ଦଶହରାରେ ରାବଣ ପୋଡ଼ିବ, କିନ୍ତୁ ସୋନମ ରଘୁବଂଶୀ ନୁହଁ… ସୂର୍ପନଖା ଦହନ ଉପରେ ରୋକ ଲଗାଇଲେ ହାଇକୋର୍ଟ
ଏଥର ଦଶହରାରେ ରାବଣ ପୋଡ଼ିବ ସୂପର୍ନଖା ନୁହଁ।
ମଧ୍ୟପ୍ରଦେଶ: ଏବେ ଚାଲିଛି ନବରାତ୍ରି, ଆଉ ପ୍ରଥା ଅନୁସାରେ ଦଶହରା ଦିନ ପାପ ଉପରେ ପୂର୍ଣ୍ୟର ବିଜୟ ହୋଇଥିଲା ବୋଲି ସାହି ଦିନକୁ ବିଜୟା ଦଶମୀ ଭାବରେ ବିବେଚନା କରାଯାଏ ଏବଂ ରାବଣ ପୋଡ଼ି କାର୍ଯ୍ୟକ୍ରମ ପ୍ରାୟ ସବୁ ସ୍ଥାନରେ ଆୟୋଜନ କରାଯାଏ।
ଆଉ ଏହି ସମୟରେ ମଧ୍ୟପ୍ରଦେଶର ଇନ୍ଦୋରରେ, ପ୍ରତିବର୍ଷ ଦଶହରା ଉତ୍ସବ ରାବଣ ଦହନ ସହିତ ମହିଳା ଅପରାଧୀଙ୍କ କୁଶପୁତ୍ତଳିକା ଦହନ ମଧ୍ୟ ପାଳନ କରାଯାଏ।
ହେଲେ ସବୁଠାରୁ ଚର୍ଚ୍ଚିତ ସ୍ୱାମୀହନ୍ତା ସୋନମ ରଘୁବଂଶୀ ଙ୍କ ମାଆ ସଙ୍ଗୀତା ରଘୁବଂଶୀ ଶୂର୍ପନଖା ଦହନ ଉତ୍ସବ ବିରୁଦ୍ଧରେ ଏକ ଆବେଦନ ଦାଖଲ କରିଥିଲେ।
ଆବେଦନରେ କୁହାଯାଇଥିଲା ଯେ ଦଶହରା ଭଳି ଧାର୍ମିକ ପର୍ବରେ ମହିଳା ଅପରାଧୀଙ୍କ କୁଶପୁତ୍ତଳିକା ଦହନ ସମାଜରେ ମହିଳାମାନଙ୍କ ମର୍ଯ୍ୟାଦା ବିରୁଦ୍ଧରେ।
ଏହା ମୃତକ କିମ୍ବା ଅଭିଯୁକ୍ତ ମହିଳାଙ୍କ ପରିବାରର ଭାବନାକୁ ମଧ୍ୟ ଆଘାତ ଦିଏ। ଆବେଦନର ଶୁଣାଣି କରି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜାରି କରି ଇନ୍ଦୋରରେ ଶୂର୍ପଣଖା ଦହନ ସମାରୋହକୁ ନିଷିଦ୍ଧ କରିଛନ୍ତି। କୋର୍ଟ କହିଛନ୍ତି ଯେ ପରମ୍ପରା ନାମରେ କୌଣସି ମହିଳାଙ୍କ ପ୍ରତିଛବିକୁ ଅପମାନିତ କରିବା ଅନୁଚିତ।
ଏବେ ଦଶହରାରେ କେବଳ ରାବଣକୁ ଦହନ କରାଯିବ:
ହାଇକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକ ସାମାଜିକ ସଦ୍ଭାବନା ଏବଂ ନୈତିକ ବାର୍ତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ, କୌଣସି ନିର୍ଦ୍ଦିଷ୍ଟ ବର୍ଗ କିମ୍ବା ଲିଙ୍ଗକୁ ଅପମାନ କରିବା ପାଇଁ ନୁହେଁ।
ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ, ଚଳିତ ବର୍ଷ ଇନ୍ଦୋରରେ ସୋନମ, ମୁସ୍କାନ ଏବଂ ଅନ୍ୟ ୧୧ ଜଣ ମହିଳା ଅପରାଧୀଙ୍କ କୁଶପୁତ୍ତଳିକା ଦାହ କରାଯିବ ନାହିଁ। ଦଶହରାରେ କେବଳ ପାରମ୍ପରିକ ଭାବରେ ରାବଣ ଦହନ କରାଯିବ।
ସୋନମଙ୍କ ମାଆ କୋର୍ଟର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି:
ଶୂର୍ପଣଖା କିମ୍ବା ମହିଳା ଅପରାଧୀଙ୍କ ପ୍ରତୀକାତ୍ମକ କୁଶପୁତ୍ତଳିକା ଦାହ କରିବା ଉପରେ ନିଷେଧ ରହିବ। ସୋନମଙ୍କ ମାଆ ସଙ୍ଗୀତା ରଘୁବଂଶୀ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସ୍ୱାଗତ କରି କହିଛନ୍ତି ଯେ ଏହା ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେଉଛି।
ସେ କହିଛନ୍ତି ଯେ ପରିବାର ତାଙ୍କ ଝିଅର ନାମକୁ ଏହିପରି ଭାବରେ କଳଙ୍କିତ କରିବା ସହଜ ନୁହେଁ। କୋର୍ଟର ଏହି ନିଷ୍ପତ୍ତି ପରିବାରର ଦୁଃଖକୁ ସମ୍ମାନ କରେ।
ହାଇକୋର୍ଟଙ୍କ ନିଷ୍ପତ୍ତି ପରେ, ସ୍ଥାନୀୟ ବାସିନ୍ଦା ଏବଂ ସାମାଜିକ ସଂଗଠନଗୁଡ଼ିକ ଏହି ପ୍ରସଙ୍ଗରେ ବିଭକ୍ତ ହୋଇଥିବା ପରି ମନେହୁଏ। କେତେକ କୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରନ୍ତି, ଯେତେବେଳେ ଅନ୍ୟମାନେ ଏହାକୁ ପରମ୍ପରା ଉପରେ ହସ୍ତକ୍ଷେପ ବୋଲି ବିବେଚନା କରନ୍ତି।