ଟ୍ରମ୍ପ ଓ ଆଫଗାନିସ୍ଥାନ ପ୍ରତିରକ୍ଷା ମୁଖ୍ୟଙ୍କ ମଧ୍ୟରେ କଥା କଟାକଟି, ସଫା ସଫା ଟ୍ରମ୍ପଙ୍କୁ କହିଲେ ଏପରି..

ଆମେରିକା ରାଷ୍ଟ୍ରପତିଙ୍କୁ ସମାଲୋଚନା କଲେ..

କାବୁଲ: ବିବାଦରେ ଟ୍ରମ୍ପଙ୍କ ଆଉ ଏକ ଦାବି। ବଗ୍ରାମ ଏୟାରବେସରେ କେବଳ ଆମେରିକାର ଅଧିକାର ଅଛି ଓ ଏହା ଆମେରିକାକୁ ଫେରାଇବା ପାଇଁ ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ଥାନକୁ ଟାଗେର୍ଟ କରି କହିଥିଲେ। ଅନ୍ୟପଟେ ଆଫଗାନିସ୍ତାନର ପ୍ରତିରକ୍ଷା ମୁଖ୍ୟ ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ।

ଆଫଗାନିସ୍ଥାନର ପ୍ରତିରକ୍ଷା ମୁଖ୍ୟ ଫସିହୁଦିନ ଫିତରତ୍ କୌଣସି ପରିସ୍ଥିତିରେ ମଧ୍ୟ ଟ୍ରମ୍ପଙ୍କ କଥାରେ ରାଜି ହେବ ନାହିଁ ବୋଲି ସେ ସଫା ସଫା ମନା କରିଛନ୍ତି । ଏପରିକି ଦେଶର ଗୋଟେ ଇଞ୍ଚ ଜମି ନେବାକୁ ଦେବେ ନାହିଁ ବୋଲି ସେ କହିଛନ୍ତି ।

ବିବାଦରେ ବଗ୍ରାମ ଏୟାରବେସ : ୧୯୫୦ ମସିହାରେ ସୋଭିଏତ ୟୁନିଅନ ବଗ୍ରାମ ଏୟାରବେସ ତିଆରି କରିଥିଲା। ମାତ୍ର ଆମେରିକା ଏୟାରବେସକୁ ପୁନଃ ନିର୍ମାଣ କରିଥିଲା। ୨୦୦୧ ରୁ ୨୦୨୧ ଯାଏଁ ଆଫଗାନିସ୍ତାନର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏଠାରେ ଆମେରିକା ସେଂନଙ୍କୁ ମୁତୟନ କରାଯାଇଥିଲା

ଦୀର୍ଘ ୨୦ ବର୍ଷ ଧରି ଆମେରିକା ସେନା ଏହି ଏୟାରବେସରେ ରହୁଥିଲେ ପରିସ୍ଥିତିରେ ସୁଦ୍ଧାର ଆସିବାରୁ, ୨୦୨୧ ରେ ଆମେରିକା ସେନା ଆଫଗାନିସ୍ତାନ ଛାଡିଥିଲା। ପରେ ତାଲିବାନ ସରକାରଙ୍କ ଏହି ଅଞ୍ଚଳକୁ କବଜା କରି ନେଇଥିଲେ ।

ଯେହେତୁ ଅନେକ ସମୟ ଏହା ଆମେରିକା ଅଧିନରେ ରହିଥିଲା ଏଣୁ ଟ୍ରମ୍ପ ଏୟାବେଶରେ ଆମେରିକାର ଅଧିକାର ଥିବା ଦାବି କରୁଛନ୍ତି ।

ଟ୍ରମ୍ପଙ୍କ ଚେତାବନୀ: ଆଫଗାନିସ୍ତାନ ଏୟାରବେସ ନ ଫେରାଇଲେ କିଛି ଭଲ ହେବ ନାହିଁ ବୋଲି ଆମେରିକା ରାଷ୍ଟପତି କହିଛନ୍ତି। ଏପରିକି ସେ ବଳପୂବର୍କ ଏହି ଜାଗା କବଜା କରିବେ ବୋଲି ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଆଫଗାନିସ୍ତାନର ପ୍ରତିରକ୍ଷା ମୁଖ୍ୟ ଫସିହୁଦିନ ଫିତରତ ଏହି ଡିଲକୁ ବିରୋଧ କରୁଛନ୍ତି ସେ କହିଛନ୍ତି କି ଆଫଗାନିସ୍ତାନ ପାଇଁ ସ୍ବାଧିନତା ଓ ଜାଗା ଦୁଇଟି ଯାକ ଗୁରୁତ୍ବପୂର୍ଣ୍ଣ ।