ସୁନା-ରୂପା କିଣିବାର ସଠିକ୍ ମୌକା, ଏକାଥରେ ଏତେ ଟଙ୍କା ଶସ୍ତା ହୋଇଗଲା ସୁନା, ଶୀଘ୍ର ଯାଇ କିିଣି ଆଣନ୍ତୁ, ନହେଲେ…
ସୁନା ଏବଂ ରୂପା କିଣିବା ପାଇଁ ଏହା କ’ଣ ସଠିକ୍ ସମୟ।
ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ପୁଣି ଥରେ ଭାରତୀୟ ବଜାରରେ ତଳମୁହାଁ ହୋଇଛି ସୁନା ଦର। କାରଣ କିଛି ଦିନ ହେବ ସୁନା ଏବଂ ରୂପା ଦର ଏତେ ପରିମାଣରେ ବୃଦ୍ଧି ପାଉଥିଲା ଯେ ସୁନା କିଣିବା କଥା ମନକୁ ଆସିଲେ ମନରେ ଛାନିଆ ପଶିଯାଉଥିଲା।
ଆଉ କିଣିବା ତ ଦୂରର କଥା ସୁନା ନାଁ ଧରିଲେ ଡର ଲାଗୁଥିଲା। ଯାହାକୁ ନେଇ ଅନେକ ଲୋକ ଚିନ୍ତାରେ ପଡିଯାଇଥିଲେ। ବିଶେଷ କରି ସେହିମାନେ ଯେଉଁମାନଙ୍କର ଘରେ ଝିଅ ଅଛି ବା ଯେଉଁମାନଙ୍କର ବାହାଘର ଠିକ୍ ହୋଇଛି।
ଯେହେତୁ ବାହାଘର ତେଣୁ ସୁନା ତ କିଣିବା ନିହାତି ଜରୁରୀ। ଆଉ ତାଉପରେ ସୁନାର ଏତେ ଦର, ଯାହାକି ଲୋକଙ୍କ ନିଦ ହଜାଇ ଦେଇଥିଲା। ହେଲେ ଏବେ ସୁନା ଦରରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳୁଛି।
କିଛି ଦିନ ଧରି ଲଗାତାର ସୁନା ଦର ବଢିବା ପରିବର୍ତ୍ତେ କମିବାରେ ଲାଗିଛି। ଯଦି ଦେଖିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ୍ ଲଗାଇବା ପରେ ବିଶେଷ କରି ସୁନା ବଜାରରେ ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା।
ହେଲେ ଏବେ କେଇ ଦିନ ହେବ ଲଗାତାର ଭାବରେ ସୁନା ଦର କମିବାରେ ଲାଗିଛି। କେବଳ ସୁନା ନୁହେଁ ରୂପାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି।
ବୁଧାବାର ଅର୍ଥାତ୍ ସେପ୍ଟେମ୍ୱର ୧୭ ତାରିଖ ଆଜି ଭାରତୀୟ ବଜାରରେ ସୁନା ଏବଂ ରୂପା ମୂଲ୍ୟ କମ୍ ଥିବା ଦେଖିବାକୁ ମିଳିଛି। ଆମେରିକା ଫେଡେରାଲ ରିଜର୍ଭଙ୍କ ନୀତିଗତ ନିଷ୍ପତ୍ତି ପୂର୍ବରୁ ଡଲାର ମଜବୁତ ହେବା ଯୋଗୁଁ ଏହି ହ୍ରାସ ଘଟିଛି।
ଆଜି ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୧୧,୧୮୬ ଟଙ୍କା ଥିବା ବେଳେ, ପ୍ରତି ୧୦ ଗ୍ରାମ୍ ପିଛା ଏହି ଦର ୧,୧୧,୮୬୦ ଟଙ୍କା ରହିଛି।
ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୧୦,୨୫୫ ଏବଂ ୧୦ ଗ୍ରାମ୍ ପିଛା ୧,୦୨,୫୫୦ ଟଙ୍କାରେ ପହଞ୍ଚିଛି। କେବଲ ସେତିକି ନୁହେଁ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୮,୩୯୩ ଟଙ୍କା ରହିଛି। ଆଜି ରୂପାର ମୂଲ୍ୟ ପ୍ରତି ଗ୍ରାମ ପିଛା ୧୩୪.୧୦ କିମ୍ବା କିଲୋଗ୍ରାମ ପିଛା ୧,୩୪,୧୦୦ ରହିଛି।