(VIDEO) ଛୁଆ ପାଇଁ କିଛି ବି… କୁମ୍ଭୀର –ହାତୀ ମଧ୍ୟରେ ଭୟଙ୍କର ଲଢ଼େଇ, କିଏ କାହା ଉପରେ ପଡ଼ିଲା ଭାରି
ଜଙ୍ଗଲରେ ପଶୁମାନଙ୍କ ଭିତରେ ଚାଲେ ଲଢ଼େଇ
ଓଡ଼ିଶାଭାସ୍କର: ଛୁଆ ପାଇଁ ମା’ କିଛି ବି କରିପାରେ। ଯେକୌଣସି ବଡ଼ ବିପଦକୁ ଟାଳି ପାରେ ମା’। ଛୁଆ ଉପର ବିପଦ ଆସିଲେ ସେ ମଣିଷ ହୁଅନ୍ତୁ କି ପଶୁ ସମସ୍ତେ ଆଗକୁ ଆସନ୍ତି ନିଜ ଛୁଆର ଜୀବନ ବଞ୍ଚାଇବାକୁ।
ଜଙ୍ଗଲରେ ପଶୁମାନଙ୍କ ଭିତରେ ଚାଲେ ଲଢ଼େଇ। ଆଖି ପିଛୁଳାକେ ଏଠି ଏଠି କ’ଣ କ’ଣ ଘଟିଯିବ କେହି ବିଶ୍ୱାସ କରିପାରିବେନି। ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଯେଉଁଥିରେ ନିଜ ଛୁଆକୁ ବଞ୍ଚାଇବା ପାଇଁ ହାତୀ- କୁମ୍ଭୀର ସହ ଲଢ଼ିବାକୁ ମଧ୍ୟ ପଛଘୁଞ୍ଚା ଦେଇନି। ନିଜ ଛୁଆକୁ ବଞ୍ଚାଇବାକୁ କୁମ୍ଭୀର ସହ ପାଣିରେ ଲଢ଼େଇ କରିଛି ହାତୀ। ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଭିଡିଓରେ ଦେଖିବାକୁ ମିଳିଛି ପାଣିରେ ଭର୍ତ୍ତି ଥିବା ଏକ ଛୋଟ ପୋଖରୀରେ କୁନି ହାତୀ ଖେଳୁଛି। କୁନି ହାତୀ ମା’ ମଧ୍ୟ ସେଠି ଠିଆ ହୋଇଛି। ଏହାରି ଭିତରେ ପାଣିରେ ଥିବା କୁନି ହାତୀକୁ ଆକ୍ରମଣ କରିଥିଲା।
ଠିକ୍ ଏହି ସମୟରେ ଛୁଆ ରକ୍ଷା କରିବା ପାଇଁ ମା’ ହାତୀ ପାଣି ଭିତରେ କୁମ୍ଭୀରକୁ ଦଳି ଦେଇଥିଲା। ହେଲେ ଶିକାର ଲକ୍ଷ୍ୟରେ ଥିବା କୁମ୍ଭୀର ମଧ୍ୟ ଘାତକର ସହ ବାରମ୍ବାର ଆକ୍ରମଣ କରିଥିଲା। ହେଲେ ମା’ ହାତୀ ଛୁଆକୁ ବଞ୍ଚାଇବା ପାଇଁ ସବୁ ସାହାସ ଲଗାଇଦେଇଥିଲା।
ଏସବୁ ଦେଖି କୁନି ହାତୀ ଡ଼ରି ଯିବା ସହ ମା’ ପଛପଟେ ଲୁଚିବାକୁ ଲାଗିଥିଲା। ଏହି ଭିଡିଓକୁ ୧୬ ସେକେଣ୍ଡେରେ ୨୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ମା’ ହାତୀର ସାହାସକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି।
Mother elephant protecting her calf against crocodile pic.twitter.com/HWMeIl5Uvh
— Wildlife Uncensored (@TheeDarkCircle) September 13, 2025