CHARIDHAM

୫ ଷ୍ଟାର ହୋଟେଲ୍ ଜେଲ୍ ଭଳି, ଏତେ ବଡ଼ କଥା କାହିଁକି କହିଲେ ବିରାଟ କୋହଲି

ଫାଇଭ୍ ଷ୍ଟାର ହୋଟେଲ୍ କୌଣସି ଜେଲ୍ ଠାରୁ କମ୍ ନୁହେଁ!

ନୂଆଦିଲ୍ଲୀ: ୫ ଷ୍ଟାର ହୋଟେଲର ସର୍ଭିସ୍ ଯେମିତି ଖାଇବା ବି ସେମିତି। ଏକଥା ଆମେ କହୁନାହୁଁ ଏହି ଧାରଣା ପ୍ରାୟ ସବୁ ଲୋକଙ୍କର ରହିଛି। ଆଉ ସାଧାରଣ ଲୋକଙ୍କର ୫ ଷ୍ଟାର ହୋଟେଲକୁ ଯିବା ସ୍ୱପ୍ନ ପରି। ହେଲେ ଆପଣ ଜାଣିଛନ୍ତି କି ଏହି ୫ ଷ୍ଟାର ହୋଟେଲ୍ ଜେଲ୍ ପରି।

ଏକଥା ଆମେ କହୁନାହୁଁ ଏପରି କିଛି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ଭାରତୀୟ କ୍ରିକେଟର ରନ୍ ମେସିନ୍ ବିରାଟ କୋହଲି। ଯଦି ଦେଖିବା ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବେ କ୍ରିକେଟ୍ ମଇଦାନ ଅପେକ୍ଷା ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି।

ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି, ଯେଉଁଠାରେ ତାଙ୍କୁ ରାସ୍ତାରେ ବୁଲୁଥିବାବେଳେ ଏବଂ କିଣାକିଣି କରୁଥିବାର ଦେଖାଯାଇଛି।

ବିରାଟଙ୍କ ପାଇଁ ଏହି ଜୀବନ ଏକ ସ୍ୱପ୍ନଠାରୁ କମ୍ ନୁହେଁ, କାରଣ ସେ ସବୁବେଳେ ବନ୍ଦ ଘରେ ରହିବାରୁ ଇରିଟେଡ୍ ହୋଇଯାଇଥିଲେ। ବିରାଟ କୋହଲି ତାଙ୍କ କ୍ୟାରିୟରର ଅଧିକାଂଶ ସମୟ ୫ ଷ୍ଟାର ହୋଟେଲରେ ରହି ବିତାଇଛନ୍ତି ଏବଂ ସେ ସେଗୁଡ଼ିକୁ ଏକ ଜେଲ ସହ ତୁଳନା କରିଛନ୍ତି।

ବିରାଟ କୋହଲି ଫାଇଭ୍ ଷ୍ଟାର ହୋଟେଲଗୁଡ଼ିକୁ ରାଜକୀୟ ଜେଲ ଭାବରେ ବର୍ଣ୍ଣନା କରିଛନ୍ତି। ESPN ସହିତ ଏକ ସାକ୍ଷାତକାରରେ, ସେ କହିଛନ୍ତି ଯେ ଏହି ହୋଟେଲ୍ ଗୁଡିକ ରାଜକୀୟ ଜେଲ ପରି ଯେଉଁଠାରେ ଆପଣ ନିଜ ଇଚ୍ଛାରେ କିଛି କରିପାରିବେ ନାହିଁ।

ବିରାଟ କୋହଲି କହିଥିଲେ, “ମୁଁ ହୋଟେଲ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇପାରେ ନାହିଁ। ହୋଟେଲ ବାହାରକୁ ଯିବା ମୋ ପାଇଁ ମନା। ମୋତେ ମୋ ରୁମରେ ସବୁକିଛି ଅର୍ଡର କରିବାକୁ ପଡେ। ମୋତେ ସେହି ରୁମରେ ହିଁ ବସି ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ କରିବାକୁ ପଡେ।”

ବିରାଟ କୋହଲି ଏକ ସାକ୍ଷାତକାରରେ ଏହା ମଧ୍ୟ କହିଥିଲେ ଯେ ସେ ସାର୍ବଜନୀନ ସ୍ଥାନରେ ରାସ୍ତାରେ ବୁଲିବାକୁ ପସନ୍ଦ କରନ୍ତି। ହୁଏତ ଏହି କାରଣରୁ କୋହଲି ଏବେ ଭାରତ ଅପେକ୍ଷା ଇଂଲଣ୍ଡରେ ଅଧିକ ସମୟ ବିତାଉଥିବା ଦେଖାଯାଉଛି।