ନା ମୁହଁକୁ ଚାହିଁଲେ… ନା ହାତ ମିଶିଲା, ଟସ୍ ସମୟରେ ଉଭୟ ଟିମ୍ କ୍ୟାପଟେନ୍ ଏପରି ଥିଲା ରିଆକ୍ସନ

ଇଣ୍ଡିଆ ଖେଳାଳିଙ୍କ ବୋଲିଂରେ ଚିତପଟାଙ୍ଗ ପାକିସ୍ତାନ ଖେଳାଳି

ଓଡ଼ିଶାଭାସ୍କର: ଦୁବାଇରେ ଜୋରଦାର ହେଉଛି ଲଢ଼େଇ। ପ୍ରଥମ ଓଭରରେ ୨ ୱିକେଟ୍ ନେଇଛି ଭାରତ। ଟସ୍ ଜିତି ପାକିସ୍ତାନ ବ୍ୟାଟିଂ ନିଷ୍ପତି ନେଇଥିବା ବେଳେ ଇଣ୍ଡିଆ ପ୍ରଥମେ ବୋଲିଂ କରୁଛି। ଇଣ୍ଡିଆ ଖେଳାଳିଙ୍କ ବୋଲିଂରେ ଚିତପଟାଙ୍ଗ ପାକିସ୍ତାନ ଖେଳାଳି। ଉଭୟ ଦଳ ପ୍ରଥମ ମ୍ୟାଚ୍‌ରେ ଚମତ୍କାର ବିଜୟ ପରେ ହୋଇଛନ୍ତି ମୁହାଁମୁହିଁ।

ନା ମୁହଁକୁ ଦେଖିଲେ, ନା ହାତ ମିଶାଇଲେ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ ଖେଳାଯାଉଥିବା ଏସିଆ କପ୍ ମ୍ୟାଚ୍‌ରେ, ଦୁଇ ଦଳର ଅଧିନାୟକ ଟସ୍ ସମୟରେ ଆଖି ମିଳାଇ କିମ୍ବା ହାତ ମିଳାଇ ନଥିଲେ।

କ୍ରିକେଟ୍ ମ୍ୟାଚ୍‌ରେ, ଟସ୍ ସମୟରେ ଅଧିନାୟକମାନେ ହାତ ମିଳାଇବା ଏକ ପ୍ରଥା ବୋଲି କୁହାଯାଏ। ଏହି ମ୍ୟାଚ୍‌ରେ, ଉଭୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍ ଜିତିବା ପରେ ଆସିଛନ୍ତି।

ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା କହିଛନ୍ତି, “ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଯାଉଛୁ। ଆମେ ଭଲ କ୍ରିକେଟ୍ ଖେଳୁଛୁ, ବହୁତ ଉତ୍ସାହିତ। ୱିକେଟ୍ ଧୀର ଦେଖାଯାଉଛି। କେବଳ ପ୍ରଥମେ ବ୍ୟାଟିଂ କରି ରନ କରିବାକୁ ଚାହୁଁଛୁ। ଆମେ ପ୍ରାୟ ୨୦ ଦିନ ଧରି ଏଠାରେ ରହିଛୁ ଏବଂ ପରିସ୍ଥିତିରେ ଅଭ୍ୟସ୍ତ ହୋଇଯାଇଛୁ।

ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, “ଆମେ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ, ଏବଂ ଏଥିରେ ଖୁସି। ଆମେ କେବଳ ଗୋଟିଏ ପିଚ୍ ଦୂରରେ ଖେଳିଥିଲୁ, ୱିକେଟ୍ ଭଲ ଥିଲା ଏବଂ ରାତିରେ ବ୍ୟାଟିଂ ପାଇଁ ଭଲ ଥିଲା। କାକର ପଡ଼ିବାର ସମ୍ଭାବନା ଅଛି। ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।”