିୟନ ଫେରାଇ ଦିଆଯାଇଥିଲା। କୁଲଦୀପ ଯାଦବଙ୍କ ଏହି ଯାଦୁକରୀ ବୋଲିଂ ଯୋଗୁଁ UAE ମାତ୍ର ୫୦ ରନରେ ତାର ଅଧା ଇନିଂସ ହରାଇଥିଲା। କୁଲଦୀପ ଏହି ମ୍ୟାଚ୍ ରେ ୨.୧ ଓଭରରେ ମାତ୍ର ୭ ରନ ଦେଇ ୪ ୱିକେଟ୍ ନେଇଥିଲେ।

ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ କୁଲଦୀପ: ଏହି ମ୍ୟାଚ୍‌ରେ ୩ ୱିକେଟ୍ ନେବା ପରେ କୁଲଦୀପ ଯାଦବ ଏକ ସ୍ୱତନ୍ତ୍ର ତାଲିକାରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି।

ପ୍ରକୃତରେ କୁଲଦୀପ ଯାଦବ ଏସିଆ କପ୍‌ରେ ୩ ୱିକେଟ୍ ନେବା ମାମଲାରେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ ତେନ୍ଦୁଲକର ଏସିଆ କପ୍‌ରେ ୪ ଥର ୩ଟି ୱିକେଟ୍ ନେଇଛନ୍ତି।

କୁଲଦୀପ ଚତୁର୍ଥ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି। ରବିନ୍ଦ୍ର ଜାଡେଜା ଏସିଆ କପ୍‌ରେ ଭାରତ ପାଇଁ ସର୍ବାଧିକ ୩ ୱିକେଟ୍ ନେବାର ରେକର୍ଡ ରଖିଛନ୍ତି। ସେ ୫ ଥର ଏହି ସଫଳତା ପାଇଛନ୍ତି।