fbpx

ରିୟାଙ୍କୁ ସମନ ପଠାଇଲା ସିବିଆଇ, ଖୋଲିପାରେ ଗୁମର

ମୁମ୍ବାଇ,୨୪ ।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପଚରାଉଚରା ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସମନ କରିଛି ସିବିଆଇ । ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତିଙ୍କୁ ମଧ୍ୟ ସିବିଆଇ ସମନ ଜାରି କରିଛି । ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଉଭୟଙ୍କୁ ପଚରାଉଚରା କରିବ ସିବିଆଇ ।

ତେବେ ଏହି ମାମଲାରେ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପଠାନୀ ସମେତ ଅଭିନେତାଙ୍କ ଷ୍ଟାଫ ରୋଷେୟା ନୀରଜ ସିଂ ଏବଂ ହେଲପର ଦୀପେଶ ସାଓ୍ଵତକୁ ମଧ୍ୟ ସିବିଆଇ ପଚରାଉଚରା କରୁଛି। ଗତକାଲି ଏମାନଙ୍କୁ ସିବିଆଇ ପଚରା ଉପରା କରୁଥିଲା।

ଖବର ମୁତାବକ, ସୁଶାନ୍ତଙ୍କ କେସରେ ରିୟା ଚକ୍ରବର୍ତ୍ତୀ ଉପରେ ଅନେକ ପ୍ରକାରର ଅଭିଯୋଗ ଆସିଛି । ସୁଶାନ୍ତଙ୍କ ପିତା କେ କେ ସିଂହଙ୍କର ଏଫ୍ଆଇଆର୍ ରେ ରିୟାଙ୍କ ଉପରେ ଗୁରୁତର ଅଭିଯୋଗ କରାଯାଇଛି । ତାଙ୍କ ଉପରେ ବ୍ଲାକ୍ ମେଲିଂ ଠାରୁ ନେଇ ସୁଶାନ୍ତଙ୍କୁ ଧୋକା ଦେବାର କଥା ମଧ୍ୟ କୁହାଯାଇଛି ।

Get real time updates directly on you device, subscribe now.