ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହେବା ପରେ ନିଜର ପ୍ରଥମ ପ୍ରତିକ୍ରିୟା ରଖିଲେ ଶ୍ରୀମୟୀ ମିଶ୍ର । ଏକ୍ସରେ ପୋଷ୍ଟ ଶେୟାର କରି ନିଜର ପ୍ରତିକ୍ରୟା ରଖିଛନ୍ତି ।
ଶେୟାର ପୋଷ୍ଟରେ ଲେଖିଛନ୍ତି, ଆତ୍ମସମ୍ମାନ ଓ ସ୍ୱାଭିମାନ ସହ ସାଲିସ କରିନାହିଁ କି କରିବି ନାହିଁ । ଏକବର୍ଷ ହେଲା ଦଳରେ ନାହିଁ, କି ସଦସ୍ୟତା ବନୀକରଣ କରିନାହିଁ ।
ସେ ଦଳ ମୋତେ ନିଲମ୍ବଦ କରିବା, ଜଗତେ କେବଳ ଜନେ ହସିବା ସହିତ ସମାନ ।
ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଶାସନ କରୁଥିବା ନେତା…ଜଣେ ଅଡ଼ିଆ ଝିଅର ସମ୍ମାନ ସହ ଖେଲିବା କେତେଦୂର ଠିକ୍ ସେ କଥା ବିଚାର କରନ୍ତୁ ।
ମା’କୁ ସମ୍ମାନର ଆହ୍ୱାନ ଦେଉଥିବା ଜଣେ ଜନନାୟକଙ୍କର ଦାୟଦ… ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହେଁ; ଆତି ତାହାକୁ ପ୍ରମାଣିତ କରିଦେଲେ ।
ସୋସିଆଲ ମିଡିଆରେ ଶ୍ରୀମୟୀ ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସ, ଧ୍ରୁତରାଷ୍ଟ୍ର କହିବା ପାଇଁ ଚର୍ଚ୍ଚାରେ ଥିଲେ । ଯାହାପାଇଁ ତାଙ୍କ ଉପରେ ଦଳ ଆଜି ଏପ୍ରକାର କାର୍ଯ୍ୟାନୁଷ୍ଠାନ ନେଇଛି ।