ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ସ୍ବାମୀ
କାଳ ହେଲା ପାରିବାରିକ କଳହ । ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ସ୍ବାମୀ ।
ଜଳେଶ୍ବର : କାଳ ହେଲା ପାରିବାରିକ କଳହ । ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ଦେଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚାକୁଆପାଳ ଗ୍ରାମରେ ।
ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ଯୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି ରାଇବଣିଆ ଥାନା ପୋଲିସ । ମୃତକ ହେଲେ ଜୟନ୍ତୀ ପାତ୍ର । ଘଟଣା ସ୍ଥଳରେ ଜଳେଶ୍ବର ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ ଚାକୁଆପାଳ ଗ୍ରାମର ଚନ୍ଦ୍ର ମୋହନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ଜୟନ୍ତୀଙ୍କ ଭିତରେ ଗତକାଲି କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏହା ପରେ ଚନ୍ଦ୍ର ମୋହନ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଜୟନ୍ତୀଙ୍କ ବେକ କାଟି ଶରୀରରୁ ମୁଣ୍ତକୁ ଅଲଗା କରି ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଜୟନ୍ତୀଙ୍କ ମୃତ୍ଯୁ ହୋଇଥିଲା ।
ଏହା ପରେ ସ୍ବାମୀ ଚନ୍ଦ୍ର ମୋହନ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତାକୁ ଗିରଫ କରିଛି । ଖବର ପାଇ ରାଇବଣିଆ ଥାନା ପୋଲିସ ଏବଂ ଜଳେଶ୍ବର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।