ଅଭିଷେକ କି ସୂର୍ଯ୍ୟ କୁମାର ନୁହେଁ ଏହି ଖେଳାଳୀ ପାକିସ୍ତାନ ହାତରୁ ଛଡେଇ ଆଣିଲେ ଟ୍ରଫି ; ତଳମୁହାଁ ହେଇ କାନ୍ଦିଲା ପାକିସ୍ତାନ , ସ୍ବପ୍ନ ପୁରା କାଚ ପରି ଚୁନା

Asia Cup Final: ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ଶେଷରେ ସେହି ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନକୁ ପୁଣିଥରେ ଚିତପଟାଙ୍ଗ କରିଛି ।

ନୂଆଦିଲ୍ଲୀ: ବ୍ୟାଟର ଜବାବ ବ୍ୟାଟରେ ହିଁ ଦେବାକୁ ହୁଏ ବୋଲି କାଲି ପାକିସ୍ତାନକୁ ଉଚିତ ଶିକ୍ଷା ଦେଇ ଦେଇଛି ଟିମ୍ ଇଣ୍ଡିଆ । ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ କିଛି ଏଭଳି ରୋମାଞ୍ଚକପୂର୍ଣ୍ଣ ହେବ କେହି ଆଶା କରୁନଥିଲେ । କିନ୍ତୁ ଶେଷରେ ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ଶେଷରେ ସେହି ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନକୁ ପୁଣିଥରେ ଚିତପଟାଙ୍ଗ କରିଛି ।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ ଉପରେ କଲି ସାରା ବିଶ୍ବର ନଜର ଅଟକିଥିଲା । ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ମାତ୍ର ପାକିସ୍ତାନ ଓପନିଂ ଖୁବ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ତେବେ ପ୍ରଥମ ଦଳର ସ୍କୋର ୮୧ ଥିବାବେଳେ ପ୍ରଥମ ବ୍ରେକ୍ ଥ୍ରୁ ଦେଇଥିଲେ ବରୁଣ ଚକ୍ରବର୍ତ୍ତି । ପରେ ଭାରତର ସ୍ପିନ୍ ବାହିନୀ ପାକ୍ ବ୍ୟାଟରଙ୍କୁ ଧୂଳି ଚଟାଇ ଦେଇଥିଲେ । କାଳ ସାଜିଥିବା କୁଲଦୀପ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକ୍ଷର ପଟେଲ ୨ ଏବଂ ବରୁଣଙ୍କୁ ମିଳିଥିଲା ୨ଟି ୱିକେଟ୍ । ବାକି ଦୁଇଟି ୱିକେଟ୍ ବୁମରାଙ୍କ ହାତରେ ଲାଗିଥିଲା । ନିର୍ଦ୍ଦାରିତ ୨୦ ଓଭରରେ ୧୪୬ ରନ୍ ସ୍କୋର କରି ଅଲଆଉଟ ହୋଇଯାଇଥିଲା ପାକିସ୍ତାନ ।

ତେବେ ଭାରତ ୧୪୭ ରନ୍ ର ବିଜୟଲକ୍ଷ୍ୟକୁ ପିଛା କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ନିରାଶ କରିଥିଲେ ଅଭିଷେକ, ସୂର୍ଯ୍ୟକୁମାର ଓ ଗିଲ୍ । ପରେ ତିଲକ ବର୍ମାଙ୍କୁ ଉପଯୁକ୍ତ ସାଥ୍ ଦେଇଥିଲେ ଶିବମ ଦୁବେ । ଛକା ଚଉକା ବର୍ଷା କରି ପାକିସ୍ତାନି ବୋଲରଙ୍କୁ ଖେଳର ଫର୍ମୁଲା ଶିଖେଇ ଦେଲେ ତିଲକ ବର୍ମା ଓ ଶିବମ ଦୁବେ ।

ଏସିଆ କପ ମ୍ୟାଚର ହିରୋ : ଗତକାଲି ହାଇଭୋଲ୍ଟେଜ ମ୍ୟାଚର ତିଲକ ଏବଂ କୁଲଦୀପ ମ୍ୟାଚ୍ ର ହିରୋ ହୋଇଥିଲେ। ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ପାଞ୍ଚ ୱିକେଟ୍ ରେ ପରାସ୍ତ କରି ଦଳ ବିରୁଦ୍ଧରେ ବିଜୟର ହ୍ୟାଟ୍ରିକ୍ ହାସଲ କରିଥିଲା।

ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କୁଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ସାହାଯ୍ୟରେ ଭାରତ ୧୯.୧ ଓଭରରେ ପାକିସ୍ତାନକୁ ୧୪୭ ରନ୍ ରେ ଅଲଆଉଟ୍ କରିଥିଲା। ଟାର୍ଗେଟର ପିଛା କରି, ତିଲକ ୫୩ ବଲ୍ ରେ ୩ଟି ଚୌକା ଏବଂ ଚାରିଟି ଛକା ସହାୟତାରେ ଅପରାଜିତ ୬୯ ରନ୍ କରିଥିଲେ, ଯାହା ଆଧାରରେ ଭାରତ ୧୯.୪ ଓଭରରେ ପାଞ୍ଚ ୱିକେଟ୍ ହରାଇ ୧୫୦ ରନ୍ କରି ମ୍ୟାଚ୍ ଜିତିଥିଲା। ଭାରତୀୟ ଦଳ ୨୦୨୩ରେ ଏକଦିବସୀୟ ଫର୍ମାଟ ପରେ ୨୦୨୫ରେ ଟି-୨୦ ଫର୍ମାଟରେ ଏସିଆ କପ୍ ଜିତିଛି।

ରିଙ୍କୁ ସିଂହ ଭାରତ ପାଇଁ ବିଜୟୀ ଚୌକା ମାରିଥିଲେ। ରିଙ୍କୁ ଚୌକା ମାରିବା ମାତ୍ରେ ଡ୍ରେସିଂ ରୁମରେ ଥିବା ଭାରତୀୟ ସଦସ୍ୟ ଏବଂ ଭୂମିରେ ଥିବା ଦର୍ଶକମାନେ ଖୁସିରେ ଡେଇଁ ପଡ଼ିଥିଲେ। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ତାଙ୍କ ଉତ୍ସାହକୁ ନିୟନ୍ତ୍ରଣ କରିପାରି ନଥିଲେ। ଲଢ଼ୁଆ ଇନିଂସ ଖେଳିଥିବା ତିଲକ ଆନନ୍ଦରେ ବ୍ୟାଟ୍ ହଲାଇଲେ ଏବଂ ପୁଣି ଥରେ ପାକିସ୍ତାନୀ ଖେଳାଳିମାନେ ମୁଣ୍ଡ ତଳକୁ କରି ଠିଆ ହେଲେ।କିଛି ଏଭଳି ଭାବେ ପାକିସ୍ତାନର ଟ୍ରଫି ନେବା ସ୍ୱପ୍ନ ଆଶାରେ ରହିଗଲା।