fbpx

୯୩ ଡ଼ିଟୋନେଟର,ଗୁଳିଗୋଳା ସମେତ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି, ୨୪ା୮(ଓଡ଼ିଶା ଭାସ୍କର): ମାଲକାନଗିରି ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କାଲିମେଳା ଅଞ୍ଚଳର କୁରୁବ ଓ ସୁଧାକୋଣ୍ଡା ଆଦି ଜଙ୍ଗଲରେ ବିଏସଏଫ ଓ ଡିଭିଏଫ ଯବାନଙ୍କ ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ ଜାରି ହୋଇଥିଲା । ଆଜି ସର୍ଚ୍ଚ ଅପରେସନ ବେଳେ ବିପୁଳ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ମିଳିଥିବା ନେଇ ସୂଚନା ରହିଛି । ଗୋଟିଏ ଜାଗାରେ ଏହି ସବୁ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା । ସେଠାରୁ ୯୩ଟି ଡିଟୋନେଟର, ବ୍ୟାପକ ଗୁଳି ଓ ଖୋକା, ଲେଦ ମେସିନ, ଗ୍ୟାସ ସିଲିଣ୍ଡର, କାର୍ବାଇଟ ଓ ମାଓ ପୁସ୍ତକ ଭଳି ବହୁ ସାମଗ୍ରୀ ଜବତ ହୋଇଛି । କାଲିମେଳା ଏରିଆ କମିଟି ମାଓ ସଙ୍ଗଠନ ଏହି ସାମଗ୍ରୀ ରଖିଥିବା ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ଦିନ ଏହି ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ପୋଲିସ ଏହି ସବୁ ମାଓ ସାମଗ୍ରୀ ଜବତ କରିଛି ।

Get real time updates directly on you device, subscribe now.