ଦୀପିକାଙ୍କ ନଖରାମୀ ପଡ଼ିଲା ଭାରୀ; କଳ୍କି… AD ରୁ ନାୟିକାଙ୍କୁ ରିପ୍ଲେସ କଲେ ପ୍ରଡ୍ୟୁସର, ଏବେ କିଏ କରିବ ପ୍ରଭାସଙ୍କ ସହ ରୋମାନ୍ସ ?
କଳ୍କି ଫିଲ୍ମରୁ ବିଦା ହେଲେ ଦୀପିକା ପାଦୁକୋଣ । ସ୍ପିରିଟ୍ ପରେ, ଦୀପିକା ପାଦୁକୋନଙ୍କୁ ତେଲୁଗୁ ଇଣ୍ଡଷ୍ଟ୍ରିର ଆଉ ଏକ ବଡ଼ ବଜେଟ୍ ଫିଲ୍ମରୁ କାଢ଼ି ଦିଆଯାଇଛି। ଏହି କାଢ଼ିବା ପଛରେ ପ୍ରକୃତ କାହାଣୀ କ'ଣ?" ଆଉ ଜଣେ ଲେଖିଛନ୍ତି, "ଏବେ ତାଙ୍କ ସ୍ଥାନ କିଏ ନେବ?" ଏ ନେଇ ବଢୁଛି ଚର୍ଚ୍ଚା ।
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋଣ ସବୁବେଳେ ତାଙ୍କ ଫିଲ୍ମ ପାଇଁ ଚର୍ଚ୍ଚାରେ ଥାଆନ୍ତି। ସୁପରହିଟ୍ ଫିଲ୍ମ କଳ୍କି ୨୮୯୮ ଏଡିରେ ଅମିତାଭ ବଚ୍ଚନ ଏବଂ ପ୍ରଭାସଙ୍କ ସହିତ ଦୀପିକା ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଏକ ବଡ଼ ସଫଳତା ପାଇଥିଲା। ଦ୍ୱିତୀୟ ଭାଗ ମଧ୍ୟ ଘୋଷଣା କରାଯାଇଥିଲା। ତଥାପି, ପ୍ରଯୋଜକମାନେ ଏବେ ନିଶ୍ଚିତ କରିଛନ୍ତି ଯେ ଦୀପିକା ଏହି ଫିଲ୍ମ ସିକ୍ୱେଲର ଅଂଶ ହେବେ ନାହିଁ।
ଦୀପିକା ଲଗାତାର ଦୁଇଟି ଫିଲ୍ମ ହରାଇଛନ୍ତି। ସେ ସ୍ପିରିଟରେ ପ୍ରଭାସଙ୍କ ବିପକ୍ଷରେ ଅଭିନୟ କରିବାର ଥିଲା, ଏବଂ ଏବେ ତାଙ୍କୁ କଳ୍କି ୨୮୯୮ ଏଡିର ସିକ୍ୱେଲରୁ ମଧ୍ୟ ବାଦ୍ ଦିଆଯାଇଛି। ନିର୍ମାତାମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ, ଦୀପିକା ପାଦୁକୋଣ ଫିଲ୍ମର ଏବେ କୌଣସି ଅଂଶ ହେବେ ନାହିଁ।
ପ୍ରଶଂସକମାନେ ଚିନ୍ତିତ ଅଛନ୍ତି
ଲୋକେ ନିର୍ମାତାଙ୍କ ପୋଷ୍ଟରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଦୁଇଟି ତେଲୁଗୁ ଫିଲ୍ମରୁ ଦୀପିକାଙ୍କ ପଛକୁ ପଛ କାଢ଼ି ଦିଆଯିବା ନେଇ ଚିନ୍ତା ପ୍ରକାଶ କରୁଛନ୍ତି ପ୍ରଶଂସକ। ଜଣେ ପ୍ରଶଂସକ ଲେଖିଛନ୍ତି, “ସ୍ପିରିଟ୍ ପରେ, ଦୀପିକା ପାଦୁକୋନଙ୍କୁ ତେଲୁଗୁ ଇଣ୍ଡଷ୍ଟ୍ରିର ଆଉ ଏକ ବଡ଼ ବଜେଟ୍ ଫିଲ୍ମରୁ କାଢ଼ି ଦିଆଯାଇଛି। ଏହି କାଢ଼ିବା ପଛରେ ପ୍ରକୃତ କାହାଣୀ କ‘ଣ?” ଆଉ ଜଣେ ଲେଖିଛନ୍ତି, “ଏବେ ତାଙ୍କ ସ୍ଥାନ କିଏ ନେବ?”