fbpx

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କର ହେବ ସ୍ୱାସ୍ଥ୍ୟ ଯାଞ୍ଚ

ଗଞ୍ଜାମ, ୧୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ କୋଭିଡ଼ ମୁକାବିଲା ନେଇ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା କରିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନାରୁ ସୁସ୍ଥ ହୋଇ ଫେରିଥିବା ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ । ଆସନ୍ତା ୨୦ ତାରିଖରୁ ୨୬ ତାରିଖ ଯାଏଁ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ରହିବ । ସୁସ୍ଥ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ । ଏଏନଏମ , ଆଶା, ଅଙ୍ଗନବାଡ଼ି ଓ ଆୟୁଷ ଡାକ୍ତର ସ୍ୱାସ୍ଥ୍ୟ ଯାଞ୍ଚ କରିବେ । ଦରକାର ପଡ଼ିଲେ ଡ଼େପୁଟେସନରେ ଏଏମଓ ଓ ଏଚଏମଓଙ୍କ ସାହାଯ୍ୟ ନିଆଯିବ । ପୁଣି ସଂକ୍ରମିତ ହୋଇଥିବା ଜଣାପଡ଼ିଲେ ହସ୍ପିଟାଲରେ ଭର୍ତ୍ତି କରାଯିବ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

Get real time updates directly on you device, subscribe now.