ଜଣେ ସ୍ତ୍ରୀକୁ ୨୫ ସ୍ୱାମୀ, ସମସ୍ତଙ୍କ ସହ ଚଉଠିରାତି, ଟିକେ ଆସୁଛି କହି… କଲେ ଏମିତି
ଲୁଟେରି ଦୁଲହନ୍, ଏହି ଗ୍ୟାଙ୍ଗ୍ କିପରି କାମ କରେ?
ଭୋପାଳ: ବୟସ ୨୩ ହେଲେ ସ୍ୱାମୀ ହେଉଛନ୍ତି ୨୫ ଜଣ। ସମସ୍ତଙ୍କ ସହ ମନାଇଛନ୍ତି ସୁହାଗରାତି।ଆଉ ତାପରେ ଏମିତି କିଛି ଖେଳ କରିଛନ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ।
ଆପଣ କେବେ ଏପରି କନ୍ୟା ବିଷୟରେ ଶୁଣିଛନ୍ତି କି ଯିଏ ୨୩ ବର୍ଷ ବୟସରେ ୨୫ ଜଣଙ୍କୁ ବିବାହ କରିଥିଲେ? ହଁ, ଆପଣ ଠିକ୍ ପଢ଼ିଛନ୍ତି, ଜଣେ ୨୩ ବର୍ଷର ଯୁବତୀଙ୍କ ୨୫ ସ୍ୱାମୀ। ଏତେ ଲୋକ ତାଙ୍କୁ କାହିଁକି ବିବାହ କଲେ…
ପ୍ରକୃତରେ, ଯୁବତୀ ଭୋପାଳର ଶିବ ନଗରର ବାସିନ୍ଦା। ଯାହାଙ୍କ ନାମ ଅନୁରାଧା ଏବଂ ବୟସ ୨୩ ବର୍ଷ। ଏହି ଯୁବତୀ ଅତି କମରେ ୨୫ ଜଣ ପୁରୁଷଙ୍କୁ ବିବାହ କରିଥିଲେ।
ଠକିବାରୀ ଏବଂ ପଇସା ଲୁଟିବାର ଥିଲା ଶସ୍ତା ଉପାୟ। ପ୍ରଥମେ ବିବାହ ତା’ପରେ ମଧୁଚନ୍ଦ୍ରିକା ପରେ ଫେରାର।
ଅନୁରାଧା ଟଙ୍କା ପାଇଁ ମିଛ ବିବାହ କରି ଅନେକ ରାଜ୍ୟରେ ଲୋକଙ୍କୁ ଚୁନ ଲଗେଇଛନ୍ତି। ବିବାହର କିଛି ଦିନ ପରେ ସେ ନଗଦ ଟଙ୍କା, ଅଳଙ୍କାର ଏବଂ ମୋବାଇଲ୍ ଫୋନ୍ ଭଳି ମୂଲ୍ୟବାନ ଜିନିଷପତ୍ର ନେଇ ମାରୁଥିଲେ ଚମ୍ପଟ।
ଅନୁରାଧାର ସତ ସେତେବେଳେ ଜଣାପଡ଼ିଲା ତାଙ୍କ ସ୍ୱାମୀ ବିଷ୍ଣୁ ଗୁପ୍ତା ଥାନାରେ ଅଭିଯୋଗ କରିଥିଲେ। ବର କହିଥିଲେ ଯେ ସୁନୀତା ଏବଂ ପପୁ ମୀନା ନାମକ ଦୁଇଜଣ ବ୍ୟକ୍ତି ତାଙ୍କୁ ଏହି ଯୁବତୀ ସହ ଭେଟ କରାଇ ବିବାହ କରିଥିଲେ।
ବିବାହର ୭ ଦିନ ପରେ ନୂଆଁବୋହୂ ଫେରାର୍ ହୋଇଗଲେ
ବିଷ୍ଣୁ ଅନୁରାଧାଙ୍କୁ ବିବାହ କରିବା ପାଇଁ ୨ ଲକ୍ଷ ଟଙ୍କା ଦେଇଥିଲେ। ବିବାହ ସୱାଇ ମାଧୋପୁରରେ ହୋଇଥିଲା। କିନ୍ତୁ ବିବାହର ୭ ଦିନ ପରେ ଅନୁରାଧା ନଗଦ ଟଙ୍କା, ଅଳଙ୍କାର ଏବଂ ମୋବାଇଲ୍ ଫୋନ୍ ନେଇ ଚମ୍ପଟ ମାରିଥିଲା।
ଲୁଟେରି ଦୁଲହନ୍, ଏହି ଗ୍ୟାଙ୍ଗ୍ କିପରି କାମ କରେ?
ଅନୁରାଧାଙ୍କ ଗ୍ୟାଙ୍ଗ୍ର ଲୋକମାନେ ପ୍ରଥମେ ବିବାହ ପାଇଁ ଝିଅ ଖୋଜୁଥିବା ଲୋକଙ୍କୁ ଖୋଜୁଥିଲେ। ଏପରି ଲୋକଙ୍କୁ ଖୋଜିବା ପରେ ସେମାନଙ୍କୁ ଅନୁରାଧାଙ୍କ ଫଟୋ ଦେଖାଯାଉଥିଲା।
ଏହା ପରେ ବିବାହ ନାମରେ ଦୁଇରୁ ପାଞ୍ଚ ଲକ୍ଷ ଟଙ୍କା ଆଦାୟ କରାଯାଉଥିଲା। ଏବଂ ତା’ପରେ ବର ଏବଂ କନ୍ୟାଙ୍କୁ ବିବାହ କରାଯାଇଥିଲା।
ବିବାହ ପରେ ଜିନିଷପତ୍ର ଏବଂ ଟଙ୍କା ନେଇ ପଳାଇଯାଉଥିଲା ଫେରାର। ତଥାପି, ବର୍ତ୍ତମାନ ଏହି ଯୁବତୀ ଏବଂ ତାଙ୍କ ଗ୍ୟାଙ୍ଗ ପୋଲିସ ହେପାଜତରେ ଅଛନ୍ତି। ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି।