ଲୁହା ପାତ୍ରରେ ଖାଇବା ଶରୀର ପାଇଁ କେତେ ଭଲ? କଣ ରହିଛି ଏହାର ବୈଜ୍ଞାନିକ କାରଣ…
ଲୁହା ବାସନରେ ଖାଇଲେ ମିଳେ ଏହି ପୋଷକତତ୍ତ୍ୱ..
ଓଡିଶା ଭାସ୍କର: ଶରୀର ପାଇଁ ଆଇରନ ଏକ ଆବଶ୍ୟକୀୟ ପୋଷକତତ୍ତ୍ୱା ହୃତପିଣ୍ଡର ପ୍ରସାରଣ ଓ ସଙ୍କୁଚନ ପାଇଁ ଶରୀରରେ ଆଇରନର ଆବଶ୍ୟକତା ରହିଛିା ଏହାଦ୍ୱାରା ରକ୍ତ ଶିରାପ୍ରସିରା ଦେଇ ଶରୀର ବିଭିନ୍ନ ଅଙ୍ଗକୁ ପ୍ରବାହିତ ହେଇଥାଏା
ଛୋଟବେଳୁ ଆମେ ପଢୁଛେ କି ଲୁହା ବାସନରେ ଖାଇଲେ,ଏହା ଖାଦ୍ୟରେ ଆଇରନର ମାତ୍ରାକୁ ବଢାଇଥାଏା ତେବେ ଏହା ପଛରେ କଣ ସତ୍ୟତା ରହିଛି ଆସନ୍ତୁ ଜାଣିବ।।
ଆମେରିକାର କଲମ୍ବିଆ ହେଲ୍ଥ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଲୁହା ପାତ୍ରରେ ଖାଦ୍ୟ ରାନ୍ଧିବା ଦ୍ୱାରା ଶରୀରରେ ଆଇରନର ମାତ୍ରା ବୃଦ୍ଧିରେ ସହାୟକ ହୋଇଥାଏା ଖାଦ୍ୟରେ ଥିବା ଏସିଡ ଲୁହା ସହ ପ୍ରତିକ୍ରିୟା କରିବା ଦ୍ୱାରା ଖାଇବାରେ କିଛି ପରିମାଣରେ ଲୌହ ମିଶି ଶରୀରକୁ ଚାଲିଯାଏା
ଖାଦ୍ୟରେ ଆଇରନ ନିହାତି ଆବଶ୍ୟକ: ସୁସ୍ଥ ରହିବା ସହ ଶରୀର ବିକାଶ ପାଇଁ ଆଇରନ ନିହାତି ଆବଶ୍ୟକା ଏହି ପୋଶକତତ୍ୱ ଶରୀରରେ ହିମୋଗ୍ଲୋବିନ ଓ ମାୟୋଗ୍ଲୋବିନ ତିଆରି କରିଥାଏ।
ହିମୋଗ୍ଲୋବିନ, ଫୁସଫୁସରୁ ଅମ୍ଳଜାନ ଗ୍ୟାସକୁ ଆବଶ୍ୟକ ଅନୁସାରେ ଶରୀରର ଅନ୍ୟ ଅଙ୍ଗକୁ ପଠାଇଥାଏା ସେହିପରି ମାୟୋଗ୍ଲୋବିନ ମାଂସପେଶୀରେ ଅମ୍ଳଜାନ ସଂରକ୍ଷଣ କରି ରଖୋ ଶରୀରରେ ଆଇରନର ଅଭାବ ଦେଖାଦେଲେ ଏସବୁ କାଯ୍ୟକ୍ରମରେ ବ୍ୟତିକ୍ରମ ଦେଖାଯାଏା
ମାତ୍ରାଧିକ ଆଇରନ ହାନିକାରକ: କୌଣସି ପୋଷକତତ୍ତ୍ୱ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଗ୍ରହଣକରିବା ଶରୀର ପାଇଁ ହାନିକାରକ ହୋଇଥାଏା ଠିକ ସେହପରି ମାତ୍ରାଧିକ ଆଇରନଯୁକ୍ତ ଖାଦ୍ୟ ଖାଇଲେ ପେଟରେ ଅଲସର ହେବାର ଅଧିକ ସମ୍ଭାବନା ରହିଛି ।
ମାତ୍ରାଧିକ ଆଇରନ ଶରୀର ପାଇଁ ଦରକାର ଥିବା ଅନ୍ୟ ଏକ ପୋଶକତତ୍ୱ ଜିଙ୍କରେ ବ୍ୟତିକ୍ରମ ଘଟାଇଥାଏ, ଯାହାକି ଶରୀର ବୃଦ୍ଧି, ବିକାଶ ଓ ରୋଗପ୍ରତିରୋଧ ଶକ୍ତି ପାଇଁ ନିହାତି ଆବଶ୍ୟକ ଅଟୋ