ରେଡ ଫ୍ଲାଗ ହେଲା ଲେଡ଼ି କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା, ଅଭିଯୁକ୍ତ ଦୀପକର ବଢିଲା ଅଡୁଆ
ଲେଡ଼ି କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ ମାମଲା ରେଡ ଫ୍ଲାଗ ହେଲା । ପ୍ରଥମ ସ୍ତ୍ରୀର ମୃତ୍ୟୁ ଓ ଶୁଭମିତ୍ରା ମର୍ଡର କେସ ହେଲା ରେଡ ଫ୍ଲାଗ । ଏବେ ଅଭିଯୁକ୍ତ ଦୀପକର ବଢିଲା ଅଡୁଆ ।
ଭୁବନେଶ୍ବର: ଲେଡ଼ି କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ ମାମଲା ରେଡ ଫ୍ଲାଗ ହେଲା । ପ୍ରଥମ ସ୍ତ୍ରୀର ମୃତ୍ୟୁ ଓ ଶୁଭମିତ୍ରା ମର୍ଡର କେସ ହେଲା ରେଡ ଫ୍ଲାଗ । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବ ତଦନ୍ତ । କମିଶନରେଟ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ ।
CAW ଆଣ୍ଡ CW ଦୁଇଟି ଯାକ କେସକୁ ମନିଟର କରିବ । କ୍ୟାପିଟାଲ ଓ ଖୁଣ୍ଟିଣୀ ପୋଲିସର ତଥ୍ୟ ଆଧାରରେ ହେବ ଏହି ମର୍ଡରର ଖୋଲତାଡ଼ । ଏବେ ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ପାଇଁ ବଢିଲା ଅଡ଼ୁଆ ।
୬ ତାରିଖରେ କନଷ୍ଟେବଳ ଶୁଭମିତ୍ରାଙ୍କ ମିସିଂ, ୧୭ ତାରିଖରେ କେନ୍ଦୁଝରରେ ଗଳିତ ମୃତଦେହ ମିଳିବା ଘଟଣା ଓ ଦୀପକଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ହେବ। ସିଏଡବ୍ଲ୍ୟୁ ଆଣ୍ଡସିଡବ୍ଲ୍ୟୁ କେସକୁ ମନିଟର କରିବ।