ଆରମ୍ଭ ହେଲା IND VS PAK ଟକ୍କର; ଟସ ଜିତିଲା ପାକିସ୍ତାନ, ବୋଲିଂ କରିବ ଭାରତ

ଏସିଆ କପ୍ ପାଇଁ ଭାରତୀୟ ଟିମ୍‌

ଦୁବାଇ: ଏସିଆ କପ୍‌ରେ ଭାରତ- ପାକିସ୍ତାନର ହେବ ବଡ଼ ମୁକାବିଲା। ଏସିଆ କପରେ ଟସ ଜିତିଲା ପାକିସ୍ତାନ। ଟସ ଜିତି ବ୍ୟାଟିଂ ନିଷ୍ପତି ନେଲା ପାକିସ୍ତାନ । ବୋଲିଂ କରିବ ଭାରତ। ଟିମ୍ ଇଣ୍ଡିଆରେ କୌଣସି ପରିବର୍ତ୍ତନ ନାହିଁ।

ପହଲଗ୍ରାମ ଆକ୍ରମଣ ପରେ ଭାରତ- ପାକିସ୍ତାନ ମ୍ୟାଚକୁ ବୟକଟ୍ କରାଯାଉଥିବା ବେଳେ ବୟକଟ ଭିତରେ ଇଣ୍ଡିଆ- ପାକିସ୍ତାନ ମ୍ୟାଚ ହେବାକୁ ଯାଉଛି।

ପଡ଼ିଆରେ ମୁହାଁମୁହିଁ ହେବେ ଭାରତ – ପାକିସ୍ତାନ। ଜବରଦସ୍ତ ହେବ ଲଢ଼େଇ। ପାକ୍‌କୁ ଧୂଳିସାତ କରିବା ଲକ୍ଷ୍ୟରେ ଭାରତ।

ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିଛନ୍ତି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ୟୁଏଇକୁ ପରାସ୍ତ କରି ବିଜୟର ଖାତା ଖୋଲିଥିଲା।
ସେହିପରି ପାକିସ୍ତାନ ମଧ୍ୟ ଓମାନକୁ ପରାସ୍ତ କରିଥିଲା। ଏବେ ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମ୍ୟାଚ ହେବ।

ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପାଇଁ ଦୁବାଇର ପାଣିପାଗ ରିପୋର୍ଟ ବିଷୟରେ କହିବାକୁ ଗଲେ, ଏହି ମ୍ୟାଚ୍‌ରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ମ୍ୟାଚ୍ ଠିକ୍ ସମୟରେ ଆରମ୍ଭ ହେବ।

ଏସିଆ କପ୍ ପାଇଁ ଭାରତୀୟ ଟିମ୍‌
ଭାରତୀୟ ଦଳ: ଅଭିଷେକ ଶର୍ମା, ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ଜରିଶ ସିଂ, ଅକ୍ଷୟ ସିଂ ଶର୍ମା।