Ind vs Pak: ରଣହୁଙ୍କାରରେ ଦୁଲୁକିବ ଦୁବାଇ, ଏଥର ଭାତରେ ନୁହେଁ ଏମିତି ପାକିସ୍ତାନକୁ ହାତରେ ମାରିବ ଭାରତ, ବିଗ୍ ଫାଇଟରେ କିଏ ସାଜିବ ବାଜିଗର…
ସୁପର ସଣ୍ଡେ ସୁପର ମୁକାବିଲା । ବିଗ୍ ଫାଇଟରେ କିଏ ହେବ ବିଜୟୀ!
ଓଡ଼ିଶା ଭାସ୍କର: ସୁପର ସଣ୍ଡେ ସୁପର ମୁକାବିଲା । ବିଗ୍ ଫାଇଟରେ କିଏ ହେବ ବିଜୟୀ! ପ୍ରତିଶୋଧ ସହ ହେବ ଘମାଘୋଟ ଲଢ଼େଇ । ବାଜି ଯିଏ ଜିତିବ ଇଜ୍ଜତ ତାହାର ହେବ ।
ନୋଟ କରିନିଅନ୍ତୁ ଏ ତାରିଖ- 14 ସେପ୍ଟେମ୍ୱର, ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ, ସନ୍ଧ୍ଯା 7.30 ମିନିଟ…
ଏସିଆ କପର ଫାଇନାଲ ନୁହେଁ ହେଲେ ବି ଫାଇନାଲ ଭଳି ବିଗ୍ ଫାଇଟ । କାରଣ ପଡ଼ିଆରେ ଥିବେ ଦୁଇ ଚିରପ୍ରତିନ୍ଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏଥର ଗୁଳିରେ ନୁହେଁ ବ୍ୟାଟର ଗଗନଚୁମ୍ୱୀ ଛକାରେ ପାକ୍ କୁ ପାନେ ଦେବ ଭାରତ ! ଘାତକ ବୋଲିଂରେ ପାକିସ୍ତାନ ହେବ ଥରହର ।
ବୁମବୁମ ବୁମରାଙ୍କ ବ୍ରହ୍ମାସ୍ତ୍ରରେ ମନେ ପଡ଼ିବ ପହଲଗାମ ଆଟାକ୍ । ଅଭିଷେକଙ୍କ ବିସ୍ଫୋଟକ ପାଳି ମନେପକାଇବ ପାକ୍ ର ବାରମ୍ୱାର ସିୟଫାୟର ଉଲଂଘନ। ଟିଭି ଭାଙ୍ଗିବ, ପାକିସ୍ତାନ ଘାଇଲା ହେବ । ଟିମ୍ ଇଣ୍ଡିଆର ଶକ୍ତ ଝଟକାରେ ପାକ୍ ‘ଅପରେସନ ସିନ୍ଦୂର ସିନ୍ଦୂର’ କହିବ ।
ପ୍ରକାଶଥାଉ ଯେ, ଏସିଆକପର ପ୍ରଥମ ମ୍ୟାଚରେ ୟୁଏଇକୁ ଧରାଶାୟୀ କରି ସାରିଛି ଟିମ୍ ଇଣ୍ଡିଆ । ବୋଲରଙ୍କ ଘାତକ ବୋଲିଂରେ ମାତ୍ର 57 ରନରେ ୟୁଏଇକୁ ଅଲଆଉଟ କରିଥିଲା ଭାରତ । ତାହାସହ 58 ରନର ଲକ୍ଷ୍ଯକୁ ମାତ୍ର 4.3 ଓଭରରେ ହାସଲ କରି ଏସିଆ କପର ‘ହିରୋ’ ବୋଲି ନିଜକୁ ପ୍ରମାଣିତ କରି ସାରିଛି ଦଳ ।
ଦୁବାଇ ଇଣ୍ଟରନ୍ଯାଶନାଲ କ୍ରିକେଟ ଷ୍ଟାଡିୟମରେ ଫ୍ଯାନ୍ସଙ୍କ ଦୁଆ ସହ ପଡ଼ିଆକୁ ଓହ୍ଲାଇବ ଭାରତ । ଯାହାକୁ କୋଟି କୋଟି ଭାରତୀୟ ପ୍ରଶଂସକ ମଧ୍ଯ ଚାହିଁ ରହିଛନ୍ତି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ପ୍ରିନ୍ସ ଶୁଭମନ ଗିଲ, ଦୁର୍ଦ୍ଦଶ ବ୍ୟାଟର ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ, ବ୍ୟାଟିଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବା ସୁନିଶ୍ଚିତ ।
ଏହାବାଦ ବୋଲିଂ ଅଲରାଉଣ୍ଡର ଅକ୍ଷର ପଟେଲ, ଶିଭମ ଦୁବେ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ବୁମବୁମ ବୁମରା ମଧ୍ଯ ପାକ୍ ପାଇଁ ସାଜିବେ କାଳ ।
ତଥାପି ପାକିସ୍ତାନ ମଧ୍ଯ ବିଗ ଫାଇଟରେ ବିଗ୍ ପ୍ଲାନ ସହ ପଡ଼ିଆକୁ ଓହ୍ଲାଇବ । ତେବେ ଦେଖିବାକୁ ରହିଲା ବିଗ୍ ବାଜିରେ କିଏ ସାଜୁଛି ବାଜିଗର…
ଭାରତର ସମ୍ଭାବ୍ୟ ଏକାଦଶ: ଅଭିଷେକ ଶର୍ମା, ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ (ୱିକେଟ୍ କିପର), ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଆକ୍ସର ପଟେଲ, ଜସପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ।
ପାକିସ୍ତାନ କ୍ରିକେଟରେ ସାଧାରଣତଃ, ୨୦୨୪ ଟି-୨୦ ବିଶ୍ୱକପ୍ ପରଠାରୁ ଦଳରେ ଅନେକ ପରିବର୍ତ୍ତନ ଆସିଛି, ଯେଉଁଥିରେ ଦଳ ପରିବର୍ତ୍ତନ, ଅଧିନାୟକତ୍ୱ ପରିବର୍ତ୍ତନ ଏବଂ ନୂତନ ପ୍ରଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି।
ମେ ମାସରୁ, ଦଳ ଏବଂ ଅଧିନାୟକ ପ୍ରାୟତଃ ଅପରିବର୍ତ୍ତିତ ରହିଛନ୍ତି। ରବିବାର ମ୍ୟାଚ୍ ପାଇଁ ପାକିସ୍ତାନ ସେମାନଙ୍କ ଏକାଦଶରେ ଯୁବ ଏବଂ ଅଭିଜ୍ଞତାର ମିଶ୍ରଣ କରିବାର ସମ୍ଭାବନା ରହିଛି।
ପାକିସ୍ତାନର ସମ୍ଭାବ୍ୟ ଏକାଦଶ: ସାହିବଜଡା ଫରହାନ, ସାଇମ ଆୟୁବ, ଫଖର ଜମାନ, ମହମ୍ମଦ ହରିସ (ୱିକେଟ୍ କିପର), ସଲମାନ ଆଗା (ଅଧିନାୟକ), ହାସନ ନୱାଜ, ଶାହିନ ଶାହ ଆଫ୍ରିଦି, ହରିସ ରାଉଫ, ଅବର ଅହମ୍ମଦ, ସୁଫିଆନ ମୁକିମ।
(ରିପୋର୍ଟ- ମାନସ ରଞ୍ଜନ)