fbpx

କଦଳୀ ପତ୍ରରେ ଖାଇଲେ କଣ ମିଳିଥାଏ ଫାଇଦା, ଜାଣନ୍ତୁ

କଦଳୀ ବୃକ୍ଷକୁ ପବିତ୍ର ଓ ପୂଜନୀୟ ବୃକ୍ଷ ବୋଲି କୁହାଯାଏ। ପୂଜାପର୍ବ ହେଉ କିମ୍ବା ଅନ୍ୟାନ୍ୟ ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଏହା ଏକ ପରମ୍ପରା ବୋଲି ମଧ୍ୟ କୁହାଯାଏ। ତେବେ ଆସନ୍ତୁ ଜାଣିବା ଏହାର କିଛି ଫାଇଦା..

– ଖାଦ୍ୟ ଗରମ ଥିବା ସମୟରେ ଏହାକୁ କଦଳୀ ପତ୍ରରେ ଖାଇବା ଦ୍ୱାରା ଏହି ପତ୍ରରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ଆସିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ।

– ମାନସିକ ଶାନ୍ତି ମିଳିଥାଏ। ଖାଦ୍ୟ ଖାଇବା ମାତ୍ରେ ଏକ ଭିନ୍ନ ଆତ୍ମସନ୍ତୋଷ ଲାଭ ହୋଇଥାଏ।

– ଭଗବାନଙ୍କ ନିକଟରେ ଏହି ପତ୍ରରେ ଭୋଗ ଲଗାଯାଉଥିବାରୁ ଏଥିରେ ଖାଇବା ଦ୍ୱାରା ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ। ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିଥାଏ।

– କଦଳୀ ପତ୍ରରେ ବହୁ ପ୍ରକାର ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ବହୁ ପତ୍ର ବିଶିଷ୍ଟ ଶାଗରୁ ମିଳିଥାଏ। ତେଣୁ ଏହି ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆମକୁ ବିଭିନ୍ନ ଆଣ୍ଟି-ଅକ୍ସିଡ଼ାଣ୍ଟ ମିଳିଥାଏ। ଯାହା ଆମ ତ୍ୱଚା ପାଇଁ ଖୁବ ଲାଭଦାୟକ।

– ଏଥିରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଯଥା କୋଷ୍ଠକାଠିନ୍ୟ, ଏସିଡ଼ିଟି, ବଦହଜମି ଆଦି ଦୂର ହୋଇଥାଏ।

Get real time updates directly on you device, subscribe now.